Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପ୍ରେମୀ ଯୁଗଳ ବିଷ ପିଇବା ଘଟଣା: ଉଭୟ ପ୍ରେମିକ ଓ ପ୍ରେମିକା ମୃତ
ଅପରାଧ

ପ୍ରେମୀ ଯୁଗଳ ବିଷ ପିଇବା ଘଟଣା: ଉଭୟ ପ୍ରେମିକ ଓ ପ୍ରେମିକା ମୃତ

March 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜଣେ ମୃତ
ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

ରଣପୁର: ଗତକାଲି ରଣପୁର ଉପର ମଣିନାଗରେ ଏକ ଅଭାବନୀୟ ଘଟଣା ଘଟିଥିଲା।  ପ୍ରେମୀ ଯୁଗଳ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ଉପର ମଣିନାଗ ପୀଠ ଯାଇଥିବା ଏକ କାର ଯାତ୍ରୀମାନେ ସେମାନଂକୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପ୍ରେମିକାର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରେମିକର ମୃତ୍ୟୁ ହୋଇଥିବା ଜଣାପଡିଛି।

ତଥ୍ୟ ସଂଗ୍ରହ ଅନୁଯାୟୀ ରଣପୁର ଥାନା ମହତପଲ୍ଲା ଗ୍ରାମ ପଞ୍ଚାୟତ ମାନପୁର ଗ୍ରାମର ଭୀମସେନ ଦାସଙ୍କ ପୁଅ ତପନ ଦାସ ଟାଙ୍ଗୀ ଥାନା ଝରିଆ ଗ୍ରାମ ପଞ୍ଚାୟତ ରାମଚନ୍ଦ୍ରପୁରର ଟିକିନାଙ୍କୁ ୫ ବର୍ଷ ତଳେ ଭଲ ପାଇଥିଲେ। ଏସବୁ ଜାଣି ଉଭୟ ପରିବାର ବିବାହ ପାଇଁ ରାଜି ହୋଇ ନ ଥିଲେ। ପରେ ଟିକିନା ମାନପୁର ଗ୍ରାମର ନକୁଳଙ୍କ ପୁଅ ମାନସକୁ ବିବାହ କରିଥିଲେ। ତାଙ୍କର ୪ ବର୍ଷର ଗୋଟିଏ କନ୍ୟା ସନ୍ତାନ ରହିଛି।

ଅପରପକ୍ଷରେ ପ୍ରେମିକ ତପନ ବାଲୁଗାଁରେ ପ୍ରେମ ବିବାହ କରିଥିଲେ। ତାଙ୍କର ୨ ବର୍ଷ ଗୋଟିଏ ପୁତ୍ର ସନ୍ତାନ ରହିଛି। କିନ୍ତୁ ଉଭୟେ ବୁଧବାର ଲୁଚିକରି ବାଇକ୍ ଯୋଗେ ଉପର ମଣୀନଗ ପୀଠକୁ ଆସି ଏଭଳି ଚରମ ନିଷ୍ପତ୍ତି ନେଇଥିଲେ।

ପ୍ରେମୀ ଯୁଗଳ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗତକାଲିଠାରୁ ବିଜାପୁରରେ ଗୁଳିବିନିମୟ ଜାରି: ମୃତ ମାଓବାଦୀଙ୍କ ସଂଖ୍ୟା ୬ କୁ ବୃଦ୍ଧି

January 18, 2026

ରଣପୁରରେ ମା ହାବୁଡ଼ାସିଂହୀ ପୀଠରେ ୨୯ତମ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତୀ ସମ୍ପନ୍ନ

January 18, 2026

କୋଲକାତାରୁ ଚେନ୍ନାଇ: ଆଉ ଏକ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

January 18, 2026

ପାଖାପାଖି ୨୦୦୦୦ରେ ପହଞ୍ଚିଲା ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା, ୫୦ କୋଟିରୁ ଅଧିକ ସଂଖ୍ୟକ କାରବାର

January 18, 2026
Latest News

ଗତକାଲିଠାରୁ ବିଜାପୁରରେ ଗୁଳିବିନିମୟ ଜାରି: ମୃତ ମାଓବାଦୀଙ୍କ ସଂଖ୍ୟା ୬ କୁ ବୃଦ୍ଧି

January 18, 2026

ରଣପୁରରେ ମା ହାବୁଡ଼ାସିଂହୀ ପୀଠରେ ୨୯ତମ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତୀ ସମ୍ପନ୍ନ

January 18, 2026

ଆସାମର ବଢିଚାଲିଥିବା ବିଶ୍ବାସ,ସାମର୍ଥ୍ୟ ଓ ପ୍ରଗତି ସହ ଭାରତର ଅଭିବୃଦ୍ଧି କାହାଣୀ ବଢିଚାଲିଛି: ପ୍ରଧାନମନ୍ତ୍ରୀ

January 18, 2026

ଯଦି BRICS ନିଜସ୍ୱ ମୁଦ୍ରା ଲଞ୍ଚ କରେ ତେବେ କ’ଣ ହେବ, କେତେ ଦୁର୍ବଳ ହେବ ଡଲାର?

January 18, 2026

କୋଲକାତାରୁ ଚେନ୍ନାଇ: ଆଉ ଏକ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.