
ନୂଆଦିଲ୍ଲୀ: ବ୍ୟାଙ୍କ ଠକେଇ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କରିଛି। ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ କାନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କା ଠକେଇ ମାମଲାରେ ଏଜେନ୍ସି ତାଙ୍କୁ ଆଜି (ସେପ୍ଟେମ୍ବର ୧) ଦୀର୍ଘ ସମୟ ଧରି ଜେରା କରିଥିଲା ଏବଂ ପରେ ଗିରଫ କରିଥିଲା। ୭୪ ବର୍ଷୀୟ ଗୋୟଲଙ୍କୁ ଶନିବାର ମୁମ୍ବାଇର PMLA କୋର୍ଟରେ ହାଜର କରାଯିବ। ଯେଉଁଠାରେ ଇଡି ହେପାଜତ ଦାବି କରିବ।