ବ୍ରହ୍ମପୁରରେ ଗୁଳିକାଣ୍ଡ, ଦୁଇ ଗୁରୁତର

Published: May 25, 2024, 8:58 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁରସ୍ଥିତ କାଜୁ ବଗିଚାରେ ଗୁଳିକାଣ୍ଡ ଘଟି ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ଵୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ଆହତ ଦ୍ଵୟ ଅବକାଶ ଜାନୀ ଓ ରଘୁନାଥ ଜାନୀ ନିଜ ଗ୍ରାମ କରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ପୋକସୁଙ୍ଗା ଗ୍ରାମରେ କାଜୁ ତୋଳୁଥିବା ସମୟରେ ହଠାତ ପଛପଟୁ କିଏ ଗୁଳି ଚଳାଇଥିଲେ ଓ ଉଭୟଙ୍କ ବାମ ଗୋଡରେ ଗୁରୁତର ଆଘାତ ଲାଗିଛି। କିନ୍ତୁ ଗୁଳିକାଣ୍ଡ ଘଟାଇଥିବା ଲୋକଙ୍କୁ ସେମାନେ ଦେଖି ନାହାନ୍ତି।

ଖବର ପାଇ ବୁଗୁଡ଼ା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଓ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି ଓ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Related posts