ଜେଲ୍ ଫେରନ୍ତା ହତ୍ୟା ଅଭିଯୁକ୍ତଙ୍କୁ ନିର୍ମମ ହତ୍ୟା

Published: Mar 5, 2025, 12:53 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅର୍ନ୍ତଗତ ହରିପୁର ଗ୍ରାମରେ ରବି ଦାସ ନାମକ ଜଣେ ଯୁବକଙ୍କୁ ନିଜ ଘର ଦାଣ୍ଡରେ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ହତ୍ୟା ପରେ ତାଙ୍କର ଦୁଇ ପୁତୁରା ଓ ଅନ୍ୟ କିଛି ଯୁବକ ବୋମାମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି।

ମୃତ ରବି ଦାସ ପୁର୍ବରୁ ଏକ ହତ୍ୟା ମାମଲାରେ ଜେଲ୍ ଯାଇ ଏହି କିଛି ମାସ ହେଲା ଜାମିନରେ ଆସିଥିଲେ। ମଦ ବ୍ୟବସାୟ ଓ ପୁର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକ ଓ ପୋଲିସ ଠାରୁ ସୁଚନା ମିଳୁଛି। ହତ୍ୟା ଘଟଣାର ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts