Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଲୁଗାଁରୁ ଗୋରୁ ବୋଝେଇ ଟ୍ରକ ଜବତ, ୫୬ ଗାଈଗୋରୁ ଉଦ୍ଧାର, ଡ୍ରାଇଭର ହେଲ୍ପର ଫେରାର
ଅପରାଧ

ବାଲୁଗାଁରୁ ଗୋରୁ ବୋଝେଇ ଟ୍ରକ ଜବତ, ୫୬ ଗାଈଗୋରୁ ଉଦ୍ଧାର, ଡ୍ରାଇଭର ହେଲ୍ପର ଫେରାର

April 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁରୁ ଗୋରୁ ବୋଝେଇ ଟ୍ରକ ଜବତ, ୫୬ ଗାଈଗୋରୁ ଉଦ୍ଧାର, ଡ୍ରାଇଭର ହେଲ୍ପର ଫେରାର

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଦୀକ୍ଷିତପଡା ଅଂଚଳରୁ ଏକ ନମ୍ବର ବିହୀନ ଆଇଚର ଟ୍ରକରେ ଅତି ଦୟନୀୟ ଅବସ୍ଥାରେ ବନ୍ଧା ଯାଇ ଗୋରୁ ଟ୍ରକକୁ ଜବତ କରାଯାଇଛି। ଏଥିରେ ୫୬ଟି ଗାଈ ଗୋରୁ ଓ ବାଛୁରୀ ଥିବାର ଜଣାପଡିଛି। ଏସବୁ ହାଇଦ୍ରାବାଦ ଚାଲଣ କରାଯାଉଥିବା ବୋଲି ଜଣାପଡିଛି। ଖବର ପାଇ ନାଚୁଣୀ ପୋଲିସ ଟ୍ରକକୁ ଜବତ କରିଛି।

ଘଟଣାରୁ ପ୍ରକାଶ ବିଗତ କିଛି ମାସ ଧରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଇଗୋରୁ ରାତିରେ ବିଶ୍ରାମ ନେଉଥିବା ବେଳେ ଅସାମାଜିକ ବ୍ୟକ୍ତି ବିଭିନ୍ନ ଗାଡିରେ ଚୋରାଇ ନେଇ ବାହାର ରାଜ୍ୟକୁ ଚାଲଣ କରୁଛନ୍ତି। ବିଭିନ୍ନ ସମୟରେ ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସପିସିଏ, ସଦସ୍ୟ, ବଜରଙ୍ଗ ଦଳ, ଗୋ ସୁରକ୍ଷା ବାହିନୀ ର କର୍ମକର୍ତ୍ତା ବିଭିନ୍ନ ସୂତ୍ରରୁ ଖବର ପାଇ ପୋଲିସ ସହାୟତାରେ ଏହି ଗାଈଗୋରୁ ଙ୍କୁ ଉଦ୍ଧାର କରି ବିଭିନ୍ନ ଗୋ ଶାଳାକୁ ହସ୍ତାନ୍ତର କରୁଛନ୍ତି।

ଗତ କାଲି ମଧ୍ୟ ରାତ୍ରିରେ ଦୀକ୍ଷିତ ପଡ଼ା ଅଂଚଳରୁ ନମ୍ବର ବିହୀନ ଆଇଚର ଗାଡ଼ିରେ ଅତି ଦୟନିୟ ଅବସ୍ଥାରେ ବନ୍ଧା ଯାଇଥିବା ଗାଈଗୋରୁ କୁ ଗୋ ସୁରକ୍ଷା ସଂଗଠନ କର୍ମକର୍ତ୍ତା ଦେଖି ଉଦ୍ଧାର କରି ନାଚୁଣି ଥାନା କୁ ହସ୍ତାନ୍ତର କରିଥିଲେ। ନାଚୁଣୀ ପୋଲିସ ଗାଡି କୁ ଜବତ କରିବା ସହ ଉଦ୍ଧାର ଗାଈ ଗୋରୁ ଙ୍କୁ ଭୁବନେଶ୍ୱର ସ୍ଥିତ ପିପୁଲ ଫର ଆନିମଲର ଗୋଶାଳା କୁ ପୋଲିସ ସହାୟତାରେ ପଠାଇ ଦେଇଛି ।

ତେବେ ଗାଡିର ଡ୍ରାଇଭର, ହେଲ୍ପର ଫେରାର ହୋଇ ଯାଇଛନ୍ତି। ନିକଟସ୍ଥ ଗୋ ଚାଲାଣ କାରୀଙ୍କ ସହିତ କିଛି ଅସାମାଜିକ ବ୍ୟକ୍ତି ମିଶି ନାଚୁଣୀ ଥାନା ପାଖରେ ପହଞ୍ଚି ଗୋସୁରକ୍ଷା ବାହିନୀ କର୍ମକର୍ତ୍ତାଙ୍କୁ ଧମକ ଦେବା ସହିତ ଭୁବନେଶ୍ୱର ଓ ଖୋର୍ଦ୍ଧା,ରୁ ଆସିଥିବା ଗୋ ସେବକ ମାନେ ଫେରିବା ସମୟରେ ସେମାନଙ୍କ ଗାଡି ଉପରକୁ ଢେଲା ପଥର ମାଡ଼ କରିଥିଲେ।

ଗତ କାଲି ଘଟଣା ଉପରେ ନାଚୁଣି ଥାନାରେ ଆଜି ଏକ କେଶ ରୁଜୁ କରାଯାଇଛି ଯାହାର ନମ୍ବର ୧୫୨/୨୦୨୪ରହିଛି। ଏହି ଘଟଣା ପରେ ଗାଡି ଡ୍ରାଇଭର, ହେଲ୍ପର ଫେରାର ହୋଇଯିବା ସହିତ ଗୋରୁ ବୋଝେଇ ଗାଡି କୁ ଆଗପଟୁ ଓ ପଛପଟୁ ସଶସ୍ତ୍ର ସୁରକ୍ଷା ଦେଉଥିବା ଦୁଇଟି କାରରେ ଆସିଥିବା ଅସାମାଜିକ ବ୍ୟକ୍ତି ମାନେ ମଧ୍ୟ ଉଭାନ ହୋଇଯାଇଛନ୍ତି।

ଏହାପୂର୍ବରୁ ଗତ ୧୭ ତାରିଖ ରାମ ନବମୀ ଦିନ ମଧ୍ୟାହ୍ନ ସମୟରେ ମୃତ ଗାଈଗୋରୁ ଙ୍କ ଅନ୍ତ ପୁଟା ନେଇ ଯାଉଥିବା ଏକ ଟ୍ରକକୁ ବଜରଙ୍ଗ ଦଳ ସହାୟତାରେ ମଧ୍ୟ ନାଚୁଣି ପୋଲିସ ଜବତ କରିଛି ତେବେ ଏହି ଅନ୍ତ ପୁଟା ମିଶ୍ରିତ ସାମଗ୍ରୀ ଅତି ଦୁର୍ଗନ୍ଧ ସୃଷ୍ଟି ହେଉଥିବା ବେଳେ ଏହାକୁ ପୋଲିସ ନଷ୍ଟ ନ କରି କେବଳ ମାମଲା କରି ଗାଡି, ମାଂସ ସାମଗ୍ରୀ ଓ ଡ୍ରାଇଭର, ହେଲ୍ପର୍ କୁ ଛାଡ଼ିଦେଇଥିବା କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରତିଦିନ ମଧ୍ୟ ରାତ୍ରିରେ ରାଜ୍ୟ ରୁ ଖୋର୍ଦ୍ଧା ଜିଲ୍ଲାର ଜାତୀୟ ରାଜପଥ ଦେଇ ଶହ ଶହ ଟ୍ରକ ରେ ନିରୀହ ଗାଈଗୋରୁଙ୍କୁ ହତ୍ୟା ଉଦ୍ଦେଶ୍ୟ ରେ ପଡୋଶୀ ରାଜ୍ୟକୁ ଚାଲାଣ ହେଉଥିବା ବେଳେ କେଉଁ ସ୍ୱାର୍ଥ ରେ ରାଜ୍ୟ ସରକାରଙ୍କ ପ୍ରଶାସନ ବିଭାଗ ନିରବ ରହିଛି ତାହା ସମସ୍ତ ଙ୍କୁ ଚକିତ କରିଛି।

ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର

November 20, 2025

ICC ODI Rankings: ଗୋଟିଏ କ୍ଲିକରେ ଦେଖନ୍ତୁ ସମସ୍ତ ଶ୍ରେଷ୍ଠ ୧୦ ଖେଳାଳିଙ୍କ ନାମ

November 20, 2025

IFFI 2025: ଭବ୍ୟ ଏବଂ ଐତିହାସିକ ପରେଡ ସହିତ ଶୁଭାରମ୍ଭ ହେବ ଆଇଏଫଏଫଆଇ ୨୦୨୫

November 20, 2025

Reliance Consumer Products: ପୋଷା ପ୍ରାଣୀ ଖାଦ୍ୟ ବଜାରରେ ପ୍ରବେଶ କଲା ରିଲାଏନ୍ସ

November 20, 2025
Latest News

Tesla in Gurugram: ଭାରତରେ ପୁଣି ଏକ ସୋ ରୁମ ଖୋଲିବ ଆମେରିକା କାର କଂପାନୀ ଟେସଲା

November 20, 2025

ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର

November 20, 2025

ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର: ମନ୍ତ୍ରୀ ଭାବେ ଶପଥ ନେଲେ ୨୬ ବିଧାୟକ

November 20, 2025

ICC ODI Rankings: ଗୋଟିଏ କ୍ଲିକରେ ଦେଖନ୍ତୁ ସମସ୍ତ ଶ୍ରେଷ୍ଠ ୧୦ ଖେଳାଳିଙ୍କ ନାମ

November 20, 2025

ଆଉ କିଛି ସମୟ ପରେ ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତିଶ କୁମାର

November 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.