Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଫିରିଙ୍ଗିଆ ଥାନାପୋଡ଼ି ଘଟଣାର ବିଚାର ବିଭାଗୀୟ ତଦନ୍ତ ହେଉ: କଂଗ୍ରେସ
ଅପରାଧ

ଫିରିଙ୍ଗିଆ ଥାନାପୋଡ଼ି ଘଟଣାର ବିଚାର ବିଭାଗୀୟ ତଦନ୍ତ ହେଉ: କଂଗ୍ରେସ

August 7, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
cong
ଫିରିଙ୍ଗିଆ ଥାନାପୋଡ଼ି ଘଟଣାର ବିଚାର ବିଭାଗୀୟ ତଦନ୍ତ ହେଉ: କଂଗ୍ରେସ

ଭୁବନେଶ୍ୱର: ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ନିରୀହ, ଆଦିବାସୀ, ଦଳିତଙ୍କ ଉପରେ ପୋଲିସର ଅମାନୁଷିକ ଅତ୍ୟାଚାରକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଥିଲେ ଯେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ତା’ର ଏକ ଜ୍ୱଳନ୍ତ ଉଦାହାରଣ ଫିରିଙ୍ଗିଆ ଥାନା ପୋଡ଼ି।

କେଉଁ ପରିସ୍ଥିତିରେ ସାଧାରଣ ଜନତା ଥାନା ପୋଡ଼ିଭଳି ପଦକ୍ଷେପ ନେଲେ ତା’ର ବିଚାର ବିଭାଗୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି। ଡଃ ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି ଯେ, ଘଟଣା ଘଟିବା ବିଷୟ ଜିଲ୍ଲା ପୁଲିସର ଇଂଟେଲିଜେନ୍ସ ବିଭାଗ ଜାଣି ପାରିଲା ନାହିଁ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ ନାମରେ ପୁଲିସ୍ ଯେଉଁ ଆତଙ୍କରାଜ ସୃଷ୍ଟି କରିଛି ତାହାକୁ କଂଗ୍ରେସ ଦଳ ଦୃଢ଼ ନିନ୍ଦା କରିଛି। କଲ୍ୟାଣ ସିଂପୁରର ଡଙ୍ଗରିଆ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ନିନ୍ଦା କରାଯିବା ସହ ରାଜ୍ୟ ସରକାର ଆଦିବାସୀମାନଙ୍କ ମାନସିକତାକୁ ନ ବୁଝି ଯେଭଳି କାର୍ଯ୍ୟାନୁଷ୍ଠାନ କରୁଛନ୍ତି, ତା’ର ପରିଣତି ପାଇଁ ସରକାର ହିଁ ଦାୟୀ ରହିବେ ବୋଲି କଂଗ୍ରେସ ଦଳ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପ୍ରଶାସକ ପଂଚାନନ ଦାସ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ,କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାସ, ରଶ୍ମି ମହାପାତ୍ର, କୃଷ୍ଣଚନ୍ଦ୍ର ପତି ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆପଣଙ୍କ ଆକାଉଣ୍ଟରେ ଜମା ହେବ କି କିଷାନ ସମ୍ମାନ ନିଧିର 2000 ଟଙ୍କା?: ତୁରନ୍ତ କରନ୍ତୁ ଯାଞ୍ଚ

October 7, 2025

ଆଇନଜୀବୀ ପୀତବାସ ପଣ୍ଡା ଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

October 7, 2025

ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳି ମାଡ଼: ବଡ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

October 7, 2025

ଖୁବ ଶିଘ୍ର ଶ୍ରୀମୟୀ ମିଶ୍ର ଏହି ଦଳରେ ଦେବେ ଯୋଗ !! ମିଳୁଛି ବଡ ଅଫର

October 7, 2025
Latest News

ଶସ୍ତା ହେବାକୁ ଯାଉଛି ଇଲେକ୍ଟ୍ରିକ୍ କାର!: ନୀତିନ ଗଡକରୀ କଲେ ଘୋଷଣା, ଜାଣନ୍ତୁ କେବେ ମିଳିବ ଲାଭ?

October 7, 2025

ଆପଣଙ୍କ ଆକାଉଣ୍ଟରେ ଜମା ହେବ କି କିଷାନ ସମ୍ମାନ ନିଧିର 2000 ଟଙ୍କା?: ତୁରନ୍ତ କରନ୍ତୁ ଯାଞ୍ଚ

October 7, 2025

ଆଇନଜୀବୀ ପୀତବାସ ପଣ୍ଡା ଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

October 7, 2025

ପୁଣି ଆଉ 25% ଶୁଳ୍କ  ଲାଗୁ କଲେ ଟ୍ରମ୍ପ: ଜାଣନ୍ତୁ କେଉଁ ଦେଶଗୁଡିକ ହେବେ ପ୍ରଭାବିତ?

October 7, 2025

ଅନ୍ତର୍ଜାତୀୟ ସ୍ତରରେ ପୁଣି ଅପମାନିତ ହେଲା ପାକିସ୍ତାନ: ଭାରତ ଦେଲା କଡା ଜବାବ

October 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.