Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର ପୋଲିସର ସହାୟତା ଲୋଡିଲେ ଆନ୍ଧ୍ରରେ ଠକେଇର ଶିକାର ହୋଇଥିବା ଶ୍ରମିକ
ଅପରାଧ

ବାଣପୁର ପୋଲିସର ସହାୟତା ଲୋଡିଲେ ଆନ୍ଧ୍ରରେ ଠକେଇର ଶିକାର ହୋଇଥିବା ଶ୍ରମିକ

March 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
banpurps
ବାଣପୁର ପୋଲିସର ସହାୟତା ଲୋଡିଲେ ଆନ୍ଧ୍ରରେ ଠକେଇର ଶିକାର ହୋଇଥିବା ଶ୍ରମିକ

ବାଣପୁର: ନିକଟରେ ବିଦେଶ ଯିବା ବାହାନାରେ ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ ଠକେଇର ଶିକାର ହୋଇ ନିଜ ଭିଟାମାଟିକୁ ନିରାଶରେ ଫେରିଛନ୍ତି। ତେବେ ଅଦ୍ୟାବଧି ଆନ୍ଧ୍ର ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ବେଳେ ନିରୁପାୟ ହୋଇ ବାଣପୁର ଅଞ୍ଚଳର ଏକାଧିକ ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନେ ଆଜି ସଂନ୍ଧ୍ୟାରେ ଆଇଆଇସି ରମେଶ ଦେବତାଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି।

ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ଠକେଇ ଟଙ୍କା ଫେରିପାଇବା ଦାବି ନେଇ ଏତଲା ଦେଇଛନ୍ତି ଉକ୍ତ ବ୍ୟକ୍ତିମାନେ। ତେବେ ଏ ନେଇ ବାଣପୁର ଆଇଆଇସିଙ୍କୁ ପଚାରିବାରୁ ଏ ସଂକ୍ରାନ୍ତରେ ପୁର୍ବରୁ ଏକ ମାମଲା ଆନ୍ଧ୍ର ପୋଲିସ କରିଛି। ତେଣୁ ଏହା ଷ୍ଟେସନ ଡ଼ାଇରୀ ରେ ପଞ୍ଜିକୃତ ହେବ ଏବଂ ବାଣପୁର ପୋଲିସ ଆନ୍ଧ୍ର ପୋଲିସ ସହ ଯୋଗାସୂତ୍ର ରକ୍ଷାକରି ତଦନ୍ତରେ ସହଯୋଗ କରିବ ବୋଲି କହିଛନ୍ତି ଶ୍ରୀ ଦେବତ୍ତା।

ଖବର ମୁତାବକ ବିଗତ ଦୁଇମାସ ତଳେ ଆନ୍ଧ୍ରପ୍ରଦେଶ ବିଜୟାନଗରମ ଠାରେ ଲାଇଫ ଲାଇନ ଟ୍ରାଭେଲ ଏଜେନ୍ସି ନାମକ ଏକ କମ୍ପାନୀ ସୁବିଧାରେ ଏବଂ ସ୍ୱଳ୍ପ ମୂଲ୍ୟରେ ଶ୍ରମିକମାନଙ୍କୁ ବିଦେଶରେ ରୋଜଗାର ଦେବାର ପ୍ରଲୋଭନ ଦେଖାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଚାର ପ୍ରସାର କରିଥିଲା।

ଯାହାକି ଦୁବାଇର ଆବୁଧାବିରେ ନାମୀଦାମୀ କମ୍ପାନୀରେ କାମ କରିବାକୁ ପ୍ରଲୋଭିତ କରିଥିଲା।ପ୍ରଲୋଭନରେ ପଡ଼ି ବାଲୁଗାଁ-ବାଣପୁର ଅଞ୍ଚଳର ଏକ ଶହରୁ ଉର୍ଦ୍ଧ୍ବ ଲୋକ କମ୍ପାନୀ ମ୍ୟାନେଜର ଆର.ରାବଣା ରାଓଙ୍କୁ ଯୋଗାଯୋଗ କରିଥିଲେ। ଉକ୍ତ କମ୍ପାନୀ ତରଫରୁ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ବିଦେଶାଗତ ଶ୍ରମିକମାନଙ୍କୁ ଦୁବାଇ ଯିବାକୁ ଭିସା ପ୍ରଦାନ କରିଥିଲେ। ପରେ ବିଦେଶ ଯିବାକୁ ହେଲେ ଜଣକ ପିଛା ୬୦ ରୁ ୭୦ ହଜାର ଟଙ୍କା ବିମାନ ଟିକେଟ ପାଇଁ ଦେବାକୁ ପଡିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା।

କିଛି ଶ୍ରମିକ କମ୍ପାନୀ ମ୍ୟାନେଜର ଆର.ରାବଣା ରାଓଙ୍କ ଗଜୱାକା ବ୍ରାଞ୍ଚ କରୁର ବୈଶ୍ୟ ବ୍ୟାଙ୍କ ଆକାଉଣ୍ଟକୁ (ନଂ-୧୪୭୨୧୫୫୦୦୦୦୯୭୨୪୨) ସମସ୍ତ ଟଙ୍କା ପଠାଇଥିବା ବେଳେ କିଛି ଶ୍ରମିକ ବିଜୟାନଗରମ ସ୍ଥିତ କାର୍ଯ୍ୟାଳୟରେ ଟଙ୍କା ଜମା ଦେଇଥିଲେ। କିଛି ଦିନ ପରେ କମ୍ପାନୀ ତରଫରୁ ବିଦେଶାଗତ ଶ୍ରମିକମାନଙ୍କୁ ବିମାନ ଟିକେଟ ପ୍ରଦାନ କରାଯାଇଥିଲା।

ହେଲେ ସମସ୍ତ ନଥିପତ୍ର ଯାଞ୍ଚ ନିମିତ୍ତ ଶ୍ରମିକମାନେ ବିଜୟାନଗରମ ଠାରେ ଥିବା କମ୍ପାନୀ କାର୍ଯ୍ୟାଳୟ ଠାରେ ପହଞ୍ଚି ଦେଖିବା ବେଳକୁ ସେଠାରେ କୌଣସି ଅଫିସ ନଥିବା ବେଳେ ବିମାନ ଟିକେଟ ବାତିଲ ହୋଇଯାଇଲା। ତେବେ ଉକ୍ତ ଘଟଣାକୁ ନେଇ ଶ୍ରମିକମାନେ ବିଜୟୱାଡା ଏସପିଙ୍କ ଦ୍ଵାରସ୍ଥ ହୋଇ ଅଭିଯୋଗ କରିବା ସହ ଗ୍ରାମୀଣ ପୋଲିସ ଥାନାରେ ଲିଖିତ ଏତଲା କରିଥିଲେ।

BanpurPS ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.