Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର ଓକିଲ ସଂଘର ସମ୍ପାଦକଙ୍କୁ ଦୁର୍ବ୍ୟବହାର: ଜେଲ ଗଲେ ମା’ ଭଗବତୀ ମନ୍ଦିରର ସେବାୟତ
ଅପରାଧ

ବାଣପୁର ଓକିଲ ସଂଘର ସମ୍ପାଦକଙ୍କୁ ଦୁର୍ବ୍ୟବହାର: ଜେଲ ଗଲେ ମା’ ଭଗବତୀ ମନ୍ଦିରର ସେବାୟତ

September 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମା’ ଭଗବତୀ ମନ୍ଦିରର ଜଣେ ସେବାୟତ ବାଣପୁର ଓକିଲ ସଂଘର ସମ୍ପାଦକ ଏବଂ ଅନ୍ୟ ଓକିଲମାନଙ୍କୁ ଦୁର୍ବ୍ୟବହାର କରି ଜେଲ ଯାଇଥିବା ଜଣାପଡିଛି।

ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଚଳିତ ବୁଧବାର ଅପରାହ୍ନରେ ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ଏବଂ ସହଯୋଗୀ ଓକିଲମାନେ ମା’ ଭଗବତୀ ମନ୍ଦିର ଦର୍ଶନ ନିମନ୍ତେ ଯାଇଥିଲେ। ଉକ୍ତ ସମୟରେ ପାଳିଆ ମାଳି ଭାବେ କାର୍ଯ୍ୟରତ ଥିବା ଜନୈକ ସେବାୟତ ଉପସ୍ଥିତ ଓକିଲମାନଙ୍କୁ ଦକ୍ଷିଣାରୂପେ ୫୦୧ ଟଙ୍କା ଦାବି କରିଥିଲେ।  କିନ୍ତୁ ଓକିଲମାନେ ଏହାକୁ ବେଆଇନ କହିବା ସହ ନିଜ ଇଛା ମୁତାବକ ଦକ୍ଷିଣା ଉକ୍ତ ସେବାୟତଙ୍କୁ ଦେବାରୁ ସେ ତାହାକୁ ବିରୋଧ କରିବା ସହ ଓକିଲମାନଙ୍କୁ ଗାଳିଗୁଲଜ କରିଥିଲେ ଏବଂ ଦକ୍ଷିଣା ଗ୍ରହଣ କରିନଥିଲେ। ସେବାୟତ ଜଣକ ବାରମ୍ବାର ୫୦୧ ଟଙ୍କା ଦକ୍ଷିଣା ଦେବାପାଇଁ ଜିଦ ଧରିବସିବା ସହ ଓକିଲମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ।

ଏହାର ପ୍ରତିବାଦରେ ଓକିଲ ସଂଘ ସମ୍ପାଦକ ଶ୍ରୀ ବେଦମତ୍ତା ବାଣପୁର ଥାନାଧିକାରୀଙ୍କୁ ସଙ୍ଗେସଙ୍ଗେ ଟେଲିଫୋନ ମାଧ୍ୟମରେ ସମସ୍ତ ଘଟଣା ଅବଗତ କରାଇବା ସହ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଉକ୍ତ ଘଟଣାର ତଦନ୍ତ କରିବାପରେ ଅଭିଯୁକ୍ତ ସେବାୟତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

ସୂଚନା ଥାଉକି ମା’ ଭଗବତୀ ମନ୍ଦିରରେ ଏପରି ଘଟଣା ବାରମ୍ବାର ଘଟୁଥିବାବେଳେ ସ୍ଥାନୀୟ ଭକ୍ତ ଏବଂ ଦୂର ଦୁରାନ୍ତରୁ ଆସୁଥିବା ଭକ୍ତମାନେ ଥାନାରେ ଅଭିଯୋଗ କରିବାକୁ ପଛାଉଥିଲେ। କିନ୍ତୁ ବାଣପୁର ଓକିଲ ସଂଘ ସମ୍ପାଦକ ଏବଂ ଅନ୍ୟ ଓକିଲମାନେ ଉକ୍ତ ବେଆଇନ ଦାବିକୁ ବିରୋଧ କରି ସେବାୟତଙ୍କ ବିରୁଦ୍ଧରେ ଏତଲା ଦେଇଥିବାରୁ ବୁଦ୍ଧିଜୀବୀମାନେ ଓକିଲମାନଙ୍କ ଉକ୍ତ ପଦକ୍ଷେପକୁ ସାଧୁବାଦ ଜଣାଇଛନ୍ତି।

ତେବେ ମା’ ଭଗବତୀ ମନ୍ଦିର ଏଣ୍ଡାଉମେଣ୍ଟ ଦ୍ୱାରା ପରିଚାଳିତ ହେଉଥିବାବେଳେ ସେବାୟତଙ୍କ ପ୍ରାପ୍ୟ ଏବଂ ଅନ୍ୟାନ୍ୟ ସୁବିଧା ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବୁଝିଥାନ୍ତି। ମା’ ଭଗବତୀ ମନ୍ଦିର ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତିପିଠ ହୋଇଥିବାବେଳେ ଏପରି ଘଟଣା ଦ୍ୱାରା ମନ୍ଦିର ରାଜ୍ୟରେ ବଦନାମ ହେଉଛି। ଯଦି ଉକ୍ତ ଘଟଣାର ଭବିଷ୍ୟତରେ ପୁନରାବୃତ୍ତି ଘଟେ ତେବେ ବାଣପୁର ଓକିଲ ସଂଘ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓଲ୍ହାଇବ ବୋଲି ସମ୍ପାଦକ ଶ୍ରୀ ବେଦମତ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବାଣପୁର ମା’ ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.