Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର ଓକିଲ ସଂଘର ସମ୍ପାଦକଙ୍କୁ ଦୁର୍ବ୍ୟବହାର: ଜେଲ ଗଲେ ମା’ ଭଗବତୀ ମନ୍ଦିରର ସେବାୟତ
ଅପରାଧ

ବାଣପୁର ଓକିଲ ସଂଘର ସମ୍ପାଦକଙ୍କୁ ଦୁର୍ବ୍ୟବହାର: ଜେଲ ଗଲେ ମା’ ଭଗବତୀ ମନ୍ଦିରର ସେବାୟତ

September 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମା’ ଭଗବତୀ ମନ୍ଦିରର ଜଣେ ସେବାୟତ ବାଣପୁର ଓକିଲ ସଂଘର ସମ୍ପାଦକ ଏବଂ ଅନ୍ୟ ଓକିଲମାନଙ୍କୁ ଦୁର୍ବ୍ୟବହାର କରି ଜେଲ ଯାଇଥିବା ଜଣାପଡିଛି।

ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଚଳିତ ବୁଧବାର ଅପରାହ୍ନରେ ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ଏବଂ ସହଯୋଗୀ ଓକିଲମାନେ ମା’ ଭଗବତୀ ମନ୍ଦିର ଦର୍ଶନ ନିମନ୍ତେ ଯାଇଥିଲେ। ଉକ୍ତ ସମୟରେ ପାଳିଆ ମାଳି ଭାବେ କାର୍ଯ୍ୟରତ ଥିବା ଜନୈକ ସେବାୟତ ଉପସ୍ଥିତ ଓକିଲମାନଙ୍କୁ ଦକ୍ଷିଣାରୂପେ ୫୦୧ ଟଙ୍କା ଦାବି କରିଥିଲେ।  କିନ୍ତୁ ଓକିଲମାନେ ଏହାକୁ ବେଆଇନ କହିବା ସହ ନିଜ ଇଛା ମୁତାବକ ଦକ୍ଷିଣା ଉକ୍ତ ସେବାୟତଙ୍କୁ ଦେବାରୁ ସେ ତାହାକୁ ବିରୋଧ କରିବା ସହ ଓକିଲମାନଙ୍କୁ ଗାଳିଗୁଲଜ କରିଥିଲେ ଏବଂ ଦକ୍ଷିଣା ଗ୍ରହଣ କରିନଥିଲେ। ସେବାୟତ ଜଣକ ବାରମ୍ବାର ୫୦୧ ଟଙ୍କା ଦକ୍ଷିଣା ଦେବାପାଇଁ ଜିଦ ଧରିବସିବା ସହ ଓକିଲମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ।

ଏହାର ପ୍ରତିବାଦରେ ଓକିଲ ସଂଘ ସମ୍ପାଦକ ଶ୍ରୀ ବେଦମତ୍ତା ବାଣପୁର ଥାନାଧିକାରୀଙ୍କୁ ସଙ୍ଗେସଙ୍ଗେ ଟେଲିଫୋନ ମାଧ୍ୟମରେ ସମସ୍ତ ଘଟଣା ଅବଗତ କରାଇବା ସହ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଉକ୍ତ ଘଟଣାର ତଦନ୍ତ କରିବାପରେ ଅଭିଯୁକ୍ତ ସେବାୟତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

ସୂଚନା ଥାଉକି ମା’ ଭଗବତୀ ମନ୍ଦିରରେ ଏପରି ଘଟଣା ବାରମ୍ବାର ଘଟୁଥିବାବେଳେ ସ୍ଥାନୀୟ ଭକ୍ତ ଏବଂ ଦୂର ଦୁରାନ୍ତରୁ ଆସୁଥିବା ଭକ୍ତମାନେ ଥାନାରେ ଅଭିଯୋଗ କରିବାକୁ ପଛାଉଥିଲେ। କିନ୍ତୁ ବାଣପୁର ଓକିଲ ସଂଘ ସମ୍ପାଦକ ଏବଂ ଅନ୍ୟ ଓକିଲମାନେ ଉକ୍ତ ବେଆଇନ ଦାବିକୁ ବିରୋଧ କରି ସେବାୟତଙ୍କ ବିରୁଦ୍ଧରେ ଏତଲା ଦେଇଥିବାରୁ ବୁଦ୍ଧିଜୀବୀମାନେ ଓକିଲମାନଙ୍କ ଉକ୍ତ ପଦକ୍ଷେପକୁ ସାଧୁବାଦ ଜଣାଇଛନ୍ତି।

ତେବେ ମା’ ଭଗବତୀ ମନ୍ଦିର ଏଣ୍ଡାଉମେଣ୍ଟ ଦ୍ୱାରା ପରିଚାଳିତ ହେଉଥିବାବେଳେ ସେବାୟତଙ୍କ ପ୍ରାପ୍ୟ ଏବଂ ଅନ୍ୟାନ୍ୟ ସୁବିଧା ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବୁଝିଥାନ୍ତି। ମା’ ଭଗବତୀ ମନ୍ଦିର ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତିପିଠ ହୋଇଥିବାବେଳେ ଏପରି ଘଟଣା ଦ୍ୱାରା ମନ୍ଦିର ରାଜ୍ୟରେ ବଦନାମ ହେଉଛି। ଯଦି ଉକ୍ତ ଘଟଣାର ଭବିଷ୍ୟତରେ ପୁନରାବୃତ୍ତି ଘଟେ ତେବେ ବାଣପୁର ଓକିଲ ସଂଘ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓଲ୍ହାଇବ ବୋଲି ସମ୍ପାଦକ ଶ୍ରୀ ବେଦମତ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବାଣପୁର ମା’ ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026

ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନର ସଫଳତା: ଅଷ୍ଟ୍ରେଲିଆକୁ କଲା ପରାସ୍ତ

January 29, 2026

୧.୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ

January 29, 2026
Latest News

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026

ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନର ସଫଳତା: ଅଷ୍ଟ୍ରେଲିଆକୁ କଲା ପରାସ୍ତ

January 29, 2026

୧.୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ

January 29, 2026

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.