Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦୁର୍ଘଟଣାର ରୂପ ଦେଇ ଟ୍ରକରୁ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଚୋରି, ଗାଡି ମାଲିକ ସମେତ ୩ ଗିରଫ
ଅପରାଧ

ଦୁର୍ଘଟଣାର ରୂପ ଦେଇ ଟ୍ରକରୁ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଚୋରି, ଗାଡି ମାଲିକ ସମେତ ୩ ଗିରଫ

August 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ବିଦେଶୀ ମଦ ବୋଝେଇ ଟ୍ରକକୁ ଦୁର୍ଘଟଣାର ରୂପଦେଇ କମ୍ପାନୀର ବିଦେଶୀ ମଦକୁ ଟ୍ରାନ୍ସପୋର୍ଟ କରୁଥିବା ନିଜେ ଟ୍ରକ୍ ମାଲିକ ଓ ଡ୍ରାଇଭର ସମେତ ୩ ଜଣକୁ ଗିରଫ କରିବା ସହ ଦୁଇଟି ଟ୍ରକ, ଗୋଟିଏ କାର, ୩୬୫ ପେଟି ବିଦେଶୀ ମଦ କୁ ଜବତ୍ କରିଛି ଚାରମାଳ ପୋଲିସ।

ଆଜି ରେଢ଼ାଖୋଲ ଥାନା ପରିସରରେ ଏକ ପ୍ରେସ କନଫରେନ୍ସ ରେ ରେଢ଼ାଖୋଲ ଏସ୍ଡ଼ିପିଓ କହିଛନ୍ତି ଯେ, ଭୂଵନେଶ୍ଵର ସ୍ଥିତ ଏକ ଘରୋଇ କମ୍ପାନୀର ବିଭିନ୍ନ ପ୍ରକାରର ୮୦୦ ପେଟି ବିଦେଶୀ ମଦ ନେଇ ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଟ୍ରକ୍ ଯୋଗେ ଖୋର୍ଦ୍ଧା ରୁ ସମ୍ବଲପୁରକୁ ଯାଉଥିଲା, ଚାରମାଳ ଥାନା, ହିନ୍ଦୋଳ ଘାଟି ନିକଟରେ ଟ୍ରକ୍ ମାଲିକ, ଟ୍ରକ୍ ଡ୍ରାଇଭର ଓ ଜଣେ ସହ ଯୋଗୀ ମିଶି ଉକ୍ତ ଟ୍ରକ କୁ ଜାଣିଶୁଣି ରାସ୍ତା କଡକୁ ଖସାଇ ଦୁର୍ଘଟଣା ରୂପ ଦେଇ, କିଛି ଦୁର୍ବୃତ ମଦ ପେଟି ଗୁଡ଼ିକୁ ଚୋରୀ କରି ନେଇଯାଇଥିବା ନେଇ ଯାଇଛନ୍ତି ବୋଲି ଟ୍ରକର ଡ୍ରାଇଭର କମ୍ପାନୀ କୁ ଫୋନ କରି ଜଣାଇଥିଲା, ଡ୍ରାଇଭର ଠାରୁ ଶୁଣି କମ୍ପାନୀ ମ୍ୟାନେଜର ଚାରମାଳ ଥାନା ରେ ଅଭିଯୋଗ କରିଥିଲେ।

ଚାରମାଳ ପୋଲିସ୍ ତଦନ୍ତ ରୁ ଜାଣିବାକୁ ପାଇଲା ଯେ, ଟ୍ରକ୍ ମାଲିକ ପ୍ରମୋଦ ଦେହୁରୀ, ଟ୍ରକ୍ ଡ୍ରାଇଭର ଭାରତ ଭୂଷଣ ପ୍ରଧାନ ଏବଂ ଅନ୍ୟ ଜଣେ ସହଯୋଗୀ ବିଜୁ ଦେହୁରୀ ସମସ୍ତ ଅଭିଯୁକ୍ତ ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅଂଚଳର, ମିଶି ଟ୍ରକ ରୁ ୩୬୫ ପେଟି ବିଦେଶୀ ମଦ କୁ ଅନ୍ୟ ଏକ ଟ୍ରକ୍ ରେ ଅନଲୋଡ କରି ପାଖ ଜଙ୍ଗଲ ରେ ଲୁଚାଇ ରଖିଛନ୍ତି , ପୋଲିସ ଉକ୍ତ ଟ୍ରକ୍ ସମେତ ୩୬୫ ପେଟି ମଦ କୁ ଜବତ୍ କରିବା ସହ ଟ୍ରକ ମାଲିକ, ଡ୍ରାଇଭର ସମେତ ୩ଜଣଙ୍କୁ ଗିରଫ କରିଥିଲା।

ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ରେଢାଖୋଲ ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ୍ ବାତିଲ୍

September 10, 2025

ରାଶିଫଳ: ସେପ୍ଟେମ୍ବର ୧୦ ବୁଧବାର ଦିନ କଣ ରହିବ ଆପଣଙ୍କ ଭାଗ୍ୟ ଫଳ, ଆଜି କଣ କରିବା ଉଚିତ

September 10, 2025

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025
Latest News

ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ୍ ବାତିଲ୍

September 10, 2025

ରାଶିଫଳ: ସେପ୍ଟେମ୍ବର ୧୦ ବୁଧବାର ଦିନ କଣ ରହିବ ଆପଣଙ୍କ ଭାଗ୍ୟ ଫଳ, ଆଜି କଣ କରିବା ଉଚିତ

September 10, 2025

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.