Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୪୧ କେଜି ଗଞ୍ଜେଇ ଜବତ: କାର ଓ ଚାଲାଣକାରୀ ଗିରଫ

ରଣପୁର: ଭଞ୍ଜନଗରରୁ ଭୁବେନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ରଣପୁର ପୋଲିସ। ରଣପୁର କୋଟଗଡ଼ ଘାଟି ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ କଲା ରଣପୁର ପୋଲିସ। ଗୋଟିଏ ଟାଟା ଟିଆଗୋ କାର ସହ ୪୧ କେଜି ଗଞ୍ଜେଇ ଜବତ କରିଛି ରଣପୁର ପୋଲିସ। ଏହାସହ ଚୋରା ଚାଲାଣ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ରଣପୁର ପୋଲିସ। ଅଭିଯୁକ୍ତର ନାମ ସରୋଜ କୁମାର ସାହୁ, ଘର ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବୋଲି ଜଣା ପଡିଛି।

ଅଭିଯୁକ୍ତ ସରୋଜ ରିତିମତ ଭାବେ ଗଞ୍ଜେଇ ଚୋରା ଚାଲାଣ କରି ଆସୁଥିଲା। ଏ ନେଇ ରଣପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଥାନା ଅଧିକାରୀଙ୍କ ନିହାର ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶରେ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ନେତୃତ୍ୱରେ ସଦଳ ବଳେ କୋଟାଗଡ଼ ଘାଟି ନିକଟ ପାର୍କ ଠାରେ ଛକି ରହିଥିଲା। ସେହି ଠାରୁ ରଣପୁର ପୋଲିସ କାର ସହ ୪୧ ଜବତ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି।

ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ଦେଢ଼ ଲକ୍ଷ ହେବ ବୋଲି ଶରଣକୂଳ ଏସ.ଡି.ପି.ଓ ସୁଧାକର ସାହୁ ପ୍ରେସ ମିଟ୍ ରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ପ୍ରେସ ମିଟ୍ ରେ ରଣପୁର ଆଇ.ଆଇ.ସି ନିହାର ରଞ୍ଜନ ମହାନ୍ତି, ସୁନାଖଳା ଫାଣ୍ଡି ଅଧିକାରୀ ପ୍ରତି ପ୍ରକାଶ ମହାନ୍ତି ଓ ଥାନାର ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଗଞ୍ଜେଇ ଓ ମୋଟରସାଇକେଲ ଜବତ: ଚାଲାଣକାରୀ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅଧିକାରୀ ଗଣପତି ଥାନପତି ଥାନାର ଅନ୍ୟାନ୍ୟ କର୍ମଚାରୀଙ୍କ ସହ ପାଟ୍ରୋଲିଂ କରୁଥିବା ସମୟରେ କୁନାସିଲା ଛକରେ ଏକ ମୋଟରସାଇକେଲକୁ ସନ୍ଦେହ କରି ଅଟକାଇଥିଲେ। ଏବଂ ଯାଞ୍ଚ କରିବା ବେଳେ ସେଥିରୁ ୧୫.୨୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଏହା ପରେ ଥାନା ଅଧିକାରୀ ଥାନପତି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଓ ଚାଲାଣକାରୀଙ୍କ ମୋଟରସାଇକେଲ ଜବତ କରିବା ସହ ଗଞ୍ଜେଇ ବେପାରୀ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ବାଳନ୍ଦାପଡା ଗ୍ରାମର ଆନନ୍ଦ ସେଠ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୬୩ କିଲୋ ଗଞ୍ଜେଇ ସହ ଚାଲାଣକାରୀ ଗିରଫ

କନ୍ଧମାଳ: ଗଞ୍ଜେଇ ଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି ଚାଲାଣକାରୀ। ଏହି ସମୟରେ ଅଭିଯୁକ୍ତଙ୍କ ଠାରୁ ୬୩ କିଲୋ ଗଞ୍ଜେଇ ଜବତ କରାଯାଇଛି।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଘୋଡାବାଲି ଗ୍ରାମରେ ଥାନା ଏସ୍ ଆଇ ଆଶୁତୋଷ ପାଇକରାୟ ପଇଁତରା ମାରିବା ସମୟରେ ଉକ୍ତ ଗ୍ରାମର ଦୋରନାଥ ବାଗ ନାମରେ ଜଣେ ବ୍ୟକ୍ତି ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲା। କିନ୍ତୁ ଏସ୍ ଆଇ ଆଶୁତୋଷଙ୍କୁ ସନ୍ଦେହ ହେବାରୁ ସେଠାରେ ସେ ଚଢାଉ କରିଥିଲେ। ଯାହାପରେ ଦୋରନାଥ ବାଗ ଏସ୍ ଆଇ ପାଇକରାୟଙ୍କ ହାତରେ ଧରାପଡ଼ିଥିଲା।

ଉକ୍ତ ଗଞ୍ଜେଇ ଓ ଚାଲାଣକାରୀକୁ ଥାନାକୁ ଆଣି ଶ୍ରୀ ପାଇକରାୟ ଜବତ୍ ଗଞ୍ଜେଇକୁ ଓଜନ କରିବା ସହ ମାମଲା ନଂ ୨୦/୨୩ ଅନୁଯାୟୀ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନାଧିକାରୀ ବାବାଶଙ୍କର ସରାଫଙ୍କ ଠାରୁ ପ୍ରକାଶ।