Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପ୍ରଧାମନ୍ତ୍ରୀ ଫସଲ ଵୀମା ଟଙ୍କା ହେରଫେର ଘଟଣାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗିରଫ
ଅପରାଧ

ପ୍ରଧାମନ୍ତ୍ରୀ ଫସଲ ଵୀମା ଟଙ୍କା ହେରଫେର ଘଟଣାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗିରଫ

September 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କୁ ଏକ ଠକେଇ ମାମଲାରେ କେଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗୋଲାମୁଣ୍ଡା ବ୍ଲକର ମକରାଗୁଡା ଅଞ୍ଚଳରେ ଚାଷୀଙ୍କ ଅଜାଣତରେ ଜମିପଟା ବ୍ୟବହାର କରି ପ୍ରଧାନମନ୍ତ୍ରୀ କୄଷୀବୀମା ଯୋଜନା କରାଯାଇଥିଲା, ଏବଂ କୄଷୀବୀମା ବାବଦକୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ନେଇ କେଗାଁ ଥାନାରେ ମକରା ଗୁଡ଼ା ଗ୍ରାମର କ୍ଷେତ୍ର ମୋହନ ବାଗ ନାମକ ଜଣେ ଚାଷୀ ତାଙ୍କ ଅଜାଣତରେ ବୀମା ରାଶି ଟଙ୍କା ଉଠାଯାଇଥିବା ନେଇ କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୋଲିସ ଘଟଣାର ତଦନ୍ତ କରି ଏହାର ମାଷ୍ଟର ମାଇଣ୍ଡ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ବୋଲି ପ୍ରମାଣ ପାଇବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ତେବେ କେବଳ ମକରାଗୁଡ଼ା ଗ୍ରାମରେ ପ୍ରାୟ ୨୫ ଲକ୍ଷରୁ ଅଧିକ ଟଙ୍କାର ଠକାମୀ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଏହି ପ୍ରଧାନମନ୍ତ୍ରୀ କୄଷୀବୀମା ଯୋଜନାରେ ଏକ ସୁଚିନ୍ତିତ ରାକେଟରେ କେତେ ଟଙ୍କାର ଘୋଟାଲା ହୋଇଛି ଏବଂ ଆହୁରି କାହା କାହାର ସଂପୃକ୍ତି ରହିଛି ସେନେଇ ପୋଲିସ ସ୍ପଷ୍ଟ କରିନଥିବା ବେଳେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦର ଗିରଫଦାରୀକୁ ସ୍ପଷ୍ଟ କରିଛନ୍ତି ଧର୍ମଗଡ ଏସ ଡି ପି ଓ ଧିରଜ ଚୋପଦାର।

ଏ ସଂପର୍କରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ଥାନା କେଶ ନଂ -୧୯୨/୨୦୨୩ ଦଫା-୪୧୯/୪୨୦/୪୬୭/୪୬୮ /୪୭୧/୩୪ ଆଇପିସି ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ପ୍ରକାଶ।

ଏହି ଘଟଣାରେ ପୂର୍ବରୁ ଏଥିରେ ସଂପୃକ୍ତ ଥିବା ବାଳକୃଷ୍ଣ ପଟେଲକୁ ମଧ୍ୟ ଗିରଫ କରିଛି ପୋଲିସ।

ତେବେ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମରେ ଚାଷୀ ଙ୍କ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ କୋଟିଏ ରୁ ଅଧିକ ଟଙ୍କା ଏହିପରି ଜାଲିଆତି ହୋଇଥିବା ଏବଂ ଅଧିକ ତଦନ୍ତ ହେଲେ ଆହୁରି ଅନେକ ଙ୍କ ସଂପୃକ୍ତି ଓ ଚାଷୀ ଙ୍କୁ ହରିଲୁଟ ଘଟଣା ର ପର୍ଦ୍ଦାଫାସ ହୋଇ ପାରିବ ବୋଲି ଆଲୋଚନା ହେଉଛି। ବିନ୍ଦୁ ମହାନନ୍ଦ ଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତ କୁ ପଠେଇ ଦିଆ ଯାଇ ଥିବା ଜଣା ପଡିଛି।

କଳାହାଣ୍ଡି ଜିଲ୍ଲା ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

Iran US War Update: ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି

April 8, 2026

ଡିଜିଟାଲ ଶାସନକୁ ନୂତନ ଗତି: ‘ବିକଶିତ ପଞ୍ଚାୟତ’ ହ୍ୱାଟସ୍ଆପ୍ ବଟ୍ ଓ ଇ-ମଡ୍ୟୁଲ୍ ଉନ୍ମୋଚନ

April 8, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ

April 8, 2026

ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀର ଆତ୍ମହତ୍ୟା

April 8, 2026
Latest News

Assembly Election 2026: କେରଳରେ ସତ୍ତା ପରିବର୍ତ୍ତନର ସଂକେତ

April 8, 2026

Iran US War Update: ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି

April 8, 2026

ଡିଜିଟାଲ ଶାସନକୁ ନୂତନ ଗତି: ‘ବିକଶିତ ପଞ୍ଚାୟତ’ ହ୍ୱାଟସ୍ଆପ୍ ବଟ୍ ଓ ଇ-ମଡ୍ୟୁଲ୍ ଉନ୍ମୋଚନ

April 8, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ

April 8, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.