ବିପୁଳ ପରିମାଣର ଗଞ୍ଜେଇ ଜବତ, ଚାଲାଣକାରୀ ଗିରଫ

Published: May 28, 2025, 1:27 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଆସ୍କା ଥାନା ଅଧିକାରୀ କୁଳମଣି ସେଠୀ ଓ ଏସଡିପିଓ ସନ୍ତୋଷ କୁମାର ଜେନା କାଳଷଣ୍ଢପୁର ନିକଟସ୍ଥ ପାଟଳିଗୁଡା ଗ୍ରାମର ଏକ ଫର୍ଣ୍ଣିଚର୍ ଦୋକାନ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ସେହି ଗାଡ଼ି ଭିତରୁ ୧୩ ଟି ବସ୍ତାରେ ୪ କୁଇଣ୍ଟାଲ୍ ରୁ ଅଧିକ ଗଞ୍ଜେଇ ମହଜୁଦ ଥିଲା। ଉକ୍ତ ଗଞ୍ଜେଇ ସବୁ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରୁ ବ୍ରହ୍ମପୁରକୁ ଚାଲାଣ ହେଉଥିବା ଚାଲାଣକାରୀ ପି ମୋହନ ପ୍ରକାଶ କରିଛି।

ଚାଲାଣକାରୀ ମୋହନର ଘର ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ ଚଢେଇମରା ବୋଲି ଜଣାପଡିଛି। ଆସ୍କା ପୋଲିସ ଗଞ୍ଜେଇ ଜବତ କରିବା ସହ ମୋହନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related posts