୬୩ କିଲୋ ଗଞ୍ଜେଇ ସହ ଚାଲାଣକାରୀ ଗିରଫ

Published: Feb 8, 2023, 11:34 am IST

କନ୍ଧମାଳ: ଗଞ୍ଜେଇ ଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି ଚାଲାଣକାରୀ। ଏହି ସମୟରେ ଅଭିଯୁକ୍ତଙ୍କ ଠାରୁ ୬୩ କିଲୋ ଗଞ୍ଜେଇ ଜବତ କରାଯାଇଛି।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଘୋଡାବାଲି ଗ୍ରାମରେ ଥାନା ଏସ୍ ଆଇ ଆଶୁତୋଷ ପାଇକରାୟ ପଇଁତରା ମାରିବା ସମୟରେ ଉକ୍ତ ଗ୍ରାମର ଦୋରନାଥ ବାଗ ନାମରେ ଜଣେ ବ୍ୟକ୍ତି ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲା। କିନ୍ତୁ ଏସ୍ ଆଇ ଆଶୁତୋଷଙ୍କୁ ସନ୍ଦେହ ହେବାରୁ ସେଠାରେ ସେ ଚଢାଉ କରିଥିଲେ। ଯାହାପରେ ଦୋରନାଥ ବାଗ ଏସ୍ ଆଇ ପାଇକରାୟଙ୍କ ହାତରେ ଧରାପଡ଼ିଥିଲା।

ଉକ୍ତ ଗଞ୍ଜେଇ ଓ ଚାଲାଣକାରୀକୁ ଥାନାକୁ ଆଣି ଶ୍ରୀ ପାଇକରାୟ ଜବତ୍ ଗଞ୍ଜେଇକୁ ଓଜନ କରିବା ସହ ମାମଲା ନଂ ୨୦/୨୩ ଅନୁଯାୟୀ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନାଧିକାରୀ ବାବାଶଙ୍କର ସରାଫଙ୍କ ଠାରୁ ପ୍ରକାଶ।

Related posts