Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଲିତୁଠ ବଜାରରେ ଫାର୍ଶା ବୁଲାଇ ଆତଙ୍କ, ୨ ଗିରଫ, ଜଣେ ଫେରାର
ଅପରାଧ

ବାଲିତୁଠ ବଜାରରେ ଫାର୍ଶା ବୁଲାଇ ଆତଙ୍କ, ୨ ଗିରଫ, ଜଣେ ଫେରାର

September 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: କୁଜଙ୍ଗ ଥାନା ଅଧୀନ ବାଲିତୁଠ ବଜାରରେ ବୁଧବାର ଦିନ ୩ ଜଣ ବ୍ୟକ୍ତି ଫାରସା ବୁଲାଇ ଆତଙ୍କ ସୃଷ୍ଟି କରିବା ସହିତ ସେହି ଗ୍ରାମର ପ୍ରକାଶ ମଲ୍ଲିକକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏନେଇ ପ୍ରକାଶ ଥାନାରେ ଲିଖିତ ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାଲିତୁଠ ପଞ୍ଚାୟତ ବଡ଼ବୁଦା ଗ୍ରାମ ସନ୍ତୋଷ ସେଠୀ, ନିଶାକର ମହାପାତ୍ର।ଫେରାର ହୋଇଯାଇଥିବା ବ୍ୟକ୍ତି ଜଣଙ୍କ ହେଲେ ସୁଶିଲ ବେହେରା। ଏମାନଙ୍କ ଠାରୁ ଏକ ମଟରସାଇକେଲ ଓ ଫାରସା ପୋଲିସ ଜବତ୍ କରିଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ କହିଛନ୍ତି।

ଘଟଣାରୁ ପ୍ରକାଶ, ଏହି ଥାନା ଅଧୀନ ବଡବୁଦା ଗ୍ରାମର ସନ୍ତୋଷ ସେଠୀ ଓ ସୁଶୀଲ ବେହେରାଙ୍କୁ   ସେହି ଗ୍ରାମର ନିଶାକର ମହାପାତ୍ର ମଦ୍ୟ ପାନ କରାଇ ତା ଓଡି-୨୧ ଏନ୍ -୩୫୦୩ ନମ୍ବର ମଟରସାଇକେଲ ରେ ବସାଇ ସେମାନଙ୍କୁ ବୁଲାଇବା ସାଙ୍ଗକୁ ସନ୍ତୋଷ ଏକ ଫାରସା ଧରି ଆଖିବୁଜା ବୁଲାଇ ବାଲିତୁଠ ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ବଜାରର ଏକ ସ୍ଥାନରେ ବାଲିସାହି ଗ୍ରାମର ପ୍ରକାଶ ମଲ୍ଲିକ, ନୃସିଂହ ଦାସ ଓ ଅନ୍ୟ ଜଣେ ଯୁବକ କାମକରିବାକୁ ଯିବା ପାଇଁ ବାର୍ତ୍ତାଳାପ ହେଉଥିବା ବେଳେ ସେମାନଙ୍କ ନିକଟରେ ୩ ଜଣ ମାରଣାସ୍ତ୍ର ଧରି ପହଞ୍ଚି କିଛି ଅର୍ଥ ଜୁଲମ କରିଥିଲେ।

ପ୍ରକାଶ କିଛି ବୁଝିବା ପୂର୍ବରୁ ସନ୍ତୋଷ ଧରିଥିବା ମାରଣାସ୍ତ୍ର ରେ ହାଣିବାକୁ ଉଦ୍ୟମ କରିବା   ସମୟରେ ସେ ପଛକୁ ଘୁଞ୍ଚି ଯାଇଥିଲେ। ଫଳରେ ସେ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ବଜାରରେ ଶହ ଶହ ଲୋକ ଥିଲେବି କେହି ଅଟକାଇବାକୁ ସାହାସ କରି ନ ପାରି ପଛ ଘୁଂଚା ଦେଉଥିଲେ। ମାତ୍ର ପ୍ରକାଶ, ନୃସିଂହ ସାହାସ ଯୁଟାଇ ପୋଲିସ କୁ ଖବର ଦେଇଥିଲେ।

ଖବର ପାଇ ଥାନାଧିକାରୀ ରଶ୍ମି ରଂଜନ ଦାଶ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ଯେ ସନ୍ତୋଷ ସେଠୀ ଫାରସା ଧରି ବୁଲାଇବା ସହ ଆତଙ୍କ ଖେଳାଇ ଚାଲିଛି ।କୌଶଳ କ୍ରମେ ପୋଲିସ ପଛରୁ ଯାଇ ତା ଗୋଡକୁ ମାଡ଼ି ବସି ବାରୁ ସନ୍ତୋଷ ସେଠୀ ତଳେ ପଡି ଯାଇଥିଲା। ଯାହାଫଳରେ ପୋଲିସ ସନ୍ତୋଷ ଓ ନିଶାକର କୁ କାବୁ କରିବାରେ ସକ୍ଷମ ହୋଇଥିଲେ।

ତେତେ ଘଟଣା ସ୍ଥଳରୁ ସୁଶୀଲ ଫେରାର ହୋଇଯାଇଥିଲା। ପୋଲିସ କେଶ୍ ନମ୍ବର ୪୩୭/୨୩ ରେ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଥିବା ପୋଲିସ କହିଛି।ପୂର୍ବରୁ ବହୁ ଅପରାଧିକ କେଶ୍ ସନ୍ତୋଷ ନାମରେ ଥିବାର ଜଣାପଡିଛି। ଅନ୍ୟ ପକ୍ଷରେ ତିନିମାସ ପୂର୍ବେ ପୋଲିସ ପହଞ୍ଚାଇବାରେ ସାମାନ୍ୟ ବିଳମ୍ବ ହେବାରୁ କୁଜଙ୍ଗ ଏକ୍ସପ୍ରେସ କଲୋନୀରେ ଦୁଇ ଜଣ ମହିଳା ହତ୍ୟାକାଣ୍ଡର ଶିକାର ହୋଇଥିଲେ।ତେଣୁ ଖବର ପାଇବା ମାତ୍ରେ ତତକ୍ଷଣାତ୍ ବାଲିତୁଠ ଠାରେ ପୋଲିସ ପହଞ୍ଚି ଯିବାରୁ ଅଘଟଣ ରୁ ବହୁ ଲୋକ ବର୍ତ୍ତି ଯାଇଥିଲେ ବୋଲି ସ୍ଥାନୀୟ ଅଞ୍ଚଳ ବାସି କହିଛନ୍ତି।

କୁଜଙ୍ଗ ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026
Latest News

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.