ଗଞ୍ଜାମରେ ବିଜେପି ସମର୍ଥକଙ୍କୁ ଗୁଳିମାଡ଼

Published: Mar 30, 2025, 1:54 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ପଥରପଲୀ ରାସ୍ତାରେ ଲକ୍ଷ୍ମୀ ନାରାୟଣ ପାଇକରାୟ ନାମକ ଜଣେ ବ୍ୟକ୍ତିକୁ ଗୁଳିମାଡ଼ ହୋଇଛି। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସେ ଜଣେ ବିଜେପି ସମର୍ଥକ ବୋଲି ଜଣାପଡିଛି।

ଗୁଳିମାଡ଼ କରି ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ହତ୍ୟାକାଣ୍ଡର କାରଣ ଜଣାପଡି ନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts