ଜେଲ୍ ଫେରନ୍ତା ସାନଭାଇକୁ ହତ୍ୟା ଅଭିଯୋଗ: ବଡ଼ଭାଇ ଓ ଭାଉଜକୁ ଅଟକ ରଖିଲା ପୋଲିସ

Published: Apr 12, 2025, 12:33 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୋଦଳା ଥାନା ଅର୍ନ୍ତଗତ ବାଦପଲୀ ଗ୍ରାମର ରେ ପାରିବାରିକ ଗଣ୍ଡଗୋଳକୁ ନେଇ ବଡ଼ଭାଇ କୈଳାଶ ରାଉତ ସାନଭାଇ ଲିପୁନ୍ ରାଉତକୁ ହାତ ଗୋଡ଼ ବାନ୍ଧି ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲିପୁନ୍ ର ଶବକୁ ଉଦ୍ଧାର କରି ବଡ଼ଭାଇ ଓ ଭାଉଜକୁ ଥାନାରେ ରଖି ଜେରା କରୁଛି।

ସୁଚନା ଅନୁଯାୟୀ ମୃତ ଲିପୁନ୍ କୌଣସି ମାମଲାରେ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇ ଜେଲରେ ଥିଲା ଓ ୪ ମାସ ପରେ ଜେଲ୍ ରୁ ଆସିବା ପରେ ବଡ଼ଭାଇ ସହ ସମ୍ପତ୍ତି ଭାଗବଣ୍ଟା ଓ ପାରିବାରିକ ଗଣ୍ଡଗୋଳକୁ ନେଇ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ବଡ଼ଭାଇ କୈଳାଶ ଲିପୁନ୍ କୁ ଠେଙ୍ଗାରେ ପିଟି ହତ୍ୟା କରିଥିବା ଜଣାପଡ଼ିଛି। ଏହି ଭଳି ସମ୍ବେଦନଶୀଳ ପରିସ୍ଥିତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି।

Related posts