
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମରେ ଘନଘନ ବୋମାମାଡକୁ ନେଇ ଆତଙ୍କିତ ଗ୍ରାମବାସୀମାନେ ପୋଲିସ ପ୍ରଶାସନର ସହାୟତା ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୦୭ ମସିହାରେ ଗ୍ରାମରେ ହତ୍ୟା ଘଟଣାରେ କିଛି ଅଭିଯୁକ୍ତ ଜେଲ୍ ଯାଇ ବର୍ତ୍ତମାନ ଜାମିନରେ ଆସିଛନ୍ତି। ଏହା ମଧ୍ୟରେ ଗ୍ରାମର ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଛି।
ଏହି ପୁର୍ବ ଶତ୍ରୁତାକୁ ନେଇ ଗତ ମଙ୍ଗଳବାର ରାତିରେ କିଛି ଯୁବକ ହଠାତ୍ ଆତର୍କିତ ଭାବେ ସରପଞ୍ଚ ମମତା ନାହାଙ୍କ ଘନଘନ ବୋମାମାଡ କରି ଚାଲିଯାଇଥିଲେ। ଏହି ଘଟଣାକୁ ନେଇ ଗତକାଲି ସକାଳେ ଗାଁ ଲୋକେ ଏକ ଶାନ୍ତି କମିଟି ବୈଠକର ଆୟୋଜନ କରି ସଭାରେ ବସିଥିବା ବେଳେ ପୁଣି କିଛି ଯୁବକ ପୁନର୍ବାର ବୋମାମାଡ କରି ଚାଲିଯାଇଥିଲେ।
ଏହି ପରିପ୍ରେକ୍ଷୀରେ ଗାଁ ର ଦୁଇ ଗୋଷ୍ଠୀ ନିମଖଣ୍ଡି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୋଗକୁ ଗ୍ରହଣ କରି ପୋଲିସ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରି ଘଟଣାର ସମାଧାନ ପାଇଁ ଉଦ୍ୟମ ଚଳାଇଛି। ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ ବିବେକ ଏମ୍ ସୁଚନା ପ୍ରଦାନ କରିଛନ୍ତି।