ବାଲୁଗାଁରେ ଗୁଳି ଫୁଟାଇ ବେପାରୀଙ୍କୁ ଲୁଟ ଘଟଣା: ୨ ଅଭିଯୁକ୍ତ ଗିରଫ, ୭ କେଜି ରୁପା ଜବତ

Published: May 21, 2025, 8:36 pm IST

ଖୋର୍ଦ୍ଧା: ଭୁବନେଶ୍ବର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ନିମିକ୍ଷେତା ଛକରେ ରୂପା ବେପାରୀଙ୍କୁ ଗୁଳି ଫୁଟାଇ ରୂପା ଅଳଙ୍କାର ଲୁଟ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୭ କେଜି ରୂପା, ୨ ଟା ବାଇକ ଜବତ କରିଛି।

ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳ ର ଏ.ରବି (୩୫) ଓ ମହେଶ ପ୍ରଧାନ (୨୨)। ଅନ୍ୟ ୩ ଫେରାର ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ସାଗରିକା ନାଥ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

ବାଲୁଗାଁ ଥାନା ଅନ୍ତର୍ଗତ ଉମାକାନ୍ତପୁର ଗ୍ରାମର ପ୍ରହ୍ଲାଦ ନାୟକ ବାଲୁଗାଁ ଏବଂ ଗଞ୍ଜାମ ଖଲିକୋଟ ଅଞ୍ଚଳରେ ଘରକୁ ଘର ବୁଲି ରୂପା ବେପାର କରନ୍ତି। ଗତ ୯ ତାରିଖ ଦିନ ସେ ବାଇକରେ ରୂପା ଅଳଙ୍କାର ଧରି ଖଲିକୋଟ ଯାଉଥିଲେ। ନିମିକ୍ଷେତା ଛକରେ ୫ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳି ଫୁଟାଇ ତାଙ୍କ ଠାରୁ ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ।

ପ୍ରହ୍ଲାଦ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ବାଲୁଗାଁ ଏସଡିପିଓ, ଥାନା ଅଧିକାରୀ ଏବଂ ସ୍ପେଶାଲ ସ୍କାର୍ଡ ନେଇ ଗଠିତ ଟିମ ଗଞ୍ଜାମ ପୋଲିସ ସହାୟତାରେ ୨ ଅଭିଯୁକ୍ତଙ୍କୁ ଆସ୍କା ଅଞ୍ଚଳରୁ ଧରିଥିଲେ।

Related posts