Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରାଜନୈତିକ ଷଡଯନ୍ତ୍ର ନା ଅନ୍ୟ କିଛି?: ସନ୍ଦେଶଖାଲୀ ବିବାଦ ମଧ୍ୟରେ ବଙ୍ଗଳାରେ ଟିଏମସି ନେତାଙ୍କୁ ହତ୍ୟା
ଅପରାଧ

ରାଜନୈତିକ ଷଡଯନ୍ତ୍ର ନା ଅନ୍ୟ କିଛି?: ସନ୍ଦେଶଖାଲୀ ବିବାଦ ମଧ୍ୟରେ ବଙ୍ଗଳାରେ ଟିଏମସି ନେତାଙ୍କୁ ହତ୍ୟା

February 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସନ୍ଦେଶଖାଲୀ ବିବାଦ ମଧ୍ୟରେ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲ୍ଲାର ଅଶୋକନଗରରେ ଏକ ହତ୍ୟା ରାଜନୈତିକ ଝଡ ସୃଷ୍ଟି କରିଛି। ରାଜ୍ୟର ଶାସକ ଦଳ ତୃଣମୁଲ କଂଗ୍ରେସ (ଟିଏମସି) ର ଜଣେ ନେତାଙ୍କୁ ହତ୍ୟା କରାଯାଇଛି। ହତ୍ୟା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ବହୁ ସଂଖ୍ୟକ ପୋଲିସ ନିୟୋଜିତ ହୋଇଛନ୍ତି ଏବଂ ଆକ୍ରମଣକାରୀଙ୍କ ସନ୍ଧାନକୁ ଜୋରଦାର କରାଯାଇଛି। ରବିବାର ରାତିରେ ଏହି ଘଟଣା ଘଟିଛି। ତେବେ ଆଜି ଅପରାହ୍ନ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।

ନିହତ ଟିଏମସି ନେତାଙ୍କୁ ବିଜନ ଦାସ (୪୯) ବୋଲି ଚିହ୍ନଟ କରାଯାଇଛି। ପ୍ରାଥମିକ ଅନୁସନ୍ଧାନ ପରେ ଜମି ବିବାଦ ଯୋଗୁଁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପୋଲିସ ଦାବି କରିଛି। ଏହି ପ୍ରସଙ୍ଗରେ ପୋଲିସ କହିଛି ଯେ, ବିଜୟନ ଦାସଙ୍କ ଉପରେ ଆକରଣ ସେତେବେଳେ ହୋଇଥିଲା, ଯେତେବେଳେ ସେ ଦଳର ସହକର୍ମୀଙ୍କ ଘରକୁ ଯାଇଥିଲେ।

ପୋଲିସର ସୂଚନାନୁସାରେ, ଗୁମା ଏକ ନମ୍ବର ପଞ୍ଚାୟତର ଉପ ମୁଖ୍ୟ ଦାସଙ୍କୁ ନିକଟରୁ ଦୁଇଥର ଗୁଳି କରାଯାଇଥିଲା। ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା ​​ଏବଂ ଅନ୍ୟଟି ତାଙ୍କ ବାମ କାନ ଦେଇ ଯାଇଥିଲା। ପୋଲିସ କହିଛି ଯେ, “ତାଙ୍କୁ ବାରାସାତ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଆକ୍ରମଣକାରୀ ଫେରାର ହୋଇଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି।”

ବରାସାତ ସାଂସଦ କାକୋଲି ଘୋଷ ଦସ୍ତିଦାର କହିଛନ୍ତି ଯେ, “ବିଜନଙ୍କ ମୃତ୍ୟୁ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ସେ ଛାତ୍ର ରାଜନୀତିରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ସେବେଠାରୁ ଦଳ ସହ ଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।” ପୋଲିସ ନିହତ ଟିଏମସି ନେତାଙ୍କ ମୋବାଇଲ ଫୋନ ଜବତ କରି କଲ ରେକର୍ଡ ଯାଞ୍ଚ କରୁଛି। ହତ୍ୟାକାଣ୍ଡର କାରଣ କଣ? ଏହା ଜାଣିବା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ପଚରାଉଚରା କରାଯାଉଛି।

ବିଜନ କିଛି ଦିନ ପୂର୍ବରୁ ଜମି ବ୍ୟବସାୟୀ ଗୌତମ ଦାସଙ୍କ ସହ ଝଗଡା କରିଥିଲେ। ରବିବାର ରାତିରେ ମଧ୍ୟ ସମାନ ବିଷୟରେ ଯୁକ୍ତିତର୍କ ହୋଇଥିଲା ପରେ ତାଙ୍କ ଉପରକୁ ଗୁଳି ମରାଯାଇଥିଲା। ଉଲ୍ଲେଖଥାଉ କି, ପୋଲିସ ଏହାକୁ ରାଜନୈତିକ ହତ୍ୟା ବୋଲି ବିଚାର କରୁନାହିଁ। ତେବେ ପ୍ରତ୍ୟେକ ଦିଗରୁ ଅନୁସନ୍ଧାନ କରାଯାଉଛି।

Mamata Banerjee TMC West Bengal
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026

ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ କୋହଲି ଏବଂ ରୋହିତ?: ଭିନ୍ନ ଭିନ୍ନ କମ୍ବିନେସନ ଉପରେ କହିଲେ ଗିଲ୍

July 15, 2026

ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

July 15, 2026
Latest News

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026

ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ କୋହଲି ଏବଂ ରୋହିତ?: ଭିନ୍ନ ଭିନ୍ନ କମ୍ବିନେସନ ଉପରେ କହିଲେ ଗିଲ୍

July 15, 2026

ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

July 15, 2026

ବଦଳି ଯାଇଛି କି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସରେ ଲିଙ୍କ ଥିବା ନମ୍ବର?: ଘରେ ବସି କରନ୍ତୁ ଅପଡେଟ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.