Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଭିଜିଲାନ୍ସ ବିଭାଗ ଜାଲରେ ଡାକ୍ତର ଏବଂ ଫାର୍ମାସିଷ୍ଟ
ଅପରାଧ

ଭିଜିଲାନ୍ସ ବିଭାଗ ଜାଲରେ ଡାକ୍ତର ଏବଂ ଫାର୍ମାସିଷ୍ଟ

November 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୋରାପୁଟ: ଜିଲ୍ଲା ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗତ ଶୁକ୍ରବାର ପୂର୍ବାହ୍ନରେ ବୈପାରୀଗୁଡା ସଦର ମହକୁମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବିଶ୍ବଜିତ ଭୁୟାଁ ଏବଂ ଫାର୍ମାସିଷ୍ଟ ଉତ୍ତମ ମହାକୁଡଙ୍କୁ ଗିରଫ କରିଥିଲେ।

ଏହିପରି ଗତକାଲି ଅଭିଯୁକ୍ତ ଡାକ୍ତରଙ୍କ ବୈପାରୀଗୁଡା ସରକାରୀ କାର୍ଯ୍ୟାଳୟ ,ଭଡାରେ ସୂତ୍ରରେ ରହୁଥିବା ବାସଭବନ ଏବଂ ତାଙ୍କ ପୈତୃକ କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳ ଗ୍ରାମରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ବୈପାରୀଗୁଡା ବାସଭବନରୁ ୨ ଲକ୍ଷ ୧୨ ହଜାର ଟଙ୍କ ଉଦ୍ଧାର କରାଯାଇଥିବା ନେଇ ଜୟପୁର ଭିଜିଲାନ୍ସ ଏସ.ପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ନିଜ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହିପରି ଦୁଇ ଗିରଫ ଅଭିଯୁକ୍ତଙ୍କ ଗୃହରେ ଯାଞ୍ଚ ଜାରୀ ରହିଛି, ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତିର ଯାଞ୍ଚ ଏବଂ ଅନ୍ୟାନ୍ୟ କୌଣସି ସଂସ୍ଥାରେ ଅର୍ଥବିନୀଯୋଗ ନେଇ ମଧ୍ୟ ତଦନ୍ତ ଜାରୀ ରହିଛି।

ଏହିପରି ଅଭିଯୁକ୍ତ ଡାକ୍ତର ତଥା ଭାରପ୍ରାପ୍ତ ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀଙ୍କ ବିରୋଧରେ ଦୁର୍ନିତୀ ନେଇ ଅଭିଯୋଗ ରହିଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ ତାଙ୍କ ବିରୁଦ୍ଧରେ ଖବରପ୍ରକାଶିତ ହୋଇଥିଲା ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ଉପରେ କଡା ଦୃଷ୍ଟି ରଖାଯାଇଥିଲା ବୋଲି ଭିଜିଲାନ୍ସ ଏସପି ଶ୍ରୀ ଦ୍ବିବେଦୀ ସୂଚନା ଦେଇଛନ୍ତି। ଉଭୟଙ୍କ କୋର୍ଟରେ ହାଜର କରିବା ପରେ ସେମାନଙ୍କ ଜାମିନ ଆବେଦନ ଖାରଜ କରାଯାଇ ଜେଲ ହାଜତକୁ ପଠାଯାଇଥିବା ନେଇ ସୂଚନା ପ୍ରାପ୍ତ ହୋଇଛି।

ପ୍ରକାଶ ଯେ, ବୈପାରୀଗୁଡା ଉକ୍ତ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ନର୍ସିଂ ଅଧିକାରୀ ପିଙ୍କି ବାଲାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ଦରମାର ବକୟା ଟଙ୍କା ପ୍ରଦାନ କରିବା ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ଭୁୟାଁ ୪୦ ହଜାର ଟଙ୍କା ଲାଞ୍ଚ ଦେବାକୁ ଦାବୀ କରିଥିଲେ। ଏହିପରି ଉକ୍ତ ଗୋଷ୍ଠୀ କେନ୍ଦ୍ରର ଅଭିଯୁକ୍ତ ଫାର୍ମାସିଷ୍ଟ ଉତ୍ତମ ଓରଫ ମୁନ୍ନାଙ୍କ ଜରୀୟାରେ ୪୦ ହଜାର ଟଙ୍କା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରର ଲାଞ୍ଚନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଚଢଉ ଦଳ ଦ୍ବାରା ଧରାପଡିଥିଲେ। ଏହିପରି ତାଙ୍କୁ ପଚରାଉଚରା ପରେ ଉକ୍ତ ଟଙ୍କା ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଏବଂ ଡାକ୍ତର ଭୁୟାଁଙ୍କ ନିର୍ଦ୍ଦେଶକ୍ରମେ ନେଉଥିବା ନେଇ ପ୍ରକାଶ କରିଥିଲେ।

ଉକ୍ତ ୪୦ ହଜାର ଲାଞ୍ଚ ଟଙ୍କା ଫାର୍ମାସିଷ୍ଟଙ୍କ ପକେଟରୁ ଉଦ୍ଧାର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଡାକ୍ତରଙ୍କୁ ପଚରାଉଚରା ବେଳେ ଉକ୍ତ ଟଙ୍କା ତାଙ୍କ ନିର୍ଦ୍ଦେଶରେ ଫାର୍ମାସିଷ୍ଟ ଗ୍ରହଣ କରିଥିଲେ ବୋଲି ସ୍ବୀକାର କରିଥିଲେ।

ଭିଜିଲାନ୍ସ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026
Latest News

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.