ମମତା ବାନାର୍ଜୀଙ୍କ ସୁରକ୍ଷାରେ ତ୍ରୁଟି: ଛୁରୀ ଓ ଅସ୍ତ୍ରଶସ୍ତ୍ରରେ ଗିରଫ ହେଲେ ଅଭିଯୁକ୍ତ

Published: Jul 21, 2023, 3:17 pm IST

କଲିକତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୋଲକାତା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଶେଖ ନୁର ଆଲାମ ବୋଲି ଜଣାପଡିଛି। ଏହି ବ୍ୟକ୍ତି ସିଏମ୍ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତଙ୍କ ନିକଟରୁ ଛୁରୀ ଏବଂ ଅସ୍ତ୍ର ମଧ୍ୟ ଜବତ କରାଯାଇଛି।

ପୋଲିସ କମିଶନର ଭିନେଟ ଗୋୟଲଙ୍କ କହିବାନୁସାରେ, ଗିରଫ ବ୍ୟକ୍ତି ଶେଖ ନୁର ଆଲାମ ବୋଲି ଜଣାପଡିଛି। ବନ୍ଧୁକ ଏବଂ ଛୁରୀ ବ୍ୟତୀତ ଅଭିଯୁକ୍ତ ଶେଖ ନୁର ଆଲାମଙ୍କ ନିକଟରୁ କିଛି ନିଷିଦ୍ଧ ପଦାର୍ଥ ମଧ୍ୟ ମିଳିଛି। କେବଳ ଏତିକି ନୁହେଁ, ଅଭିଯୁକ୍ତଙ୍କଠାରୁ ଏଜେନ୍ସିର ଅନେକ ଆଇଡି କାର୍ଡ ମଧ୍ୟ ମିଳିଛି। ଯେଉଁ କାରରେ ସେ ସେଠାରେ ପହଞ୍ଚିଥିଲେ, ସେଥିରେ ପୋଲିସ ଷ୍ଟିକର ଥିଲା। ପୋଲିସ, ଏସଟିଏଫ ଏବଂ ସ୍ୱତନ୍ତ୍ର ଶାଖା ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ଷ୍ଟେସନରେ ଜେରା କରୁଛନ୍ତି।

Related posts