Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଯୁବତୀକୁ ଅପହରଣ ଉଦ୍ୟମ ଓ ସମିତିସଭ୍ୟଙ୍କୁ ଚାନ୍ଦା ମାଗିବା ଅଭିଯୋଗ, ୪ ଗିରଫ
ଅପରାଧ

ଯୁବତୀକୁ ଅପହରଣ ଉଦ୍ୟମ ଓ ସମିତିସଭ୍ୟଙ୍କୁ ଚାନ୍ଦା ମାଗିବା ଅଭିଯୋଗ, ୪ ଗିରଫ

August 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ଆଜି କୁଜଙ୍ଗ ଥାନା ଅଂଚଳ ବାଲିତୁଠ ଓ ହଂସୁରା ପଂଚାୟତରେ ପୃଥକ ପୃଥକ ମାମଲାରେ ୪ ଜଣ ଗିରଫ ହୋଇଥିବା ଜଣାପଡ଼ିଛି। ଏହି ଦୁଇଟି ଘଟଣାରେ ବିଭିନ୍ନ ଦଫାରେ ଦୁଇଟି ମାମଲା ରୁଜୁ କରାଯାଇଥିବା କୁଜଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

ଘଟଣାରୁ ପ୍ରକାଶଯେ, କୁଜଙ୍ଗ ଥାନା ବାଲିତୁଠ ପଂଚାୟତର ଗଣ୍ଡମୁଣ୍ଡ ଗ୍ରାମର ଜନୈକ ଯୁବତୀଙ୍କୁ କୁଜଙ୍ଗ ଥାନା ଗୋପିଆକୁଦ ପଂଚାୟତର ବାଲିସାହୀ ଗ୍ରାମର ବାବୁ ମାଝୀ ଏକ ତରଫା ଭାବେ ପ୍ରେମ ନିବେଦନ କରିଆସୁଥିଲେ। ଯୁବତୀ ଜଣକ ତାଙ୍କର ଏହି ଜୁଲମକୁ ବରଦାସ୍ତ କରିଆସୁଥିଲେ। ତେବେ ଅତ୍ୟନ୍ତ ଗରୀବ ଓ ଅସହାୟ ପରିବାରର ହୋଇଥିବାରୁ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ସହାସ ଜୁଟାଇ ପାରୁନଥିଲେ। ମାତ୍ର ଗତକାଲି ପୂର୍ବାହ୍ନ ୧୧ଟା ସମୟରେ ଅଭିଯୁକ୍ତ ବାବୁ ତାଙ୍କର ଭାଇ ବିକ୍ରମ ମାଝୀ ଓ ଭିଣୋଇ ଶିଶିର ବେହେରାଙ୍କ ସହିତ ତାଙ୍କ ଘରକୁ ଯାଇ ତାଙ୍କୁ ବଳପୂର୍ବକ ଉଠାଇ ଆଣିବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ଯୁବତୀ ଜଣକ ସାହାସ ଜୁଟାଇ କୁଜଙ୍ଗ ଥାନାକୁ ଫୋନକରିଥିଲେ।

ତୁରନ୍ତ କୁଜଙ୍ଗ ପୁଲିସ ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶଙ୍କ ନିର୍ଦ୍ଦେଶକ୍ରମେ ଘଟଣା ସ୍ଥଳରେ ପୁଲିସ ପହଂଚି ଅଭିଯୁକ୍ତ ମାନଙ୍କୁ ଥାନାକୁ ଉଠାଇ ଆଣିଥିଲେ। ପରେ ଯୁବତୀଙ୍କ ଅଭିଯୋଗକ୍ରମେ ୩୮୯/୨୩ ସଙ୍ଖ୍ୟାରେ ମାମଲା ରୁଜୁ କରାଯାଇଥିଲା।

ଅଭିଯୁକ୍ତ ମାନଙ୍କୁ କୁଜଙ୍ଗ ବିଚାର ବିଭାଗୀୟ ଅଦାଲତକୁ ଆଜି ପଠାଯାଇଥିଲା। ମାତ୍ର ସେଠାରେ ସେମାନଙ୍କର ଜାମିନୀ ଆବେଦନ ଖାରଜ ହୋଇଯିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ଜେଲ ହାଜାତକୁ ପଠାଇ ଦିଆଯାଇଛି।

ଅନୁରୂପଭାବେ ହଂସୁରା ପଂଚାୟତର ସମିତି ସଭ୍ୟ ନୀରଞ୍ଜନ ଦାସଙ୍କୁ ସେହି ସାମପୁର ଗ୍ରାମର ସୁଧୀର ମଲ୍ଲିକ ଭୟଭୀତ କରାଇବା ସହିତ ଚାନ୍ଦା ମାଗିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ୩୮୮/୨୩ ସଂଖ୍ୟାରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ସୁଧୀର ମଲ୍ଲିକଙ୍କ ପତ୍ନୀ ଏକ ପାଲଟା ଅଭିଯୋଗ ମଧ୍ୟ କରିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି।

ଅପହରଣ ଉଦ୍ୟମ କୁଜଙ୍ଗ ଥାନା ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ରେଳ ଷ୍ଟେସନ୍ରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 4, 2026

ଅଙ୍ଗଦାନକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ନୂଆ ପଦକ୍ଷେପ, ଲଞ୍ଚ ହେଲା ‘ଇ-ଟ୍ରାନ୍ସପ୍ଲାଣ୍ଟ’ ପ୍ଲାଟଫର୍ମ

August 4, 2026

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026
Latest News

ଭୁବନେଶ୍ବର ରେଳ ଷ୍ଟେସନ୍ରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 4, 2026

ଅଙ୍ଗଦାନକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ନୂଆ ପଦକ୍ଷେପ, ଲଞ୍ଚ ହେଲା ‘ଇ-ଟ୍ରାନ୍ସପ୍ଲାଣ୍ଟ’ ପ୍ଲାଟଫର୍ମ

August 4, 2026

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.