Categories
ଆଞ୍ଚଳିକ

ମଦ ଜବତ, ୨ ଗିରଫ

କୁଜଙ୍ଗ; କୁଜଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶଙ୍କ ନେତୃତ୍ୱରେ ଗତକାଲି ଅନୋଳୀପାଟଣା ଗ୍ରାମରୁ ୮ ଲିଟର ବିଦଶୀ ମଦ ଓ ବାଣେସରା ଗ୍ରାମରୁ ୧୦ ଲିଟର ମଦ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଚୋରା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବାଲିକଣୀ ପଂଚାୟତ ଅନୋଳୀପାଟଣା ଗ୍ରାମର ସମ୍ପଦ ଦାସ ଓ ଅନ୍ୟ ଜଣେ କାଠକୋଟ ପଂଚାୟତ ବାଣେସରା ଗ୍ରାମର ସୁଧାଂଶୁ ଶେଖର ନାୟକ। ଏମାନଙ୍କ ନାମରେ ପୂର୍ବରୁ କୁଜଙ୍ଗ ଥାନାରେ ଏକାଧିକ ମାମଲା ରହିଥିବା ଥାନା ଅଧିକାରୀ ଶ୍ରଯୁକ୍ତ ଦାଶ ପ୍ରକାଶ କରିଛନ୍ତି।

ଦୁଇ ଅଭିଯୁକ୍ତ ମାନଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ସେମାନଙ୍କୁ ଆଜି ସ୍ଥାନୀୟ ବିଚାର ବିଭାଗୀୟ ଅଦାଲତକୁ ପଠାି ଦିଆଯାଇଛି। ସେଠାରେ ସେମାନଙ୍କର ଜାମିନୀ ଖାରଜ ହୋଇ ଯିବାରୁ ଉଭୟଙ୍କୁ ସ୍ଥାନୀୟ ଜେଲ ହାଜାତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ମଟର ସାଇକେଲକୁ ପଛପଟୁ ଧକ୍କା ଦେଲା ବୋଲେରୋ, ଘଟଣା ସ୍ଥଳରେ ଦୁଇ ମୃତ

କୁଜଙ୍ଗ: କଟକ ପାରାଦ୍ଵୀପ ରାଜ୍ୟ ରାଜପଥ କୁଜଙ୍ଗ ଥାନା ଅଧୀନ ୧୫ ନମ୍ବର୍ ଠାରେ ରାତି ୧୦ ଘଟିକା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମଟର ସାଇକେଲ ଆରୋହି ୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡି ଚାଳକ କିଶନ ନଗର ମଙ୍ଗଦେଇପୁର ଗ୍ରାମର କ୍ରୀତି ରଞ୍ଜନ ବେହେରା ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମୃତକ ମାନେ ହେଲେ କେନ୍ଦୁଝର ଜିଲ୍ଲା କଣେଟା ଅଞ୍ଚଳର ବିଶ୍ଵଜିତ୍ ନାୟକ ଓ ଅନ୍ୟ ଜଣେ ହେଲା ସେହି ଗ୍ରାମର କୈବଲ୍ୟ ବୋଲି ପରିଚୟ ପତ୍ରରୁ ଜଣାପଡିଛି।

ସୂଚନା ମୁତାବକ କୁଜଙ୍ଗ ରୁ ପାରାଦ୍ଵୀପ ଅଭିମୁଖେ ଆଗ ପଛ ହୋଇ ଏକ ବୋଲେରୋ ନମ୍ବର୍ (ଓଡି ୦୨ ବିୟୁ ୬୮୮୪)ଏବଂ ମଟର ସାଇକେଲ(ଓଡି ୦୯ ଏମ ୪୨୮୨) ରେ ବିଶ୍ୱଜିତ୍ ଓ କୈବଲ୍ୟ ଯାଉଥିବା ବେଳେ ୧୫ ନମ୍ବର୍ ଠାରେ ମଟର ସାଇକେଲକୁ ବୋଲେରୋ ଗାଡି ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ମଟର ସାଇକେଲରେ ଥିବା ୨ ଜଣ ଆରୋହି ତଳେ ପଡି ଯିବାରୁ ମୁଣ୍ଡରେ ଶକ୍ତ ଧକ୍କା ଲାଗିଥିଲା।ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ମୃତ୍ୟୁ ବରଣ କରିଥିଲେ। ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଗାଡ଼ି ଚାଳକ କ୍ରିତୀ ରଞ୍ଜନ ଗୁରୁତର ଆହତ ହୋଇ ଥିବାରୁ ସ୍ଥାନୀୟ ପୋଲିସ ଓ ଅଗ୍ନିସମ ବାହିନୀ ଉଦ୍ଧାର କରି କୁଜଙ୍ଗ ମେଡ଼ିକାଲ ରେ ଭର୍ତି କରିଛନ୍ତି।

ମଟର ସାଇକେଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବୋଲେରୋ ଗାଡ଼ି ଆଂଶିକ ନଷ୍ଟ ହୋଇ ଥିବା ଜଣାପଡିଛି। ସୂଚନା ପାଇ କୁଜଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଯୋଗ୍ୟ, ମୃତକ ମାନେ ପାରାଦ୍ଵୀପ ଠାରେ ଏକ ଶିଳ୍ପ ସଂସ୍ଥାରେ କାର୍ଯ୍ୟ ସମ୍ପାଦନା କରି ଆସୁଥିଲେ।ଆଜି କାର୍ଯ୍ୟରେ ଯୋଗ ଦେବାକୁ ଯିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାଙ୍କୁ ଅସଦାଚରଣ ଘଟଣା, ଜେଲଗଲେ ଅଭିଯୁକ୍ତ

କୁଜଙ୍ଗ: ରାତିଅଧରେ ଘରେ ପଶି ମହିଳା ଓ ଝିଅ ମାନଙ୍କୁ ବଳପୂର୍ବକଭାବେ ଅସଦାଚରଣ କରିବା ଘଟଣାର ଜଣାଶୁଣା ଅସାମାଜିକ ଯୁବକ ଗିରଫ ହୋଇ ଜେଲ ଯାଇଥିବା ସୂଚନା ମିଳିଛି। ପ୍ରକାଶ ଯେ, କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମର ଜଣାଶୁଣା ଅସାମାଜିକ ଯୁବକ ଅଜୟ ପରିଡା ଓରଫ କାହ୍ନୁ ଗତ ୨୩ ତାରିଖ ରାତି ୨ଟାରେ ସେହି ଗ୍ରାମର ପବିତ୍ର ପରିଡାଙ୍କ ଘରେ ପଶିଯାଇ ତାଙ୍କ ବୋହୁ, ଝିଅ ଓ ଭାଣିଜିକୁ ବଳ ପୂର୍ବକଭାବେ ଅସଦାଚରଣ କରିଥିଲେ। ବୋହି ଚିତ୍କାର କରିବାରୁ ଘର ବାରଣ୍ଡାରେ ଶୋଇଥିବା ତାଙ୍କ ଶ୍ୱଶୁର ପବିତ୍ର କାହ୍ନୁକୁ ଧରିବାକୁ ଉଦ୍ୟମ କରିଥିଲେ। ମାତ୍ର ଅଭିଯୁକ୍ତ ଜଣକ ପବିତ୍ରକୁ ଧକ୍‌କା ମାରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।

ଏନେଇ ପବିତ୍ର କୁଜଙ୍ଗ ଥାନାରେ ଅଭିଯୋଗ କରିବାପରେ କୁଜଙ୍ଗ ପୋଲିସ ୪୬୪/୨୩ ରେ ମାମଲା ରୁଜୁକରି ତଦନ୍ତ ଯାରି ରଖିଥିଲେ। ଘଟଣା ପରଠାରୁ ଅଭିଯୁକ୍ତ ରାହାମା ଅଂଚଳରେ ଲୁଚିକରି ରହିଥିବାର ମୋବାଇଲ ଟ୍ରାକ କରି କୁଜଙ୍ଗ ପୋଲିସ ଶୁକ୍ରବାର ଦିନ ଗିରଫ କରିଥିଲେ। ଶନିବାରଦିନ ତାକୁ କୋର୍ଟ ଚାଲଣ କରାଯାଇଛି। ଜାମିନି ନାମାଞ୍ଜୁର ହେବାରୁ ସମାଗଳସ୍ଥିତ ବିଚାର ବିଭାଗିୟ ହଜାତକୁ ପଠାଇ ଦିଆଯାଇଥିବାର ଜଣାପଡିଛି।

ଏଠାରେ ସୂଚନା ଯୋଗ୍ୟକି କାହ୍ନୁ ମହିଳା ଓ ଝିଅ ମାନଙ୍କ ପ୍ରତି ପୂର୍ବରୁ ବହୁବାର ଏହିଭଳି ହିନ ବ୍ୟବହାର କରିଥିବାର ଜଣାପଡିଛି। ଯାହାକି ତାର ବାପା ଗ୍ରାମ ବାସିଙ୍କୁ ଭୁଲଭାଲ ମାଗି ଘଟଣାକୁ ସମାଧାନ କରେ। ସୂଚାନ ଯୋଗ୍ୟ ନିକଟରେ କାହ୍ନୁଙ୍କ ଭାଇ ସଂଜୟ ପରିଡା ଲିଫ୍ଟ ଦେବା ବାହାନାର ଜୈନିକା ମହିଳାଙ୍କୁ ଦୁଷ୍କର୍ମ କରିଥିଲା ଏହି ଘଟଣାରେସେ ଗିରଫ ହୋଇ ସେ ଏବେ ଜେଲ୍‌ରେ ବିଚରାଧିନ ବନ୍ଦିଭାବେ ଅଟକ ଥିବା ରଶ୍ମି ରଂଜନ ଦାଶ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପଞ୍ଚମ ଶ୍ରେଣୀ ଛାତ୍ରୀ ପାଞ୍ଚ ମାସର ଅନ୍ତସତ୍ୱା, ଜେଲ୍ ଗଲେ ଟ୍ୟୁସନ ମାଷ୍ଟରାଣୀଙ୍କ ବାପା ସମେତ ସମ୍ପର୍କୀୟ ଅଜା

କୁଜଙ୍ଗ: କୁଜଙ୍ଗ ଥାନା ବାଲିତୁଠ ଅଂଚଳରେ ଜନୈକା ୫ମ ଶ୍ରେଣୀ ଛାତ୍ରୀ ତଥା ୧୧ ବର୍ଷର ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ଟ୍ୟୁସନ୍ ମାଷ୍ଟରାଣୀଙ୍କ ବାପା ସୁବାଷ ମୁଦୁଲି (୫୩) ଓ ପିଡ଼ୀତା ଛାତ୍ରୀର ସମ୍ପର୍କୀୟ ଅଜା ରବୀନ୍ଦ୍ର କୁମାର ଦାସ (୫୫) ଆଜି ଜେଲ୍ ଯାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ବାଲିତୁଠ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

ପ୍ରକାଶ ଯେ, କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ବାଲିସାହି ଗ୍ରାମର ଜନୈକା ଯୁବତୀ ଘରୋଇ ଭାବେ ଟ୍ୟୁସନ କରନ୍ତି। ତାଙ୍କ ନିକଟକୁ ନିକଟସ୍ଥ ଗ୍ରାମର ବହୁ ଛାତ୍ରଛାତ୍ରୀ ପାଠ ପଢିବାକୁ ଆସନ୍ତି। ଶିକ୍ଷୟତ୍ରୀ ଜଣକ ଅନୁପସ୍ଥିତ ରହିଲେ ତାଙ୍କର ବାପା ସୁବାଷ ମୁଦୁଲି ପିଲାଙ୍କୁ ପାଠ ପଢାଇଥାନ୍ତି। ଏହି ସୁଯୋଗରେ ଦଳିତ ବର୍ଗର ଜନୈକା ୧୧ବର୍ଷର ନାବାଳିକା ତଥା ୫ମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଗତ କିଛିଦିନ ତଳେ ପୀଡ଼ିତା ଛାତ୍ରୀ ଜଣଙ୍କର ହଠାତ୍ ପେଟ ଯନ୍ତ୍ରଣା ହୋଇଥିଲା। ଛାତ୍ରୀଙ୍କ ବାପା ନିକଟସ୍ଥ ବାଲିତୁଠ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲେ। ସେଠାରେ ପରୀକ୍ଷା କରିବାରୁ ଛାତ୍ରୀ ଜଣକ ୫ମାସର ଅନ୍ତସତ୍ୱା ହୋଇଥିବା ଜଣାପଡିଥିଲା। ଯାହା ଫଳରେ ସୁବାଷ ଛାତ୍ରୀ ଜଣଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବାର ସ୍ୱୀକାର କରିଥିଲା ଏବଂ ଏ ସମ୍ପର୍କରେ କାହାକୁ କିଛି ନକହିବାକୁ ବାରମ୍ବାର ଧମକ ଦେଉଥିଲା। ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜ୍ଜୁ କରି ସୁବାଷକୁ ଗିରଫ କରି ପଚରାଉଚରା କରିବା ପରେ ଘଟଣାଟି ଭିନ୍ନ ମୋଡ଼ ନେଇଥିଲା ବରଂ ଏହି ଘଟଣାରେ ପୀଡିତାର ସମ୍ପର୍କୀୟ ଅଜା ରବୀନ୍ଦ୍ର କୁମାର ଦାସ ସଂପୃକ୍ତିନେଇ ସୁବାଷ ପୋଲିସ୍ ଆଗରେ ପ୍ରକାଶ କରିଥିଲା। ପୋଲିସ୍ ତୁରନ୍ତ ସମ୍ପର୍କୀୟ ଅଜା ରବୀନ୍ଦ୍ରକୁ ଗିରଫ କରିଥିଲା। ଗତକାଲି ଅଭିଯୁକ୍ତଙ୍କର ଡ଼ିଏନଏ ପରୀକ୍ଷା ପାଇଁ ନମୁନା ପଠାଯାଇଛି। ସାତଦିନ ମଧ୍ୟରେ ଡିଏନ୍‌ଏ ରିପୋର୍ଟ ଆସିଲାପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ୍ କହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ ଆଲୋଡନ ପ୍ରକାଶ ପାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲିତୁଠ ବଜାରରେ ଫାର୍ଶା ବୁଲାଇ ଆତଙ୍କ, ୨ ଗିରଫ, ଜଣେ ଫେରାର

କୁଜଙ୍ଗ: କୁଜଙ୍ଗ ଥାନା ଅଧୀନ ବାଲିତୁଠ ବଜାରରେ ବୁଧବାର ଦିନ ୩ ଜଣ ବ୍ୟକ୍ତି ଫାରସା ବୁଲାଇ ଆତଙ୍କ ସୃଷ୍ଟି କରିବା ସହିତ ସେହି ଗ୍ରାମର ପ୍ରକାଶ ମଲ୍ଲିକକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏନେଇ ପ୍ରକାଶ ଥାନାରେ ଲିଖିତ ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାଲିତୁଠ ପଞ୍ଚାୟତ ବଡ଼ବୁଦା ଗ୍ରାମ ସନ୍ତୋଷ ସେଠୀ, ନିଶାକର ମହାପାତ୍ର।ଫେରାର ହୋଇଯାଇଥିବା ବ୍ୟକ୍ତି ଜଣଙ୍କ ହେଲେ ସୁଶିଲ ବେହେରା। ଏମାନଙ୍କ ଠାରୁ ଏକ ମଟରସାଇକେଲ ଓ ଫାରସା ପୋଲିସ ଜବତ୍ କରିଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ କହିଛନ୍ତି।

ଘଟଣାରୁ ପ୍ରକାଶ, ଏହି ଥାନା ଅଧୀନ ବଡବୁଦା ଗ୍ରାମର ସନ୍ତୋଷ ସେଠୀ ଓ ସୁଶୀଲ ବେହେରାଙ୍କୁ   ସେହି ଗ୍ରାମର ନିଶାକର ମହାପାତ୍ର ମଦ୍ୟ ପାନ କରାଇ ତା ଓଡି-୨୧ ଏନ୍ -୩୫୦୩ ନମ୍ବର ମଟରସାଇକେଲ ରେ ବସାଇ ସେମାନଙ୍କୁ ବୁଲାଇବା ସାଙ୍ଗକୁ ସନ୍ତୋଷ ଏକ ଫାରସା ଧରି ଆଖିବୁଜା ବୁଲାଇ ବାଲିତୁଠ ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ବଜାରର ଏକ ସ୍ଥାନରେ ବାଲିସାହି ଗ୍ରାମର ପ୍ରକାଶ ମଲ୍ଲିକ, ନୃସିଂହ ଦାସ ଓ ଅନ୍ୟ ଜଣେ ଯୁବକ କାମକରିବାକୁ ଯିବା ପାଇଁ ବାର୍ତ୍ତାଳାପ ହେଉଥିବା ବେଳେ ସେମାନଙ୍କ ନିକଟରେ ୩ ଜଣ ମାରଣାସ୍ତ୍ର ଧରି ପହଞ୍ଚି କିଛି ଅର୍ଥ ଜୁଲମ କରିଥିଲେ।

ପ୍ରକାଶ କିଛି ବୁଝିବା ପୂର୍ବରୁ ସନ୍ତୋଷ ଧରିଥିବା ମାରଣାସ୍ତ୍ର ରେ ହାଣିବାକୁ ଉଦ୍ୟମ କରିବା   ସମୟରେ ସେ ପଛକୁ ଘୁଞ୍ଚି ଯାଇଥିଲେ। ଫଳରେ ସେ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ବଜାରରେ ଶହ ଶହ ଲୋକ ଥିଲେବି କେହି ଅଟକାଇବାକୁ ସାହାସ କରି ନ ପାରି ପଛ ଘୁଂଚା ଦେଉଥିଲେ। ମାତ୍ର ପ୍ରକାଶ, ନୃସିଂହ ସାହାସ ଯୁଟାଇ ପୋଲିସ କୁ ଖବର ଦେଇଥିଲେ।

ଖବର ପାଇ ଥାନାଧିକାରୀ ରଶ୍ମି ରଂଜନ ଦାଶ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ଯେ ସନ୍ତୋଷ ସେଠୀ ଫାରସା ଧରି ବୁଲାଇବା ସହ ଆତଙ୍କ ଖେଳାଇ ଚାଲିଛି ।କୌଶଳ କ୍ରମେ ପୋଲିସ ପଛରୁ ଯାଇ ତା ଗୋଡକୁ ମାଡ଼ି ବସି ବାରୁ ସନ୍ତୋଷ ସେଠୀ ତଳେ ପଡି ଯାଇଥିଲା। ଯାହାଫଳରେ ପୋଲିସ ସନ୍ତୋଷ ଓ ନିଶାକର କୁ କାବୁ କରିବାରେ ସକ୍ଷମ ହୋଇଥିଲେ।

ତେତେ ଘଟଣା ସ୍ଥଳରୁ ସୁଶୀଲ ଫେରାର ହୋଇଯାଇଥିଲା। ପୋଲିସ କେଶ୍ ନମ୍ବର ୪୩୭/୨୩ ରେ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଥିବା ପୋଲିସ କହିଛି।ପୂର୍ବରୁ ବହୁ ଅପରାଧିକ କେଶ୍ ସନ୍ତୋଷ ନାମରେ ଥିବାର ଜଣାପଡିଛି। ଅନ୍ୟ ପକ୍ଷରେ ତିନିମାସ ପୂର୍ବେ ପୋଲିସ ପହଞ୍ଚାଇବାରେ ସାମାନ୍ୟ ବିଳମ୍ବ ହେବାରୁ କୁଜଙ୍ଗ ଏକ୍ସପ୍ରେସ କଲୋନୀରେ ଦୁଇ ଜଣ ମହିଳା ହତ୍ୟାକାଣ୍ଡର ଶିକାର ହୋଇଥିଲେ।ତେଣୁ ଖବର ପାଇବା ମାତ୍ରେ ତତକ୍ଷଣାତ୍ ବାଲିତୁଠ ଠାରେ ପୋଲିସ ପହଞ୍ଚି ଯିବାରୁ ଅଘଟଣ ରୁ ବହୁ ଲୋକ ବର୍ତ୍ତି ଯାଇଥିଲେ ବୋଲି ସ୍ଥାନୀୟ ଅଞ୍ଚଳ ବାସି କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏଟିଏମ୍ ଆଗରୁ ଟଙ୍କା ଲୁଟ୍ ଘଟଣା, ଇମା ସହଯୋଗୀ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳର ଜନୈକ ବ୍ୟକ୍ତିଙ୍କୁ ଏଟିଏମ୍ ଆଗରୁ ଇମା ଗ୍ୟାଙ୍ଗର ସଦସ୍ୟ ମାରଣାସ୍ତ୍ର ଦେଖାଇ ମାଡ ମାରିବା ସହିତ ୩୦ ହଜାର ଟଙ୍କା ଲୁଟ୍ କରିଥିଲେ। ଏହି ଘଟଣାରେ କୁଜଙ୍ଗ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଇମ୍ରାନ୍ ଓରଫ୍ ଇମାକୁ ଗିରଫ କରିବା ସହିତ ତାର ଆଉ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା। ଅନ୍ୟ ସହଯୋଗୀମାନେ ସେହିଦିନଠାରୁ ଫେରାର ଥିଲେ।

ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରଶ୍ମୀରଂଜନ ଦାଶଙ୍କ ତତ୍ୱାବଧାନରେ ଏକ ଟିମ୍ ଜିଲ୍ଲା ବାହାରୁ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପଙ୍କପାଳ ଅଂଚରଳର ରାକେଶ ସେନାପତି।

ପ୍ରକାଶ ଯେ, କୁଜଙ୍ଗ ଅଂଚଳର ଜନୈକ ବ୍ୟକ୍ତି ଏଟିଏମ୍‌ରୁ ୩୦ ହଜାର ଟଙ୍କା ଉଠାଣ କରି ବାହାରକୁ ଆସୁଥିବା ବେଳେ ଇମା ଓ ତାର ସହଯୋଗି ବିଜୟ, ସ୍ମୃତିରଞ୍ଜନ, ରାକେଶ ତାଙ୍କୁ ମାରଣାସ୍ତ୍ର ଦେଖାଇ ମାଡମାରି ଟଙ୍କା ଲୁଟ୍ କରି ନେଇଯାଇଥିଲେ। ପରେ ଜନୈକ ବ୍ୟକ୍ତି କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ କେସ୍ ନଂ ୩୬୦/୨୩ ମୋକଦ୍ଦମା କରିଥିଲା। ତତ୍‌କ୍ଷଣାତ୍ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଇମାକୁ ଗିରଫ କରିଥିବା ବେଳେ ସହଯୋଗୀମାନେ ଫେରାର ହୋଇଯାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାଇକସ୍ତାରେ ରକ୍ତାକ୍ତ ସଂଘର୍ଷ, ଦୁଇ ପକ୍ଷରୁ ୫ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଗପାଳ ପଂଚାୟତ ପାଇକସ୍ତା ଗ୍ରାମରେ ଦୁଇ ଗୋଷ୍ଠି ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ନେଇ ପୋଲିସ୍ ଦୁଇଟି ମାମଲା ୪୨୩/୨୩, ୪୨୪/୨୩ ରୁଜ୍ଜୁ କରିଥିବା ବେଳେ ଦୁଇପକ୍ଷରୁ ୫ ଜଣଙ୍କୁ ଗିରଫ କରିଛି କୁଜଙ୍ଗ ଥାନା ପୋଲିସ୍। ସେମାନେ ହେଲେ ଗୋଟିଏ ପକ୍ଷରୁ ପାଇକସ୍ତା ଗ୍ରାମର ସ୍ୱାଧୀନ ଖୁଂଟିଆ(୨୮) ହୋଇଥିବା ବେଳେ ଅନ୍ୟ ପକ୍ଷରୁ ପଙ୍କପାଳ ଢିହସାହି ଗ୍ରାମର ପରମବ୍ରହ୍ମ ରାଉତ, ଆଲୋକ ଓଝା, ଅମ୍ବିକା ବିଶ୍ୱାଳ, ସଂଗ୍ରାମ ଲେଙ୍କା। ତାହାସହିତ ଏହି ଗୋଷ୍ଠୀ ସଂଘର୍ଷ ଘଟଣାରେ ବ୍ୟବହୃତ ହୋଇଥିବା ମହିନ୍ଦ୍ରା ଥର କାର(ଓଡି-୦୨ବିକେ୯୧୯୯)ଗାଡ଼ିଟିକୁ ପୋଲିସ୍ ଜବତ କରିଛି। ଆଜି ପାଂଚ ଜଣ ଅଭିଯୁକ୍ତଙ୍କୁ କୁଜଙ୍ଗ କୋର୍ଟରେ ପୋଲିସ୍ ହାଜର କରାଇଥିଲା। ସେଠାରେ ସେମାନଙ୍କର ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଥାନାଅଧିକାରୀ ରଶ୍ମୀରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।

ପ୍ରକାଶ ଯେ, ଗତକାଲି ଅପରାହ୍ନରେ ସ୍ୱାଧୀନ ତାର ନିଜ ଗ୍ରାମସ୍ଥିତ ରାସ୍ତାରେ ଠିଆ ହୋଇଥିଲା। ସେହି ସମୟରେ ପୂର୍ବ ଶତୃତାକୁ କେନ୍ଦ୍ରକରି ପରମ୍‌ବ୍ରହ୍ମ ଓ ତାର ୩ ସହଯୋଗୀ ଏକ କାର ଯୋଗେ ସ୍ୱାଧୀନ ନିକଟରେ ପହଁଚିଥିଲେ। ସେମାନଙ୍କ ମଧ୍ୟରେ କିଛି କଥାକୁ ନେଇ ବଚସା ହୋଇଥିଲା। ପରମବ୍ରହ୍ମ ଉତ୍‌କ୍ଷିପ୍ତ ହୋଇ ପ୍ରଥମେ ସ୍ୱାଧୀନକୁ ଆକ୍ରମଣ କରିଥିଲା। ଏହି ଘଟଣାରେ ଦୁଇପକ୍ଷରୁ ଦୁଇଜଣ ରକ୍ତାକ୍ତ ହୋଇଥିଲେ। ସ୍ୱାଧୀନର ହାତ ପାପୁଲି ସମେତ ଦେହର ବିଭିନ୍ନ ଯାଗାରେ କ୍ଷତ ହୋଇଥିବାବେଳେ ପରମବ୍ରହ୍ମର ବେକରେ କ୍ଷତ ହୋଇଛି। ପରେ କୁଜଙ୍ଗ ମେଡ଼ିକାଲରେ ପହଁଚି ପ୍ରାଥମିକ ଚିକିତ୍ସା କରାଇଥିଲେ । ଆଜି ଏହି ଘଟଣାରେ ଦୁଇପକ୍ଷରୁ ୫ ଜଣଙ୍କୁ ଜେଲ୍ ଯିବାକୁ ପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିଖୋଜ ଯୁବତୀ ଉଦ୍ଧାର: ପରିବାର ଲୋକଙ୍କ ଉପରେ ଆଣିଲେ ଗୁରୁତର ଅଭିଯୋଗ

କୁଜଙ୍ଗ: କୁଜଙ୍ଗ ଥାନା ବଡ଼ବାଲିକଣି ଗ୍ରାମର ଜନୈକା ଯୁବତୀକୁ କେହି ଦୁର୍ବୃତ୍ତ ଅପହରଣ କରିନେଇଥିବା ଥାନାରେ ନିଖୋଜ ଯୁବତୀର ପିତା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ କେସ୍ ନଂ ୬୫/୨୩ ରେ ମାମଲା ରୁଜ୍ଜୁ କରି ଘଟଣାର ଛାନ୍‌ବିନ୍ ଜାରି ରଖିଥିଲା। ଗତକାଲି ନିଖୋଜ ଥିବା ଯୁବତୀକୁ ପୋଲିସ୍ ଜିଲ୍ଲା ବାହାରୁ ଉଦ୍ଧାର କରିଥିବାବେଳେ ତା ସାଂଗରେ ତାଙ୍କର ପୁରୁଷ ବନ୍ଧୁଙ୍କୁ ଉଠାଇ ଆଣିଥିଲା।

ଘଟଣା ସଂପର୍କରେ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ଯୁବତୀକୁ ପଚରାପଚରି ପରେ ଯୁବତୀ ଜଣଙ୍କ ବୟାନରେ ତାକୁ କେହି ଅପହରଣ କରିନାହାନ୍ତି ବୋଲି କହିବା ସହିତ ସେ ତାର ସ୍ୱ-ଇଚ୍ଛାରେ ପୁରୁଷ ବନ୍ଧୁଙ୍କ ସହିତ ଯାଇଥିଲେ ଓ ତାଙ୍କୁ ସେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି କହିଥିଲେ। ମାତ୍ର ଯୁବତୀର ବାପା ଓ ମା ବଳପୂର୍ବକ ଭାବେ ଥାନା ପରିସରରେ ଯୁବତୀକୁ ଘରକୁ ନେଇଯିବାକୁ ଚେଷ୍ଟା କରୁଥିଲେ। ଯୁବତୀ ତାର ସ୍ୱଇଚ୍ଛାରେ ବିବାହ କରିପାରିବ ବୋଲି ଥାନା ଅଧିକାରୀ କହିବା ପରେ ପରିବେଶ ଶାନ୍ତ ପଡିଥିଲା।

ଅନ୍ୟ ପକ୍ଷରେ ଯୁବତୀ ପାଲଟା ଅଭିଯୋଗ କରିଛନ୍ତି ଯେ ମୋ ଜୀବନ ପ୍ରତି ବିପଦ ରହିଛି। ମୋତେ ମୋ ବାପା ମା ମାରିଦେବେ ବୋଲି ଧମକ ଦେଇଛନ୍ତି ତେଣୁ ଆମକୁ ସୁରକ୍ଷା ପ୍ରଦାନ କରିବାକୁ ଥାନା ଅଧିକାରୀଙ୍କ ନିକଟରେ ନିବେଦନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏଟିଏମ୍ ଆଗରୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍ ଘଟଣା, ଦୁଇ ଅଭିଯୁକ୍ତ ଗିରଫ

କୁଜଙ୍ଗ: କୁଜଙ୍ଗ ଥାନା ଅଂଚଳର ଏକ ଏଟିଏମ୍ ଆଗରୁ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ମାଡ ମାରିବା ସହିତ ୩୦ ହଜାର ଟଙ୍କା ଲୁଟ୍ କରିନେଇଥିଲେ। ଏହି ଘଟଣାରେ କୁଜଙ୍ଗ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଇମ୍ରାନ୍ ଓରଫ୍ ଇମାକୁ ଗିରଫ କରିଥିଲା। ଅନ୍ୟ ସହଯୋଗୀମାନେ ସେହିଦିନଠାରୁ ଫେରାର ଥିଲେ। ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରଶ୍ମୀରଂଜନ ଦାଶଙ୍କ ତତ୍ୱାବଧାନରେ ଏକ ଟିମ୍ ରାହାମା ଅଂଚଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଅଭିଯୁକ୍ତ ଦ୍ୱୟ ହେଲେ ଚାନ୍ଦପୁର ଅଂଚଳର ବିଜୟ ମଲ୍ଲିକ୍ (୨୫) ଏବଂ ସ୍ମୃତିରଂଜନ ଜେନା (୨୫)। ଆଜି ଏହି ଦୁଇ ଅଭିଯୁକ୍ତଙ୍କୁ ଡାକ୍ତରୀ ପରିକ୍ଷା କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି।

ପ୍ରକାଶ ଯେ, କୁଜଙ୍ଗ ଅଂଚଳର ଜନୈକ ବ୍ୟକ୍ତି ଏଟିଏମ୍‌ରୁ ୩୦ ହଜାର ଟଙ୍କା ଉଠାଣ କରି ବାହାରକୁ ଆସୁଥିବା ବେଳେ ଇମା ଓ ତାର ସହଯୋଗି ବିଜୟ, ସ୍ମୃତିରଞ୍ଜନ ତାଙ୍କୁ ମାରଣାସ୍ତ୍ର ଦେଖାଇ ମାଡମାରି ଟଙ୍କା ଲୁଟ୍ କରି ନେଇଯାଇଥିଲେ। ପରେ ଜନୈକ ବ୍ୟକ୍ତି କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ କେସ୍ ନଂ ୩୬୦/୨୩ ମୋକଦ୍ଦମା କରିଥିଲା। ତତ୍‌କ୍ଷଣାତ୍ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଇମାକୁ ଗିରଫ କରିଥିବା ବେଳେ ସହଯୋଗୀମାନେ ଫେରାର ହୋଇଯାଇଥିଲେ।

ଗତକାଲି ରାତିରେ ଫେରାର ଥିବା ଦୁଇ ଅଭିଯୁକ୍ତ ବିଜୟ ଓ ସ୍ମୃତିରଞ୍ଜନକୁ କୁଜଙ୍ଗ ପୋଲିସ୍ ଗିରଫ କରିଛି। ଏମାନଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ସହିତ ଏମାନେ ବ୍ରାଉନ୍ ସୁଗର କାରବାର ସହ ସମ୍ପୃକ୍ତ ଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅସହ୍ୟ ହେଲା ପୁଅ ବୋହୁଙ୍କ ନିର୍ଯାତନା, ପୋଲିସ ସହାୟତାରେ ଘରକୁ ଫେରିଲେ ବୃଦ୍ଧ ଦମ୍ପତି

କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତଗତ ମହ୍ଲାସାହି ଗ୍ରାମର ୯୬ବର୍ଷିୟ ଘନଶ୍ୟାମ ଦାସ ଓ ତାଙ୍କ ପତ୍ନୀ ୮୫ ବର୍ଷିୟା ମନୋରମା ଦାସ ପୁଅ ବୋହୁଙ୍କ ଦ୍ୱାରା ନିର୍ଯାତାନପାଇ ବାରଦ୍ୱାର ଶୁଣ୍ଡିପାଣ୍ଡା ହୋଇ ୧୨ଦିନକାଳ ଭୋକଉପାସରେ ଅତିବାହିତ କଲାପରେ ଆଜି ଘରକୁ ଫେରିଥିବା ଜଣାପଡିଛି।

ସୂଚନା ଯୋଗ୍ୟକି ଘନଶ୍ୟାମ ତାର ଦୁଇ ପୁଅ ସରୋଜ ଦାସ ଓ ରଂଜନ କୁମାର ଦାସକୁ ଜମି ବିକ୍ରି କରି ୧୮ଲକ୍ଷ ଟଙ୍କା ଦେଇଥିଲେ। ଉକ୍ତ ଟଙ୍କାରେ ଗୃହ ନିର୍ମାଣ କରିସାରିବା ପରେ ବୃଦ୍ଧା ପିତାମାତାଙ୍କୁ ଘରୁ ତଡିଦେଇଥିଲେ। ଅଗଷ୍ଟ ୨୪ ତାରିଖରୁ ବୃଦ୍ଧ ପିତାମାତା କୁଜଙ୍ଗ ପୋଷ୍ଟ ଅଫିସ ସମେତ ବିଭିନ୍ନ ବାରଣ୍ଡାରେ ଜୀବନ ଅତିବାହିତ କରିଥିଲେ। ପରେ ଘନଶ୍ୟାମ କୁଜଙ୍ଗ ଥାନାରେ ଅଭିଯୋଗ କରିବାରେ କୁଜଙ୍ଗ ପୋଲିସ ଥାନାକୁ ଦୁଇ ପୁଅଙ୍କୁ ଡକାଇ ତାଲୁକ ଆଇନସେବା କମିଟି ସହାୟତାରେ ବାପ ମା ଓ ଦୁଇ ପୁଅଙ୍କ ମଧ୍ୟରେ ବୁଝାବଣା କରାଇଥିଲେ।

ପରେ କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଂଜନ ଦାଶ ତାଲୁକ ଆଇନସେବା କମିଟି ରିଟେନର ଏଏନଡି ଯାଦବ, ମହ୍ଲାସାହି ସରପଂଚ ଧୃବ ଚରଣ ନାୟକଙ୍କ ସହାୟତାରେ ବୃଦ୍ଧ ପିତା ମାତାଙ୍କୁ ନେଇ ଘଣେ ଛାଡିବା ସହ ଦୁଇ ପୁଅ ଓ ଜ୍ୱଇଁକୁ ଯତ୍ନନେବାପାଇଁ ପରାମର୍ଶ ଦେଇଥିଲେ। ଯଦି ଭବିଷ୍ୟତରେ ବୃଦ୍ଧ ପିତାମାତାଙ୍କୁ ଦୁଇ ପୁଅ ହଇରାଣ କରନ୍ତି ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଲୁକ ଆଇନସେବା କମିଟି ପକ୍ଷରୁ କୁହାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବତୀକୁ ଅପହରଣ ଉଦ୍ୟମ ଓ ସମିତିସଭ୍ୟଙ୍କୁ ଚାନ୍ଦା ମାଗିବା ଅଭିଯୋଗ, ୪ ଗିରଫ

କୁଜଙ୍ଗ: ଆଜି କୁଜଙ୍ଗ ଥାନା ଅଂଚଳ ବାଲିତୁଠ ଓ ହଂସୁରା ପଂଚାୟତରେ ପୃଥକ ପୃଥକ ମାମଲାରେ ୪ ଜଣ ଗିରଫ ହୋଇଥିବା ଜଣାପଡ଼ିଛି। ଏହି ଦୁଇଟି ଘଟଣାରେ ବିଭିନ୍ନ ଦଫାରେ ଦୁଇଟି ମାମଲା ରୁଜୁ କରାଯାଇଥିବା କୁଜଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

ଘଟଣାରୁ ପ୍ରକାଶଯେ, କୁଜଙ୍ଗ ଥାନା ବାଲିତୁଠ ପଂଚାୟତର ଗଣ୍ଡମୁଣ୍ଡ ଗ୍ରାମର ଜନୈକ ଯୁବତୀଙ୍କୁ କୁଜଙ୍ଗ ଥାନା ଗୋପିଆକୁଦ ପଂଚାୟତର ବାଲିସାହୀ ଗ୍ରାମର ବାବୁ ମାଝୀ ଏକ ତରଫା ଭାବେ ପ୍ରେମ ନିବେଦନ କରିଆସୁଥିଲେ। ଯୁବତୀ ଜଣକ ତାଙ୍କର ଏହି ଜୁଲମକୁ ବରଦାସ୍ତ କରିଆସୁଥିଲେ। ତେବେ ଅତ୍ୟନ୍ତ ଗରୀବ ଓ ଅସହାୟ ପରିବାରର ହୋଇଥିବାରୁ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ସହାସ ଜୁଟାଇ ପାରୁନଥିଲେ। ମାତ୍ର ଗତକାଲି ପୂର୍ବାହ୍ନ ୧୧ଟା ସମୟରେ ଅଭିଯୁକ୍ତ ବାବୁ ତାଙ୍କର ଭାଇ ବିକ୍ରମ ମାଝୀ ଓ ଭିଣୋଇ ଶିଶିର ବେହେରାଙ୍କ ସହିତ ତାଙ୍କ ଘରକୁ ଯାଇ ତାଙ୍କୁ ବଳପୂର୍ବକ ଉଠାଇ ଆଣିବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ଯୁବତୀ ଜଣକ ସାହାସ ଜୁଟାଇ କୁଜଙ୍ଗ ଥାନାକୁ ଫୋନକରିଥିଲେ।

ତୁରନ୍ତ କୁଜଙ୍ଗ ପୁଲିସ ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶଙ୍କ ନିର୍ଦ୍ଦେଶକ୍ରମେ ଘଟଣା ସ୍ଥଳରେ ପୁଲିସ ପହଂଚି ଅଭିଯୁକ୍ତ ମାନଙ୍କୁ ଥାନାକୁ ଉଠାଇ ଆଣିଥିଲେ। ପରେ ଯୁବତୀଙ୍କ ଅଭିଯୋଗକ୍ରମେ ୩୮୯/୨୩ ସଙ୍ଖ୍ୟାରେ ମାମଲା ରୁଜୁ କରାଯାଇଥିଲା।

ଅଭିଯୁକ୍ତ ମାନଙ୍କୁ କୁଜଙ୍ଗ ବିଚାର ବିଭାଗୀୟ ଅଦାଲତକୁ ଆଜି ପଠାଯାଇଥିଲା। ମାତ୍ର ସେଠାରେ ସେମାନଙ୍କର ଜାମିନୀ ଆବେଦନ ଖାରଜ ହୋଇଯିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ଜେଲ ହାଜାତକୁ ପଠାଇ ଦିଆଯାଇଛି।

ଅନୁରୂପଭାବେ ହଂସୁରା ପଂଚାୟତର ସମିତି ସଭ୍ୟ ନୀରଞ୍ଜନ ଦାସଙ୍କୁ ସେହି ସାମପୁର ଗ୍ରାମର ସୁଧୀର ମଲ୍ଲିକ ଭୟଭୀତ କରାଇବା ସହିତ ଚାନ୍ଦା ମାଗିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ୩୮୮/୨୩ ସଂଖ୍ୟାରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ସୁଧୀର ମଲ୍ଲିକଙ୍କ ପତ୍ନୀ ଏକ ପାଲଟା ଅଭିଯୋଗ ମଧ୍ୟ କରିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି।

Categories
ଆଞ୍ଚଳିକ

ନିଖୋଜ ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳରୁ ଜନୈକା ନାବାଳିକା ଅପହରଣ କରାଯାଇଥିବା ନେଇ ପିଡିତାର ବାପା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ଗୁରୁତରଭାବେ ନେଇ କେସ ନଂ ୩୭୨/୨୩ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇ ଥିଲା। ଯାହାପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ପ୍ରକାଶ ଯେ, କୁଜଙ୍ଗ ଥାନା କଙ୍କରଦିଆ ଗ୍ରାମର ଅଭୟ ପାତ୍ରଙ୍କ ପୁଅ କୃଷ୍ଣଚନ୍ଦ୍ର ପାତ୍ର (୨୫) ଦୀର୍ଘଦିନ ଧରି ମୋ ଝିଅ ସାଂଗେ ମୋବାଇଲ୍ ଯୋଗେ ସବୁବେଳେ ଗପେ। ମୁଁ ଆଗରୁ ବହୁଥର ବିରୋଧ କରିବା ସତ୍ତ୍ୱେ ଆସାମୀ ନମାନି ବାରମ୍ବାର ଫୋନ୍ କରେ। ଗତ ୨୨ ଜୁଲାଇ ରିଖରେ ମୋ ଝିଅକୁ କେଉଁଆଡେ ଅପହରଣ କରି ନେଇଯାଇଛି । ମୁଁ ଓ ପରିବାର ବହୁତ ଖୋଜା ଖୋଜି ପରେ ଜାଣିବାକୁ ପାଇଲୁ କୃଷ୍ଣଚନ୍ଦ୍ର ଘରେ ମୋର ଝିଅ ଅଛି। ମୁଁ ଓ ଗାଁର କିଛି ଭଦ୍ରଲୋକ ଯାଇ ଝିଅକୁ ଆଣିବାପାଇଁ ବୁଝାସୁଝା କରିଥିଲୁୁ। ମାତ୍ର ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଓ ତାର ବାପା କର୍ଣ୍ଣପାତ କଲେ ନାହିଁ ବରଂ ଆମ୍ଭଙ୍କୁ ଧମକ ଦେଇ ଘରୁ ତଡ଼ିଦେଲେ। ଏମିତିକି ଆଉ ଏଠିକି ଆସିଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିବା ପିଡ଼ୀତାର ବାପା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।

ତୁରନ୍ତ ଥାନା ଅଧିକାରୀ ରଶ୍ମିରଂଜନ ଦାଶ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ। ବୁଧବାର ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଏରସମା ଅଂଚଳରେ ଚଢାଉ କରି ଅପହରଣ କାରୀ କୃଷ୍ଣଚନ୍ଦ୍ରକୁ ଗିରଫ କରିବା ସହିତ ନିଖୋଜ ଥିବା ନାବାଳିକାକୁ ଉଦ୍ଧାର କରି ପରିବାର ଲୋକକୁ ହସ୍ତାନ୍ତର କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛାତ୍ରୀକୁ ଏସିଡି ପକାଇ ମାରିଦେବା ଧମକ: ଅଭିଯୁକ୍ତ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳର ଜନୈକା ନବମ ଶ୍ରେଣୀ ଛାତ୍ରୀକୁ ଏସିଡ ପକାଇ ମାରିଦେବା ଧମକ ହୋଇଛି। ଏହି ଘଟଣାରେ ମଙ୍ଗରାଜପୁର ଗ୍ରାମର ଜନୈକ ଯୁବକ ଗିରଫ ହୋଇଛି। ସେହିଭଳି ଅନ୍ୟ ଏକ ଘଟଣାରେ ଜନୈକା ନାବାଳିକାକୁ ଅପହରଣ ଅଭିଯୋଗରେ ଆଉ ଜଣେ ଯୁବକକୁ କୁଜଙ୍ଗ ପୋଲିସ ଗିରଫ କରିଥିବାର ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, କୁଜଙ୍ଗ ଥାନା ଅଂଚଳର ଜନୈକା ଛାତ୍ରୀକୁ ବଳପୂର୍ବକଭାବେ ବାହାହେବାପାଇଁ କହିବା, ମୋବାଇଲକୁ ଅଶ୍ଳୀଳ ବାର୍ତ୍ତା ପଠାଇବା ଓ ଶେଷରେ ଏସିଡ ପକାଇ ମାରିଦେବା ପାଇଁ ଧମକ ଦେଇଚାଲିଥିଲା। ଏହି ପ୍ରରିପ୍ରେକ୍ଷୀରେ ନାବାଳିକାଜଣଙ୍କ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତତ୍ପର ହୋଇ ମଙ୍ଗରାଜପୁର ଗ୍ରାମର ଅଭିଯୁକ୍ତ ବାଦଲ ସାମଲ (୩୬)କୁ ଗିରଫ କରିଥିଲା।

ଅଭିଯୋଗକୁ ଭିତ୍ତିକରି ପୋଲିସ କେସ ନଂ୨୧୨/୨୩ରେ ମୋକଦ୍ଦମା ରୁଜୁ କରିଥିଲା। ବାଦଲ ଫେରାର ଥିବା ସମୟରେ କୁଜଙ୍ଗ ପୋଲସି ପାରାଦ୍ୱିପରୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ଅନୁରୁପଭାବେ ଏହି ଥାନା ଅଂଚଳର ଜଣେ ଚାନ୍ଦପୁର ଅଂଚଳର ଯୁବକ କୁଜଙ୍ଗ ଅଂଚଳର ଜନୈକା ୧୪ ବର୍ଷିୟା ନାବାଳିକା ପାଠ ପଢିବାକୁ ଯାଇଥିବା ବେଳେ ତାକୁ ଅପହରଣ କରିନେଇଥିଲା। ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ପୋଲିସ କେସ ନଂ.୩୬୩/୨୩ରେ ମୋକଦ୍ଦମା ରୁଜୁ କରିଥିଲା। ଅପହରଣର ୪୮ଘଂଟା ମଧ୍ୟରେ ପୋଲିସ ଅପହରଣକାରୀ ଯୁବକ ଓ ଅପହୃତା ନାବାଳିକାକୁ ଉଦ୍ଧାର କରିଥିଲା। ନାବାଳିକାକୁ ତାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ବେଳେ ଅପହରଣକାରୀକୁ ଗିରଫ କରିଥିଲା।

ଏହି ଘଟଣାରେ ଉଭୟ ଯୁବକଙ୍କୁ କୋର୍ଟଚାଲଣ କରାଗଲାପରେ ସେମାନଙ୍କ ଜାମିନ ନାମାଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଥିବାର ଥାନା ଅଧିକାରୀ ରଶ୍ମିରଂଜନ ଦାଶଙ୍କ ଠାରୁ ପ୍ରକାଶ।

Categories
ଆଞ୍ଚଳିକ

୬ଫୁଟର ନାଗସାପ ଉଦ୍ଧାର

କୁଜଙ୍ଗ: ସୋମବାର ମଧ୍ୟାହ୍ନରେ କୁଜଙ୍ଗ ଥାନା ଅନ୍ତର୍ଗତ କାଳିଆପାଟ ତାଳଦଣ୍ଡା ଗ୍ରାମର ବିଶ୍ୱମ୍ବର ପଣ୍ଡାଙ୍କ ଘରୁ ଏକ ୬ ଫୁଟ ଲମ୍ବର ଏକ ଚମ୍ପାନାଗ ସାପ ଉଦ୍ଧାର କରାଯାଇଥିବାର ଜଣାପଡିଛି। ନାଗ ସାପଟି ବିଶ୍ୱମ୍ବର ପଣ୍ଡାଙ୍କ ଘରଭିତରକୁ ପସିଯାଇଥିବାର ଦେଖି ଭୟଭିତ ହୋଇଯାଇଥିଲେ। ପରେ ପରିବାର ଲୋକେ କୁଜଙ୍ଗର ସାପ ଧରାଳି ତଥା ସମାଜସେବୀ ପ୍ରଭାତ ବେହେରା(ବାବୁ) ଙ୍କୁ ଖବର ପ୍ରଦାନ କରିଥିଲେ। ବାବୁନି ତୁରନ୍ତ ଘଟଣାସ୍ଥଳରେ ପହଁଚି ସାହସିକତାରେ ସହ ବିଷାକ୍ତ ସାପକୁ ଉଦ୍ଧାର କରିଥିଲେ। ପରେ ସାପଟିକୁ ପାରାଦୀପ ଷଣ୍ଢକୁଦ ଅଂଚଳରେ ଏକ ପରିତ୍ୟକ୍ତ ଜଙ୍ଗଲରେ ଛାଡିଦେଇଥିଲେ।

Categories
ଆଞ୍ଚଳିକ

ପୋସ୍କୋ କଲୋନୀରୁ ଚୋରି, ଗାଡି ସମେତ ଯୁବକ ଗିରଫ

କୁଜଙ୍ଗ: କୁଜଙ୍ଗ ଥାନା ଅଧିନ ବଡ଼ଗବପୁର ଅଂଚଳରେ ଥିବା ପରିତ୍ୟକ୍ତ ପୋସ୍କୋ କଲୋନୀରୁ ମଙ୍ଗବାର ଦିନ ପୂର୍ବାହ୍ନରେ ଇଟା ଓ ଦସ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀକୁ ଚୋରି କରିନେଇଯାଉଥିବା  କୁଜଙ୍ଗ ଥାନାରେ ବଡ଼ଗବପୁର ଗ୍ରାମର ଉପେନ୍ଦ୍ର ମଲ୍ଲିକ୍ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୋଗ ଆଧାରରେ ପୋଖରିଆପଡ଼ା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ରାଉଳଙ୍କ ପୁଅ ତୋଫାନ ରାଉଳଙ୍କୁ ଗିରଫ କରିଥିଲା। ତତ୍ ସହିତ ଟ୍ରାକ୍ଟର ଓଡି୨୧ଏନ୍‌୫୮୭୬ ଓ  ଡାଲା ନମ୍ବର ଓଡି୨୯ଏଫ୍‌୩୩୧୫ ସମେତ ଏକ ସ୍କୁଟି ଯାହାର ନମ୍ବର ଓଡି୦୫ଭି୧୨୯୭ ଓ ମଟର ସାଇକେଲ ଓଡି୨୧ଏଲ୍‌୪୮୧୪ ଗାଡିଟିକୁ ପୋଲିସ୍ ଘଟଣା ସ୍ଥଳରୁ ସିଜ୍  କରିଥିବା ଜଣା ପଡିଛି।

ଅପରପକ୍ଷେ ଏହି ଘଟଣାରେ ସମ୍ପୃକ୍ତ ଥିବା ରାଜୀବ ନାୟକ ଓ ସମୀର ମଲ୍ଲିକ୍ ଫେରାର ଥିବା ଜଣାପଡିଛି। ପ୍ରକାଶ ଯେ, ମଙ୍ଗଳବାର ପୂର୍ବାହ୍ନ ୧୧ ଘଟିକା ସମୟରେ ପୋଖରିଆ ପଡ଼ା ଗ୍ରାମର ରାଜୀବ, ସମୀର ଓ ତୋଫାନ ଏକ ଟ୍ରାକ୍ଟର ଦ୍ୱାରା ପୋସ୍କୋ କଲୋନୀରୁ ଇଟା ଓ ଦସ୍ତା ଚୋରି କରି ଗାଡିରେ ଲୋଡ କରୁଥିବା ବଡ଼ଗବପୁର ଗ୍ରାମର ଉପେନ୍ଦ୍ର ଦେଖିଥିଲେ। ତୁରନ୍ତ ଉପେନ୍ଦ୍ର କୁଜଙ୍ଗ ଥାନାରେ ଏ ନେଇ ଅଭିଯୋଗ କରିବା ପରେ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ସଦଳବଳେ ଘଟଣାସ୍ଥଳରେ ପହଁଚିଥିଲେ। ପୋଲିସ୍‌କୁ ଦେଖି ସମୀର ଓ ରାଜୀବ ଚମ୍ପଟ ମାରିଥିବା ବେଳେ ତୋଫାନ ପୋଲିସ୍ ହାବୁଡରେ ପଡିଯାଇଥିଲା। ପୋଲିସ୍ ଘଟଣାସ୍ଥଳରୁ ତୋଫାନକୁ ଉଠାଇ ଆଣିବା ସହିତ ଗୋଟେ ଇଟା ବୋଝେଇ ଟ୍ରାକ୍ଟର, ସ୍କୁଟି ଓ ମଟର ସାଇକେଲକୁ ଯବତ କରିଛି।

ଆଜି ଏହି ଘଟଣାରେ କେସ୍ ନଂ ୩୫୩/୨୩ ରେ ମାମଲା ରୁଜ୍ଜୁ କରି ତୋଫାନକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।