Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କୁ ପୁଣି ହେବ ଜେରା

ନୂଆଦିଲ୍ଲୀ: ଭିଜିଲାନ୍ସ ବିଭାଗ ବର୍ତ୍ତମାନ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ସିଂ ଚାନ୍ନିଙ୍କୁ ଜେରା କରିବ। ସୂଚନାନୁସାରେ, ପଞ୍ଜାବ ଭିଜିଲାନ୍ସ ଚାନ୍ନିଙ୍କୁ ଜୁନ୍ ୧୩ ତାରିଖରେ ପଚରାଉଚରା ପାଇଁ କହିଛି। ଆୟରୁ ଅଧିକ ସମ୍ପତ୍ତି ମାମଲାରେ ଭିଜିଲାନ୍ସ ବିଭାଗ ତାଙ୍କୁ ପଚରାଉଚରା କରିବ। ଚାନ୍ନିଙ୍କୁ ତାଙ୍କର ସମସ୍ତ ଅତିରିକ୍ତ କାଗଜପତ୍ର ଆଣିବାକୁ କୁହାଯାଇଛି। ଉଲ୍ଲେଖନୀୟ କଥା ହେଉଛି, ଭିଜିଲାନ୍ସ ପୂର୍ବରୁ ଏହି ପ୍ରସଙ୍ଗରେ ଚାନ୍ନିଙ୍କୁ ପ୍ରଶ୍ନ କରିସାରିଛି।

ଏହି ସମୟରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ତାଙ୍କ ସମ୍ପତ୍ତି ଏବଂ ଅନ୍ୟାନ୍ୟ ରେକର୍ଡ ସମ୍ପର୍କରେ ଅନୁସନ୍ଧାନକାରୀ ଦଳକୁ ସୂଚନା ଦେଇଥିଲେ। ଏହାପୂର୍ବରୁ ପଞ୍ଜାବ ସରକାର ଚରଣଜିତ ସିଂ ଚାନ୍ନିଙ୍କ ଲୁକ୍ଆଉଟ୍ ନୋଟିସ୍ ମଧ୍ୟ ଜାରି କରିଥିଲେ। ଏହା ଉପରେ ଚରଣଜିତ ସିଂ ତାଙ୍କ ବିଦେଶ ଯାତ୍ରା ବାତିଲ କରିବା ବିଷୟରେ କହିଥିଲେ। ଚରଣଜିତ ସିଂ ଚାନ୍ନି ପଞ୍ଜାବର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନଙ୍କୁ ପ୍ରତିଶୋଧ ରାଜନୀତି କରିଥିବା ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲା: ଅତିରିକ୍ତ  ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ଭୁବନେଶ୍ଵର: ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆରଡବ୍ଲୁଏସଏସ ଅତିରିକ୍ତ  ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆରଡବ୍ଲୁଏସଏସ ଅଫିସ ସମେତ ମୋଟ ୬ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଭୁବନେଶ୍ଵର, ସମ୍ବଲପୁର, ବରଗଡ, ଖୋର୍ଦ୍ଧାର ଅନେକ ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି।

ତେବେ ଏହି ଚଢାଉରେ ୫ ଜଣ ଡିଏସପି, ୧୨ ଜଣ ଇନିସପେକ୍ଟର ସାମିଲ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ: ୫ଟି ସ୍ଥାନରେ ଚଢାଉ ଜାରି

ଭୁବନେଶ୍ବର: ବ୍ରହ୍ମପୁର ରୁରାଲ ୱାର୍କ୍ସ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ଜଣେ ଡିଏସପିଙ୍କ ନେତୃତ୍ଵରେ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଛାନଭିନ୍ କରାଯାଉଛି।

ଚଢାଉ ବେଳେ ଭିଜିଲାନ୍ସ ବିଭାଗକୁ ଜଗନ୍ନାଥ ଏବଂ ତାଙ୍କ ପୁଅ ଆସହଯୋଗ କରିଥିବା ସୂଚନା ରହିଛି। କିନ୍ତୁ ଘର କବାଟ ଭାଙ୍ଗି ଭିଜିଲାନ୍ସ ବିଭାଗ ଛାନଭିନ୍ କରିଥିବା ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜଗନ୍ନାଥ ସେଠିଙ୍କ ଘରୁ ପ୍ରାୟ ୧୬ ଲକ୍ଷ ୭୦ ହଜାର ଟଙ୍କା ମିଳିଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ: ଜବତ ହେଲା ୧୪୪୦ ଗ୍ରାମର ସୁନା ଅଳଙ୍କାର

ଭୁବନେଶ୍ୱର: ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ଏକକାଳୀନ ୧୫ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ବିଧାୟକ ପ୍ରଦୀପଙ୍କ ସହଯୋଗୀ ଏବଂ ସମ୍ପର୍କୀୟଙ୍କ ଘରେ ପ୍ରାୟ ୨୩ ଘଣ୍ଟା ଧରି ଭିଜିଲାନ୍ସ ବିଭାଗ ଯାଞ୍ଚ କରିଥିଲା।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଯାଞ୍ଚ କରିଥିଲା ତେବେ ଏହି ଯାଞ୍ଚ ବେଳେ ବିଧାୟକଙ୍କ ଘରୁ ୧୪୪୦ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଛି। ଏଥିସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନ ହାର ମଧ୍ୟ ଜବତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ: ୧୫ ଟି ସ୍ଥାନରେ ଚଢାଉ ଜାରି

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ମୋଟ ୧୫ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି କରିଛି। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ୩ ଜଣ ସହଯୋଗୀ ୧୦ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ ଆରମ୍ଭ କରିଦେଇଛି। ବ୍ରହ୍ମପୁରରେ କଟକ ଭିଜିଲାନ୍ସ ବିଭାଗ ଚଢାଉ କରି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଥିବା ସୂଚନା ରହିଛି। ଭିଜିଲାନ୍ସ ଏସପିଙ୍କ ନେତୃତ୍ଵରେ ୨ ଜଣ ଅତିରିକ୍ତ ଏସପି ଏବଂ ୧୭ ଜଣ ଡିଏସପିଙ୍କ ସହଯୋଗରେ ଚଢାଉ ଜାରି ରହିଛି।