Categories
ଆଞ୍ଚଳିକ

କୋଦଳା ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ ନୂତନ ଥାନାଧିକାରୀ ଭାବେ ଯୋଗ ଦେଲେ ସୁବାଷ ବେହେରା। ଆଗରୁ ଶ୍ରୀ ବେହେରା ନୟାଗଡ଼ ଜିଲ୍ଲାର ଇଟାମାଟି ଥାନାରେ କାର୍ଯ୍ୟରତ ଥିଲେ।

ନୂତନ ଥାନା ଅଧିକାରୀ ଶ୍ରୀ ବେହେରାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ପୂର୍ବରୁ କୋଦଳା ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ କଟକ ଜିଲ୍ଲାକୁ ବଦଳି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାର ଫୋଟ ଭାଇରାଲ୍ ମାମଲାରେ ଅଭିଯୁକ୍ତ ଗିରଫ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜୈନିକ ନାବାଳିକାର ଫୋଟ ଭାଇରାଲ୍ କରିବାର ଧମକ ଦେବା ଅଭିଯୋଗରେ କୋଦଳା ଥାନା ପୋଲିସ ୫୬୧/୨୩ ରେ ଏକ ମାମଲା ରୁଜୁ କରିବା ସହ ଧମକ ଦେଇଥିବା ଯୁବକକୁ ଗୁଣପୁର ପୋଲିସ ର ସହାୟତା ରେ ତାକୁ ଗୁଣପୁରରୁ ଗିରଫ କରିଛି। ଏହି ଯୁବକର ନାମ ସଞ୍ଜୟ କୁମାର ବିଶ୍ଵାଳ ହୋଇଥିବା ବେଳେ ତହାର ଘର କଟକ ଜିଲ୍ଲାର ବଡ଼ମ୍ବା ଥାନା ଅନ୍ତର୍ଗତ ମଙ୍ଗରାଜ ପୁର ଗ୍ରାମରେ ବୋଲି ସୂଚନା ମିଳିଛି।

ଗିରଫ ଯୁବକ ଜଣଙ୍କ ରାୟଗଡ଼ା ଜିଲ୍ଲାର ଗୁଣପୁର ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା। ଗତକାଲି କୋଦଳା ପୋଲିସ ତାକୁ ଗିରଫ କରିବା ସହ କୋର୍ଟଚାଲାଣ କରିଥିବା ଜଣାଯାଇଛି। କୋଦଳା ପୋଲିସର ଏହି ତ୍ଵରିତ ପଦକ୍ଷେପ ପାଇଁ ଅଞ୍ଚଳବାସି ସାଧୁବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୋଦଳା ଥାନାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ: ୧୨୫ ୟୁନିଟ୍ ରକ୍ତ ସଂଗ୍ରହ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ପରିସରରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ, କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଉପସ୍ଥିତ ରହି ଉଦଘାଟନ କରିଥିଲେ। କଞ୍ଚଣା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ସ୍କାଉଟ ଓ ଜୁନିଅର ରେଡକ୍ରସର ଛାତ୍ର ଛାତ୍ରୀ ମାନେ ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରକ୍ତ ଅଭାବରୁ କୌଣସି ଲୋକର ଜୀବନ ଚାଲି ନଯାଉ ବୋଲି କହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଥାନା ଅଧିକାରୀ ଶ୍ରୀ ସାହୁ। ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିବା ବେଳେ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏହି ଶିବିରରେ ୧୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦାନପୁର ହତ୍ୟାକାଣ୍ଡ ମାମଲାରେ ଦୁଇ ଗିରଫ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଆସିକା ଥାନା ଅଞ୍ଚଳର ସୁନୀଲ ନାହକ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଜି ଦାନପୁର ଗ୍ରାମର ଦୀପକ ଖଟୁଆ, ଜିତେନ୍ଦ୍ର ପ୍ରଧାନଙ୍କୁ କୋଦଳା ପୋଲିସ୍ ଗିରଫ କରିବା ସହ କେସ ନଂ ୪୭୩ /୨୯.୯.୨୩ ରେ ଏକ ମାମଲା ରୁଜୁ କରି ୟୁ / ଏସ୍ ୩୪୧, ୩୨୩, ୩୨୪, ୨୯୪, ୩୦୭, ୩୦୨, ୧୨୦ ବି, ୩୪ ଆଇ ପି ସି ଦଫା ଲାଗିବା ସହ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦାନପୁରରେ ହତ୍ୟାକାଣ୍ଡ!, କାରଣ ଅସ୍ପଷ୍ଟ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଆସିକା ଥାନା ଅଞ୍ଚଳର ସୁନୀଲ ନାହକ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସୁନିଲ ନାହାକଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଅନେକ ମାମଲା। ପୂର୍ବରୁ ଆସ୍କା ଅଞ୍ଚଳରେ ଟେଣ୍ଡର ଫିକ୍ସିଂ, ଗଞ୍ଜେଇ ଚୋରା ଚାଲାଣ, ଡକାୟତି ଭଳି ବିଭିନ୍ନ ମାମଲାରେ ଜଡିତ ଥିବା ଜଣାପଡିଛି।

ଅନ୍ୟପଟେ ସୁନିଲ ଫେରାର ଥିବା ବେଳେ କୋଦଳା ଥାନା ଦାନପୁର ଗ୍ରାମରେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ କୋଦଳା ଥାନା ପୋଲିସ ଓ ପୁରୁଷୋତ୍ତମପୁର ଏସ୍ ଡି ପି ଓ ପହଞ୍ଚି ଘଟଣାର ଛାନଭିନ କରୁଥିବା ସୂଚନା ମିଳିଛି। ଦେଖାଯାଉ କେବେ ହତ୍ୟାର କାରଣ ଫର୍ଦ୍ଦାପାସ୍ ହେବ ତାହା ଦେଖିବାକୁ ବାକି ରହିଲା।

Categories
ଆଞ୍ଚଳିକ

ପୋଖରୀରେ ବୁଡି ନାବାଳକର ମୃତ୍ୟୁ: ଡାକ୍ତରଙ୍କ ଅବହେଳାର ଅଭିଯୋଗ ଆଣିଲା ବିଜେପି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୋଦଳା ଥାନା ଅନ୍ତର୍ଗତ ସମା ଗ୍ରାମ ଖତାଡି ସାହିର ରୁଦ୍ର ପ୍ରସାଦ ବାରିକ ନାମକ ଜଣେ ନାବାଳକ ଗାଁ ପୋଖରୀରେ ବୁଡି ପ୍ରାଣ ହରାଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ନାବାଳକ ରୁଦ୍ର ସକାଳୁ ଘରୁ ଯାଇ ବହୁ ସମୟ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରି ପାଇନଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ନାବାଳକ ପୋଖରୀରେ ଭାସୁଥିବା ଦେଖି ପରିବାର ଲୋକଙ୍କ ସହ ସେଠାରେ ପହଞ୍ଚି ତାକୁ ଉଦ୍ଧାର କରି ପ୍ରଥମେ ସମା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ତାକୁ ଆମ୍ବୁଲାନ୍ସ ଯୋଗେ କୋଦଳା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ତାକୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ।

ଏହି ଭଳି ପରିସ୍ଥିତିରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୁଦ୍ରର ମୃତ୍ୟୁ ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। କୋଦଳା ଚେୟାରମେନ ସୁର୍ଯ୍ୟ ନାରାୟଣ ନାୟକ ଓ ଅନ୍ୟାନ୍ୟ ବିଜେପି କର୍ମକର୍ତ୍ତା ଡାକ୍ତରଖାନାରେ ପହଞ୍ଚି ହୋହାଲ୍ଲା କରିବା ଡ଼ାକ୍ତରଖାନାର ଅବହେଳା ପାଇଁ ନିନ୍ଦା କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀ କୁ ନିର୍ମମ ହତ୍ୟା: ପ୍ରମାଣ ଲୁଚାଇବା ପାଇଁ ଖଣ୍ଡ ବିଖଣ୍ଡିତ ଶରୀରକୁ ନଦୀରେ ଫିଙ୍ଗିଲା ସ୍ଵାମୀ

ବ୍ରହ୍ମପୁର (କୈଳାସ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଜାଗିଲିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀ କୁ ସ୍ବାମୀ ହତ୍ୟା କରିବା ପରେ ଟାଙ୍ଗିଆରେ ମୃତ ଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ ଭସାଇଦେଇଥିବା ଭଳି ଜଘନ୍ୟ ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ନାରାୟଣ ମୁଳି ଗତ ୩ ମାସ ତଳେ କୋଦଳା ଥାନା ଅନ୍ତର୍ଗତ ଜାଗିଲିପଦର ଗ୍ରାମର ବୁଲି ମୁଳିଙ୍କୁ ହିନ୍ଦୁ ବୈଦିକ ରୀତିରେ ବିବାହ କରିଥିଲେ। ସୋରଡ଼ା ସ୍ଥିତ ପଞ୍ଚାନନ ମନ୍ଦିରରେ ଉଭୟ ପରିବାରଙ୍କ ଉପସ୍ଥିତିରେ ନାରାୟଣ ଓ ବୁଲିଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବାହାଘର ପରେ ନାରାୟଣ ଅନେକ ସମୟ ଶ୍ଵଶୁର ଘରେ ରହୁଥିଲେ। ଗତ ଦୁଇ ଦିନ ତଳେ ଉଭୟେ ଜାଗିଲିପଦର ଗ୍ରାମକୁ ଆସିଥିଲେ।

କିନ୍ତୁ କ’ଣ ହେଲା କେଜାଣି ଗତ ବୁଧବାର ରାତିରେ ଏକ ସାମାନ୍ୟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ଏତେ ଉଗ୍ରରୂପ ନେଇଥିଲା ଯେ, ସ୍ବାମୀ ନାରାୟଣ ବୁଲିଙ୍କ ତଣ୍ଟି ଚିପି ଦେଇଥିଲେ। ଯାହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଏକ ଟାଙ୍ଗିଆରେ ମୃତକଙ୍କ ବିଭିନ୍ନ ଅଙ୍ଗକୁ କାଟି ପ୍ରମାଣ ଲିଭାଇବା ପାଇଁ ନିକଟସ୍ଥ ରୁଷିକୁଲ୍ୟା ନଦୀରେ ଭଷାଇ ଦେଇ ସକାଳୁ ସକାଳୁ ସ୍ତ୍ରୀ ନିରୁଦିଷ୍ଟ ବୋଲି ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ନାରାୟଣଙ୍କୁ ଥାନାରେ ଜେରା କରିବା ବେଳେ ସେ ନିଜେ ହିଁ ହତ୍ୟା କରିଥିବା ସ୍ବୀକାର କରିଥିଲା। ପୋଲିସ ନାରାୟଣକୁ ନେଇ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ସେଠାରୁ ଏକ ଟାଙ୍ଗିଆ ଜବତ କରିଛି ଓ ଅଗ୍ନିଶମ ବିଭାଗ ଜରିଆରେ ଶବ ଉଦ୍ଧାର ଚେଷ୍ଟା ଜାରି ରଖିଛି। ଏଥି ସହିତ ହତ୍ୟାକାରୀ ନାରାୟଣକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଞ୍ଚଣା ଛକ କୁକୁଡ଼ା ଫାର୍ମ ସାମ୍ନାରେ ବୋମାମାଡ ଘଟଣା: ୩ ଅଭିଯୁକ୍ତ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଛକରେ ଅବସ୍ଥିତ ଦ୍ଵିତୀକୃଷ୍ଣ ସାହୁଙ୍କ କୁକୁଡ଼ା ଫାର୍ମରେ ଗତ ଏପ୍ରିଲ ମାସରେ ବୋମାମାଡ ଘଟିଥିଲା। ଏହି ଘଟଣାରେ ଗତ ମେ ମାସରେ ମୁନା ଗୌଡ଼ ନାମକ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋଦଳା ପୋଲିସ କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ଗତ ଏପ୍ରିଲ ୧୭ ତାରିଖରେ ଅଭିଯୁକ୍ତ ୩ ଯୁବକ ଉକ୍ତ ଫାର୍ମର ମାଲିକ ଓ କର୍ମଚାରୀଙ୍କୁ ଦାଦା ବଟି ମାଗିଥିଲେ। ନହେଲେ ବୋମା ମାଡ଼ କରି ସମସ୍ତଙ୍କୁ ଉଡାଇଦେବୁ ବୋଲି କହି ପଳାଇଥିଲେ। କିନ୍ତୁ ପରେ ୧୯ ତାରିଖ ରାତିରେ ଉକ୍ତ ଯୁବକ ମାନେ ଫାର୍ମ ଉପରେ ବୋମାମାଡ କରି ଫେରାର ହୋଇଯାଇଥିଲେ।

ମାଲିକ କୋଦଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏତଲା ନଂ ୧୭୩/୩୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ତେବେ ଶୁକ୍ରବାର ଦିନ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଗୋଟିଏ ପିସ୍ତଲ୍, ୬ ଟି ଗୁଳି, ଗୋଟିଏ ମୋଟରସାଇକେଲ ଓ କିଛି ମୋବାଇଲ ଫୋନ ଜବତ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରୀ ମାମଲା: ୪ ଅଭିଯୁକ୍ତ ଗିରଫ, ନଗଦ ଅର୍ଥ, ସ୍ବର୍ଣ୍ଣ ଅଳଙ୍କାର ଓ ବିଭିନ୍ନ ଯନ୍ତ୍ରପାତି ଜବତ୍

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କୋଦଳା ଥାନା ଅନ୍ତର୍ଗତ କାଳିମେଘି ଗ୍ରାମର ସଙ୍ଗୀତା ସ୍ବାଇଁ ନାମ୍ନୀ ଜଣେ ମହିଳା ଗତ ୧୮ ତାରିଖ ରାତିରେ ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଘରେ ପଶି ତାଙ୍କ କାଠ ଆଲମାରୀ ଭାଙ୍ଗି ତା ଭିତରେ ଥିବା ନଗଦ ୩୮ ହଜାର ଟଙ୍କା ଓ ବହୁ ସୁନା ଅଳଙ୍କାର ଚୋରି କରିଥିବା କୋଦଳା ଥାନାରେ ଅଭିଯୋଗ କରିଥିଲେ। କୋଦଳା ପୋଲିସ ଏତଲା ଗ୍ରହଣ କରି କେଶ୍ ନଂ ୩୩୯/୨୩ ଅନୁଯାୟୀ ମାମଲା ରୁଜୁ କରି ଥିଲେ ଓ ଗଞ୍ଜାମ ଏସ୍ ପି ଙ୍କ ନିର୍ଦ୍ଦେଶକ୍ରମେ ପୁରୁଷୋତ୍ତମ ପୁର ଏସ୍ ଡି ପି ଓ ଙ୍କ ତତ୍ବାବଧାନରେ କୋଦଳା ପୋଲିସ ଟିମ ଗଠନ କରି ଅନୁସନ୍ଧାନ ଆରମ୍ଭ କରିଥିଲେ ଓ ବିଭିନ୍ନ ସ୍ଥାନରେ ଚଢାଉ କରି କୋଦଳା ଥାନା ଅନ୍ତର୍ଗତ ମାରୁଡିପଲ୍ଲୀ ଗ୍ରାମର ଜଗା ପାତ୍ର, ରାଜୁ ପାତ୍ର ଓ ଜାପାନ ପାତ୍ର ସମେତ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମ ପୁର ଗ୍ରାମର ଟୁକୁନା ନାୟକ ନାମକ ଯୁବକ କୁ ଉଠେଇ ଆଣି ଥାନାରେ ଜେରା କରିଥିଲେ। ଏହି ସମୟରେ ସେମାନେ ଚୋରି କରିଥିବା ରାଜି ହୋଇ ଥିଲେ।

ଏତଦବ୍ୟତୀତ ବଡ଼ ଖରିଡା ଗ୍ରାମର ଡାକ୍ତରଖାନାରୁ କମ୍ପ୍ୟୁଟର ଓ ପ୍ରିଣ୍ଟର ମେସିନ ସମେତ କବିସୂର୍ଯ୍ୟ ନଗର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରି କରିଥିବା ରାଜି ହୋଇ ଥିଲେ। ଏହି ଜେରା ସମୟରେ ପୋଲିସ ଉକ୍ତ ୪ ଜଣ ଅଭିଯୁକ୍ତଙ୍କ ଠାରୁ ବହୁ ସୁନା ଅଳଙ୍କାର, ରୁପା ଅଳଙ୍କାର, ନଗଦ ୫୦ ହଜାର ଟଙ୍କା ଓ କମ୍ପ୍ୟୁଟର ଓ ପ୍ରିଣ୍ଟର ମେସିନ ଜବତ କରିଛନ୍ତି ଓ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି।

ଉକ୍ତ ଚୋରି ଘଟଣାରେ ପୋଲିସ ଜବତ କରିଥିବା ସୁନା ଅଳଙ୍କାରକୁ ଏତଲାକାରୀ ତଥା ହିତାଧିକାରୀ ସଙ୍ଗୀତା ସ୍ବାଇଁଙ୍କୁ ପୋଲିସ ହସ୍ତାନ୍ତର କରିଛି। ଯାହା ଫଳରେ ଏତଲାକାରୀ ସଙ୍ଗୀତା, ସରପଞ୍ଚ ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Categories
ଆଞ୍ଚଳିକ

ବେଆଇନ ଡିଜେ ବଜାଇବା ମହଙ୍ଗା ପଡିଲା, କୋଦଳା ଥାନା ପୋଲିସ ଦ୍ବାରା ଗାଡି ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ସହର ଗୌରାଦେଇ ପୁର ସାହିରେ ଡିଜେ ଗାଡ଼ି ଜରିଆରେ ନାଚ ଗୀତ ପରିବେଷଣ ହେଉଥିଲା। ଶବ୍ଦ ପ୍ରଦ୍ୟୁଷଣ ଖବର ପାଇ କୋଦଳା ପୋଲିସ ଚଢ଼ାଉ କରି ଉକ୍ତ ଡି ଜ ଗାଡ଼ିକୁ ଆଣି କୋଦଳା ଥାନାରେ ଅଟକ ରଖିଛି।

ସୁଚନା ଅନୁଯାୟୀ ବେଗୁନିଆ ପଡ଼ା ଅଞ୍ଚଳର ଟୁଲୁ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଉକ୍ତ ଗାଡି ବିନା ଅନୁମତିରେ ବିଳମ୍ବିତ ରାତିରେ କୋଦଳା ସହରରେ ଏକ ବରଯାତ୍ରୀ ଦଳକୁ ନେଇ ନାଚ, ଗୀତ ଓ ଶବ୍ଦ ପ୍ରଦ୍ୟୁଷଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ଗାଡ଼ି ଜବତ କରି ଆଜି କୋଦଳା ଅଦାଲତର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ଅବଗତ କରାଇଛନ୍ତି ଓ ମାଜିଷ୍ଟ୍ରେଟଙ୍କ ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନାଧିକାରୀ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଟୋ ଚାଳକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଢାମ୍ବ ଅଞ୍ଚଳର ରାଜେଶ୍ କୁମାର ପଲେଇ ନାମକ ଜଣେ ଅଟୋ ଚାଳକ କୋଦଳା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୋଦଳା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, କୋଦଳା ଥାନା ଅଞ୍ଚଳର ଜନୈକା ନାବାଳିକା ଜଣକ ଅଟୋରେ ବସି ନିଜ ଗାଁକୁ ଯିବା ପାଇଁ ଅଟୋ ବୁକ୍ କରି ବସିଥିଲେ। କିନ୍ତୁ ଅଟୋ ଚାଳକ କୋଦଳା ନନେଇ ବ୍ରହ୍ମପୁର ରାସ୍ତାରେ ନେଇ କୌଣସି ଏକ ନିଚ୍ଛାଟିଆ ଜାଗାରେ ଉକ୍ତ ନାବାଳିକାକୁ ଦୁଷ୍କର୍ମ କରି ଛାଡ଼ି ଦେଇଥିଲେ।

ପରବର୍ତ୍ତୀ ସମୟରେ ପୀଡ଼ିତା ନାବାଳିକା ଜଣକ କୋଦଳା ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରି ଅଟୋ ଚାଳକକୁ ଗିରଫ କରି ଏତଲା ନଂ ୨୭୧/୨୩ ଅନୁଯାୟୀ ପୋକ୍ସୋ ଅଦାଲତକୁ ଚାଲାଣ କରିଛି।

Categories
ଆଞ୍ଚଳିକ

ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କୋଦଳା ଥାନା ଅନ୍ତର୍ଗତ ନୁଆ ଦିଗି ଗ୍ରାମରେ କୌଣସି କାରଣରୁ ଦୁଇ ଯୁବକ ମଧ୍ୟରେ ଝଗଡ଼ା ହୋଇଥିଲା ଓ ପରେ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇ ମନୋଜ ପ୍ରଧାନ ନାମକ ଜଣେ ଯୁବକ ସେହି ଗ୍ରାମର ଅର୍ଜୁନ ସ୍ବାଇଁ ନାମକ ଅନ୍ୟ ଜଣେ ଯୁବକକୁ ମାରଣାନ୍ତକ ଆକ୍ରମଣ କରିଥିଲା। ଯ’ଦ୍ଵାରା ଅର୍ଜୁନ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅଭିଯୋଗ ପାଇ କୋଦଳା ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମନୋଜକୁ ଉଠାଇ ଆଣି ତାଠାରୁ ଏକ ଲୁହା କାତି ଜବତ୍ କରିବା ସହ ଏତଲା ନଂ ୨୭୨/୨୩ ଓ ଧାରା ୨୯୪, ୩୦୭, ୩୨୬ ଓ ୫୦୬ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛି।