
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସଦର ଥାନା ଅଞ୍ଚଳର ଅଶ୍ଵିନୀ ଗୌଡ ନାମକ ଜଣେ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ଉପରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୋଲିସ୍ ନାବାଳିକାର ବୟାନ୍ ରେକର୍ଡ କରିଥିଲେ ଓ ଉଭୟଙ୍କୁ ଡ଼ାକ୍ତରୀ ମାଇନା କରି ଅଭିଯୁକ୍ତ ଯୁବକକୁ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି।