Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୁରୀରେ କେରଳ ପର୍ଯ୍ୟଟକଙ୍କ ଠାରୁ ଲୁଟ୍: ଦେଢ ବର୍ଷ ପରେ ଅଭିଯୁକ୍ତ ଠାରୁ ଟଙ୍କା ଜବତ କଲା ପୋଲିସ
ଅପରାଧ

ପୁରୀରେ କେରଳ ପର୍ଯ୍ୟଟକଙ୍କ ଠାରୁ ଲୁଟ୍: ଦେଢ ବର୍ଷ ପରେ ଅଭିଯୁକ୍ତ ଠାରୁ ଟଙ୍କା ଜବତ କଲା ପୋଲିସ

March 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ପୁରୀ ଆସିଥାନ୍ତି। ଏହା ଏକ ପବିତ୍ର ସ୍ଥାନ। ଚାରି ଧାମ ମଧ୍ୟରେ ଜଗନ୍ନାଥ ଧାମ ଅନ୍ୟତମ। ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି।

ସମଗ୍ର ବିଶ୍ଵରେ ପୁରୀ ଏକ ପ୍ରସିଦ୍ଧ ସ୍ଥାନ। କିନ୍ତୁ କିଛି ଅସମାଜିକ ଯୁବକମାନଙ୍କ ଯୋଗୁଁ ଏହି ସ୍ଥାନ ବଦନାମ ହେଉଥିବା ଦେଖିବାକୁ ମିଳିଛି। ବିଦେଶ କିମ୍ବା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ବେଳେବେଳେ ସେଠାରେ ଲୁଟ୍ ର ଶିକାର ହେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ଘଟଣା ପ୍ରାୟ ଦେଢ ବର୍ଷ ତଳେ ଘଟିଥିଲା।

କେରଳର ଶ୍ରୀଜୀଥ ଆର ପଳାଇ ନାମକ ଜଣେ ଯୁବକ ପୁରୀ ବୁଲିବାକୁ ଆସି ଦେଢ ବର୍ଷ ତଳେ ଠକାମିର ଶିକାର ହୋଇଥିଲେ। ସେ ଜଣେ ଠକ ହାବୁଡରେ ପଡି ୪୫ ହଜାର ଟଙ୍କା ହରାଇଥିଲେ। ବାଲେଶ୍ବର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ ହରିହର ପଣ୍ଡା ନାମକ ବ୍ୟକ୍ତି ଶ୍ରୀଜୀଥଙ୍କୁ ଠକି ୪୫ ହଜାର ଟଙ୍କା ଲୁଟିନେଇଥିଲେ। ଅଭିଯୁକ୍ତ ହରିହର କେରଳର ଏହି ପର୍ଯ୍ୟଟକଙ୍କୁ ଜଣେ ହୋଟେଲର ମ୍ୟାନେଜର କହି ଉକ୍ତ ରାଶି ବୁକିଙ୍ଗ ନିମନ୍ତେ କହି ଠକି ନେଇଥିଲା। ଯେତେବେଳେ ସେ ଏକଥା ଜାଣିଲେ, ତୁରନ୍ତ ପୁରୀ ଥାନାରେ ଏନେଇ ଅଭିଯୋଗ କରିବାରୁ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ତେବେ ପୁରୀ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ସୁନୀଲ କୁମାର ପ୍ରଧାନ ଅଭିଯୁକ୍ତଙ୍କୁ ଧରିବା ସହ ତା’ ଠାରୁ ୪୫ ହଜାର ଟଙ୍କା ଜବତ କରିଥିଲେ। ଏବଂ ଉକ୍ତ ଜବତ ରାଶିକୁ ଫେରାଇବା ପାଇଁ ଶ୍ରୀ ପ୍ରଧାନ ଖବର ଦେଇଥିଲେ।

କିନ୍ତୁ କେରଳ ରାଜ୍ୟରୁ ସେହି ସମୟରେ ସେ ଆସିପାରିନଥିଲେ। କିନ୍ତୁ ସେ ଶୁକ୍ରବାର ଦିନ ଆସି ନିଜର ଅର୍ଥ ରାଶିକୁ ଥାନା ଅଧିକାରୀଙ୍କ ଠାରୁ ଗ୍ରହଣ କରିଥିଲେ। ଯାହାକୁ ନେଇ ସେ ଖୁସିବ୍ୟକ୍ତ କରିବା ସହ ପୁରୀ ପୋଲିସକୁ ଧନ୍ୟବାଦ ଜଣାଇଥିଲେ।

ପୁରୀ ଶ୍ରୀଜଗନ୍ନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ରବିନ୍ଦ୍ର ମଣ୍ଡପରେ ସଂଗୀତଜ୍ଞ ସୁମନ୍ତ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ଦୁଇ ସାଧକଙ୍କୁ ମିଳିଲା ସମ୍ମାନ

January 4, 2026

ପୂର୍ବତଟ ରେଲପଥର ଏହି ଟ୍ରେନଗୁଡିକ ଚଳାଚଳରେ ହେଲା ବଡ ପରିବର୍ତ୍ତନ, ଦେଖନ୍ତୁ ପୁରା ତାଲିକା

January 4, 2026

ଜାତୀୟ ବିଚାରପତି ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ; ଓଡ଼ିଶାକୁ ଦୁଇଟି ପୁରସ୍କାର

January 4, 2026

ବିଧାନସଭା ସଦସ୍ୟତା ପଦ ହରାଇବେ ବିଧାୟକ, ଖୁବ ଶିଘ୍ର ଆସନ ହେବ ଖାଲି

January 4, 2026
Latest News

ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 4, 2026

ରବିନ୍ଦ୍ର ମଣ୍ଡପରେ ସଂଗୀତଜ୍ଞ ସୁମନ୍ତ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ଦୁଇ ସାଧକଙ୍କୁ ମିଳିଲା ସମ୍ମାନ

January 4, 2026

ପୂର୍ବତଟ ରେଲପଥର ଏହି ଟ୍ରେନଗୁଡିକ ଚଳାଚଳରେ ହେଲା ବଡ ପରିବର୍ତ୍ତନ, ଦେଖନ୍ତୁ ପୁରା ତାଲିକା

January 4, 2026

ଜାତୀୟ ବିଚାରପତି ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ; ଓଡ଼ିଶାକୁ ଦୁଇଟି ପୁରସ୍କାର

January 4, 2026

ବିଧାନସଭା ସଦସ୍ୟତା ପଦ ହରାଇବେ ବିଧାୟକ, ଖୁବ ଶିଘ୍ର ଆସନ ହେବ ଖାଲି

January 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.