Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦାମୀ ଗାଡ଼ିରେ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ, ଧରିଲା ଟାଙ୍ଗୀ ପୋଲିସ, ଦୁଇ ମହିଳାଙ୍କ ସମେତ ୬ ଗିରଫ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଦାମୀ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଟାଙ୍ଗୀ ପୋଲିସ ଧରିବାରେ ସଫଳ ହୋଇଛି। ଚାଲାଣକାରୀମାନେ ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରି ବେଆଇନ ଭାବେ ମୋଟା ଅଙ୍କର ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରୁଥିଲେ। ହେଲେ କୁହୁଡି ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଟାଙ୍ଗୀ ପୋଲିସର ଗାଡି ମୋଟର ତନଖି ବେଳେ ସେମାନେ ଧରା ପଡିଥିଲେ।

ସେମାନଙ୍କ ନିକଟରୁ ୫୩ କେଜି ଗଞ୍ଜେଇ ଜବତ କରାଯାଇଛି। ଏବଂ ସେଥିରେ ସାମିଲ ଥିବା ଦୁଇ ମହିଳାଙ୍କ ସମେତ ୪ ପୁରୁଷଙ୍କୁ ପୋଲିସ ଗିରଫ କରିଛି। ତେବେ ଚାଲାଣକାରୀମାନଙ୍କ ନିକଟରୁ ଟାଙ୍ଗୀ ପୋଲିସ ୩ ହଜାର ଟଙ୍କା ଓ ୭ ଟା ମୋବାଇଲ ଫୋନ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତମ ସାହୁ (୨୯ ବର୍ଷ), ନାରାୟଣ ସାହୁ (୩୯ବର୍ଷ), ଅଜୟ ସାହୁ (୨୧ବର୍ଷ), ଶଙ୍କର ପ୍ରଧାନ (୩୧ବର୍ଷ), ଅନିତା ପଣ୍ଡା (୩୩ବର୍ଷ), ପିଙ୍କୁ ପ୍ରଧାନ (୨୧ବର୍ଷ)। ସମସ୍ତ ଅଭିଯୁକ୍ତମାନେ ଗଞ୍ଜାମରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣାପଡିଛି। ସେମାନେ ବ୍ୟବହାର କରିଥିବା ଦାମୀ କାରଟିକୁ ମଧ୍ୟ ପୋଲିସ ଜବତ କରିଛି।

ଏ ନେଇ ଟାଙ୍ଗୀ ଥାନା ପରିସରରେ ଟାଙ୍ଗୀ ଥାନା ଆଇ ଆଇ ସି ସୁଶାନ୍ତ କୁମାର ବେହେରଙ୍କ ଉପସ୍ଥିତରେ SDPO ଅନିଲ କୁମାର ମହାନ୍ତି ପ୍ରେସ ମିଟରେ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୫ କେଜି ଗଞ୍ଜେଇ ସହ ସ୍କୁଟି ଜବତ, ଚାଲଣାକାରୀ ଫେରାର୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ତରଫରୁ ଭୋରରୁ ଏମ୍ ଭି ଆଇ ଚେକିଙ୍ଗ ଚାଲୁଥିବା ସମୟରେ ଏକ ସ୍କୁଟିରୁ ୧୫ କେଜି ଗଞ୍ଜେଇ ସହ ସ୍କୁଟିକୁ ଚାରମାଳ ପୋଲିସ୍ ଜବତ କରିଛି।

ପୋଲିସ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି ଯେ, ଚାରମାଳ ପୋଲିସ୍ ଚେକିଙ୍ଗ କରୁଥିବା ସମୟରେ ରେଢ଼ାଖୋଲ ପଟୁ ଏକ ସ୍କୁଟିରେ ଜନୈକ ବ୍ୟକ୍ତି ଏକ ବସ୍ତାରେ ଗଞେଇ ଧରି ଚାରମାଳ ପଟକୁ ଯାଉଥିବା ବେଳେ ପୋଲିସ୍ ହାବୁଡ଼ରେ ପଡ଼ିଯାଇଥିଲା। ପୋଲିସକୁ ଦେଖି ସ୍କୁଟି ଛାଡ଼ି ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା।

ଚାରମାଳ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କନ୍ଧମାଳରୁ ଭୁବନେଶ୍ବର ଆସୁଥିଲା ଗଞ୍ଜେଇ, ଖୋର୍ଦ୍ଧାରେ ମାଡି ବସିଲା ପୋଲିସ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକଙ୍କୁ ଗିରଫ କରିଛି। ସୂଚନା ମୁତାବକ ଏକ କାର ଯୋଗେ କନ୍ଧମାଳ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଖୋର୍ଦ୍ଧା ଦେଇ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିବାର ଖବର ପାଇଥିଲା ପୋଲିସ। ଏସପି ଙ୍କ ନିର୍ଦେଶକ୍ରମେ ଏବଂ ସଦର ଏସଡିପିଓ ଏବଂ ଟାଉନ ଥାନା ଆଇଆଇସିଙ୍କ ତତ୍ୱାବଧାନ ରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।

ପରିଶେଷରେ ଉକ୍ତ କାରକୁ ଠାବ କରିବାରେ ସଫଳ ହୋଇଥିଲା ପୋଲିସ । କାରର ତଲାସି ନେବାରୁ ସେଥିରୁ ୨୮.୨୦୦ କେଜି ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ୮୦ ହଜାର ଟଙ୍କା ହେବ । ଏହି ବାବଦରେ ଦୁଇ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅଞ୍ଚଳର ସମିଳନ ପ୍ରଧାନ (୨୮) ଏବଂ ଗୌତମ ପ୍ରଧାନ (୨୯) । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋଇନ୍ଦା ବିଭାଗ ପକ୍ଷରୁ ଚଢାଉ, ୩୨୦ କିଲୋ ଗଞ୍ଜେଇ ସହ ଟ୍ରକ, କାର୍ ଓ ଦୁଇଟି ବାଇକ୍ ଜବତ୍

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଚିକିଟି ଧାନଘର ଛକରେ ଛକି ରହି ଅବକାରୀ ଗୋଇନ୍ଦା ବିଭାଗକୁ ବଡ଼ ଧରଣର ସଫଳତା ମିଳିଛି।

ଆଜି ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ବିଭାଗୀୟ ନୀରିକ୍ଷକ ଓ କିଛି କର୍ମଚାରୀ ଧାନଘର ଛକରେ ପଇଂତରା ମାରୁଥିବା ବେଳେ ଗୋଟିଏ ବଡ଼ ମାଲବାହୀ ଟ୍ରକକୁ ଅଟକାଇ ଯାଞ୍ଚ କରାଯାଇଥିଲା। ସେତେବେଳେ ସେଥିରୁ ୩୨୦ କିଲୋ ଗଞ୍ଜେଇ ସହ ସହଯୋଗ କରୁଥିବା ଏକ କାର୍ ଦୁଇଟି ମୋଟର ସାଇକେଲ ଜବତ କରାଯାଇଥିଲା। ଏଥି ସହିତ ବିକ୍ରମ କୁମାର ସୁବୁଦ୍ଧି ନାମକ ଜଣେ ଯୁବକକୁ ଗିରଫ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର ଅଞ୍ଚଳରେ ଗଞ୍ଜେଇ ବେପାର, ଜଣେ ବେପାରୀ ଗିରଫ

ବାଣପୁର: ଖୋର୍ଦ୍ଧା ବାଣପୁର ବାଲୁଗାଁ ଥାନା ଅଞ୍ଚଳରେ ମାତିଛନ୍ତି ନିଶା ବେପାରି। ମଦ, ଗଞ୍ଜେଇ,ଜୁଆ ଖେଳ ରେ ବହୁ ପରିବାର ଭାଙ୍ଗୁଥିବା ବେଳେ ଆଇନ କୁ ଖାତିର କରୁନାହାନ୍ତି ନିଶା ବେପାରି। ଆଜି ବାଣପୁର ଥାନା ଅଞ୍ଚଳରୁ ଜଣେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ବାଣପୁର ରୋଡ ମା ମେଘାମ୍ବରୀ ମନ୍ଦିର ସମ୍ମୁଖରେ ଗଞ୍ଜେଇ ବେପାର ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ମାଡି ବସିଛି ଅବକାରୀ। ଅଭିଯୁକ୍ତ ଜଣକ ନହରଡ଼ିହ ଗ୍ରାମର ପ୍ରକାଶ ଚନ୍ଦ୍ର ପଣ୍ଡା (62) l ତାଙ୍କ ନିକଟରୁ 4 କେଜି 200 ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ଓ ଟିମ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମୋହନା ଥାନା ଅଞ୍ଚଳରେ ଗାଡି ସହ ଗଞ୍ଜେଇ ଜବତ, ଚାଲାଣକାରୀ ଫେରାର

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କୁସୁମପୁର ରାସ୍ତାରୁ ଗାଡି ସହ ଗଞ୍ଜେଇ ଜବତ କରାଯାଇଛି। କିନ୍ତୁ ଅଭିଯୁକ୍ତ ଗାଡି ଛାଡି ଫେରାର ହେବାରେ ସକ୍ଷମ ହୋଇଛି।

ସୂଚନା ଅନୁଯାୟୀ, ଗୋଟିଏ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିଲା।  ଡ୍ରାଇଭର ଖସି ପଳେଇଯାଇଥିଲା। ସେହି ସମୟରେ ମୋହନା ପୋଲିସ ପାଟ୍ରୋଲିଂ କରୁଥିଲା। ପୋଲିସକୁ ଦେଖି ଗଞ୍ଜେଇ ଚାଲାଣକାରୀ ଗାଡି ଛାଡି ଚମ୍ପଟ ମାରିଥିଲା। ଏଭଳି ପରିସ୍ଥିତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାଡିକୁ ତଲାସୀ ନେଇଥିଲା। ଯେଉଁଥିରେ ୬ ଟି ଅଖାରେ ୧୬୩ କିଲୋ ଗଞ୍ଜେଇ ଭର୍ତ୍ତି ହୋଇଥିବାର ପୋଲିସ ଦେଖିଥିଲା।

ତେବେ ପୋଲିସ ଗଞ୍ଜେଇ, ପିକ୍ ଅପ୍ ଗାଡ଼ି ଓ ମୋଟରସାଇକେଲ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜବତ ଗଞ୍ଜେଇକୁ ନଷ୍ଟ କଲା କଣ୍ଟାମାଳ ପୋଲିସ, ଦୁଇ ଅଭିଯୁକ୍ତ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କଣ୍ଟାମାଳ ପୋଲିସର ଏକ ସ୍ବତନ୍ତ୍ର ଦଳ ଲମ୍ବସରୀ ନିକଟ ମାନପଦର ଗ୍ରାମରେ ଚଢ଼ାଉ କରି ୩୧ କୁଇଣ୍ଟାଲ୍ ଓ ୫ ଟି ବନ୍ଧୁକ ଜବତ କରିଥିଲା। ଏହା ସହ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଗ୍ରାମର ଅଜୟ ମଳିକ ଓ ପଙ୍କଜ ମଳିକ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ନିଶାଦ୍ରବ୍ୟ ଚାଲାଣ କରୁଥିବା ଏନ୍ ଡି ପି ଏସ୍ ଆଇନ ଅନୁଯାୟୀ ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।

ଏତଦବ୍ୟତୀତ ଜବତ୍ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଡ଼ି ନଷ୍ଟ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ ଡି ପି ଓ ଆନନ୍ଦ ବର୍ଦ୍ଧନ ଗୁରୁ ସୂଚନା ଦେଇଛନ୍ତି। କିନ୍ତୁ ଗଞ୍ଜେଇ ଚାଲାଣର ମୁଖ୍ୟ ଅଭିଯୁକ୍ତ ଫେରାର ଅଛି, ଖୁବ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଏସ୍ ଡି ପି ଓ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ନଳିନୀକାନ୍ତ ଦାସ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣର ଜବତ ହୋଇଥିବା ବ୍ରାଉନ ସୁଗାର ଓ ଗଞ୍ଜେଇକୁ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିପୁଳ ପରିମାଣର ଜବତ ହୋଇଥିବା ବ୍ରାଉନ ସୁଗାର ଓ ଗଞ୍ଜେଇକୁ ଆଜି ଏସଟିଏଫ ନଷ୍ଟ କରିଛି। ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତ୍ତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ତିନି ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୬ କେଜି ବ୍ରାଉନ ସୁଗାର ଏବଂ ଗୋଟିଏ ମାମଲାରେ ଜବତ ହୋଇଥିବା ୧୦୫ କେଜି ଗଞ୍ଜେଇକୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଭାଟିରେ ନଷ୍ଟ କରାଯାଇଛି।

ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୫୬ କେଜି ୮୧୫ ଗ୍ରାମ ବ୍ରାଉନ ସୁଗାର ଏବଂ ୧୩୩ କୁଇଣ୍ଟାଲ ୮୪ କେଜି ଗଞ୍ଜେଇ ନଷ୍ଟ କରିଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିପୁଳ ପରିମାଣର ବ୍ରାଉନ ସୁଗାର ଓ ଗଞ୍ଜେଇ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିପୁଳ ପରିମାଣର ଜବତ ହୋଇଥିବା ବ୍ରାଉନ ସୁଗାର ଓ ଗଞ୍ଜେଇକୁ ଆଜି ଏସଟିଏଫ ନଷ୍ଟ କରିଛି। ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତ୍ତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ୧୪ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୧୪ କେଜି ବ୍ରାଉନ ସୁଗାର ଏବଂ ଚାରି ଗୋଟି ମାମଲାରେ ଜବତ ହୋଇଥିବା ୫୦୪ କେଜି ଗଞ୍ଜେଇକୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଭାଟିରେ ନଷ୍ଟ କରାଯାଇଛି।

ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୫୦ କେଜି ୮୧୫ ଗ୍ରାମ ବ୍ରାଉନ ସୁଗାର ଏବଂ ୧୩୨ କୁଇଣ୍ଟାଲ ୭୯ କେଜି ଗଞ୍ଜେଇ ନଷ୍ଟ କରିଥିବା ଜଣାପଡିଛି। ଅନୁରୂପ ଭାବେ ଆଜି ସୁଦ୍ଧା ଓଡିଶା ପୋଲିସ ୬୦ କେଜିରୁ ଉର୍ଦ୍ଧ ବ୍ରାଉନ ସୁଗାର ଏବଂ ୧୪୫୦ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ନଷ୍ଟ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦାମୀ କାର୍ ସହ ୭୦ କିଲୋ ଗଞ୍ଜେଇ ଓ ଚାଲାଣକାରୀ ବିହାରୀ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ବିଭାଗ ଉପାୟୁକ୍ତ ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଗୋଇନ୍ଦା ବିଭାଗ ଇନିଷ୍ପେକ୍ଟର ଗିତାଞଳୀ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ଆସ୍କା ବିଜୁ ପଟ୍ଟନାୟକ ଛକରେ ବିଭିନ୍ନ ଗାଡ଼ି ଯାଞ୍ଚ କରୁଥିଲେ। ଠିକ ସେତିକି ବେଳେ ପଶ୍ଚିମବଙ୍ଗ ନଂ ରେଜିଷ୍ଟ୍ରେସନ ଏକ କଳା ରଙ୍ଗର କାର୍ ଖସି ପଳାଇ ଥିଲା।  ଅବକାରୀ ବିଭାଗ କର୍ମଚାରୀମାନେ ଉକ୍ତ ହୋଣ୍ଡା ସିଟି ଗାଡିକୁ ଗୋଡ଼ାଇ ଗୋଡ଼ାଇ କୋଟିନଡା ଥାନା ଅନ୍ତର୍ଗତ କଲେଜ ଛକରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ।

ସେହି କାର୍ ଭିତରେ ଥିବା ଗୁପ୍ତ ପେଡ଼ିକୁ ଖୋଲି ଦେଖିଲା ବେଳକୁ ପ୍ରଚୁର ପରିମାଣର ଗଞେଇ ଭର୍ତ୍ତି ଥିଲା। ତତକ୍ଷଣାତ୍ କର୍ମଚାରୀମାନେ କାର୍ ଚାଳକ ତଥା ଚାଲାଣକାରୀ ବିହାର ରାଜ୍ୟର ପାଟନା ଜିଲ୍ଲା ରାମକୃଷ୍ଣନଗର ଥାନା ଜଗନପୁରା ଗ୍ରାମର ଧର୍ମେନ୍ଦ୍ର କୁମାର ରାଏକୁ ଜେରା ବେଳେ ସେ ଉକ୍ତ ଗଞେଇ ଗଜପତି ଜିଲ୍ଲାରୁ ଆଣି ନିଜ ରାଜ୍ୟ ବିହାର ଓ ପଶ୍ଚିମବଙ୍ଗ କୁ ଚାଲାଣ କରୁଥିବା ପ୍ରକାଶ କରିଥିଲା।

ଅବକାରୀ ବିଭାଗ ଉକ୍ତ ଗଞେଇ, କାର୍ ଜବତ୍ କରିବା ସହ ଚାଲାଣକାରୀ ବିହାରୀ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିପୁଳ ପରିମାଣର ବ୍ରାଉନ ସୁଗାର ଓ ଗଞ୍ଜେଇ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିପୁଳ ପରିମାଣର ଜବତ ହୋଇଥିବା ବ୍ରାଉନ ସୁଗାର ଓ ଗଞ୍ଜେଇକୁ ଆଜି ଏସଟିଏଫ ନଷ୍ଟ କରିଛି। ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତ୍ତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ଦଶ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୧୧ କେଜି ୨୭୭ ଗ୍ରାମ ବ୍ରାଉନ ସୁଗାର ଏବଂ ଗୋଟିଏ ମାମଲାରେ ଜବତ ହୋଇଥିବା ୫୮ କେଜି ଗଞ୍ଜେଇକୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଭାଟିରେ ନଷ୍ଟ କରାଯାଇଛି।

ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୩୬ କେଜି ୮୧୫ ଗ୍ରାମ ବ୍ରାଉନ ସୁଗାର ଏବଂ ୧୨୭ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ନଷ୍ଟ କରିଥିବା ଜଣାପଡିଛି l

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୬୩ କିଲୋ ଗଞ୍ଜେଇ ସହ ଚାଲାଣକାରୀ ଗିରଫ

କନ୍ଧମାଳ: ଗଞ୍ଜେଇ ଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି ଚାଲାଣକାରୀ। ଏହି ସମୟରେ ଅଭିଯୁକ୍ତଙ୍କ ଠାରୁ ୬୩ କିଲୋ ଗଞ୍ଜେଇ ଜବତ କରାଯାଇଛି।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଘୋଡାବାଲି ଗ୍ରାମରେ ଥାନା ଏସ୍ ଆଇ ଆଶୁତୋଷ ପାଇକରାୟ ପଇଁତରା ମାରିବା ସମୟରେ ଉକ୍ତ ଗ୍ରାମର ଦୋରନାଥ ବାଗ ନାମରେ ଜଣେ ବ୍ୟକ୍ତି ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲା। କିନ୍ତୁ ଏସ୍ ଆଇ ଆଶୁତୋଷଙ୍କୁ ସନ୍ଦେହ ହେବାରୁ ସେଠାରେ ସେ ଚଢାଉ କରିଥିଲେ। ଯାହାପରେ ଦୋରନାଥ ବାଗ ଏସ୍ ଆଇ ପାଇକରାୟଙ୍କ ହାତରେ ଧରାପଡ଼ିଥିଲା।

ଉକ୍ତ ଗଞ୍ଜେଇ ଓ ଚାଲାଣକାରୀକୁ ଥାନାକୁ ଆଣି ଶ୍ରୀ ପାଇକରାୟ ଜବତ୍ ଗଞ୍ଜେଇକୁ ଓଜନ କରିବା ସହ ମାମଲା ନଂ ୨୦/୨୩ ଅନୁଯାୟୀ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନାଧିକାରୀ ବାବାଶଙ୍କର ସରାଫଙ୍କ ଠାରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣର ବ୍ରାଉନ ସୁଗାର ଗଞ୍ଜେଇ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା ଏବଂ କୋର୍ଟ ମାଲଖାନାରେ ଠୁଳ ହୋଇ ରହିଛି। ଯାହାକି ଭବିଷ୍ୟତ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ।

ସାଧାରଣତଃ ଏନଡ଼ିପିଏସ ମାମଲାଗୁଡିକର ବିଚାର ପାଇଁ ବହୁ ସମୟ ଲାଗୁଥିବାରୁ ଜବତ ନିଶା ଜାତୀୟ ଦ୍ରବ୍ୟ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟୁଛି। ତେବେ ଜବତ ନିଶା ଜାତୀୟ ଦ୍ରବ୍ୟକୁ ନଷ୍ଟ କରିବା ପାଇଁ ଏକାଧିକ କଟକଣା ଥାଏ ଯାହାଦ୍ୱାରା ପୋଲିସକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଏହି ପରିପ୍ରେକ୍ଷୀରେ ଉକ୍ତ ସମସ୍ୟାର ସମାଧାନ ପାଇଁ ପୁର୍ବରୁ ଏସଟିଏଫ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏକ ଆବେଦନ କରିଥିଲା। ଏହାକୁ ଗୁରୁତ୍ୱ ଦେଇ ଉଚ୍ଚ ନ୍ୟାୟାଳୟ ଜବତ ନିଶା ଦ୍ରବ୍ୟ ଗୁଡିକୁ ନଷ୍ଟ କରିବା ପାଇଁ ୩୧.୦୧.୨୨ ରେ ଏକ ରାୟ ପ୍ରଦାନ କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ଏସଓପି ମଧ୍ୟ ଜାରିକରିଥିଲେ।

ଏହି ପରିପ୍ରେକ୍ଷୀରେ ଆଇଜି ଜେ.ଏନ ପଙ୍କଜ, କ୍ରାଇମବ୍ରାଞ୍ଚ ଏସପି କଟକ, ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରି ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସ ର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ଦୁଇ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୧ କେଜି ୦୪୨ ଗ୍ରାମ ବ୍ରାଉନ ସୁଗାର ଏବଂ ୫୨୫୭ କେଜି ଗଞ୍ଜେଇ କୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଭାଟିରେ ନଷ୍ଟ କରାଯାଇଛି।

ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୨୫ କେଜି ୫୩୮ ଗ୍ରାମ ବ୍ରାଉନ ସୁଗାର ଏବଂ ୧୧୫ କୁଇଣ୍ଟାଲ ୯୭ କେଜି ଗଞ୍ଜେଇ ନଷ୍ଟ କରିଥିବା ବେଳେ ଓଡ଼ିଶା ପୋଲିସ ଆଜି ସୁଦ୍ଧା ୩୦ କେଜି ୬୦୦ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ଏବଂ ୮୭୦ କୁଇଣ୍ଟାଲ ଗଞ୍ଜେଇ ନଷ୍ଟ କରିଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିପୁଳ ପରିମାଣର ବ୍ରାଉନ ସୁଗାର ଏବଂ ଗଞ୍ଜେଇ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା ଏବଂ କୋର୍ଟ ମାଲଖାନାରେ ଠୁଳ ହୋଇ ରହିଛି। ଯାହାକି ଭବିଷ୍ୟତ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ।

ସାଧାରଣତଃ ଏନଡ଼ିପିଏସ ମାମଲାଗୁଡିକର ବିଚାର ପାଇଁ ବହୁ ସମୟ ଲାଗୁଥିବାରୁ ଜବତ ନିଶା ଜାତୀୟ ଦ୍ରବ୍ୟ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟୁଛି। ତେବେ ଜବତ ନିଶା ଜାତୀୟ ଦ୍ରବ୍ୟକୁ ନଷ୍ଟ କରିବା ପାଇଁ ଏକାଧିକ କଟକଣା ଥାଏ ଯାହାଦ୍ୱାରା ପୋଲିସକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଏହି ପରିପ୍ରେକ୍ଷୀରେ ଉକ୍ତ ସମସ୍ୟାର ସମାଧାନ ପାଇଁ ପୁର୍ବରୁ ଏସଟିଏଫ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏକ ଆବେଦନ କରିଥିଲା। ଏହାକୁ ଗୁରୁତ୍ୱ ଦେଇ ଉଚ୍ଚ ନ୍ୟାୟାଳୟ ଜବତ ନିଶା ଦ୍ରବ୍ୟ ଗୁଡିକୁ ନଷ୍ଟ କରିବା ପାଇଁ ୩୧.୦୧.୨୨ ରେ ଏକ ରାୟ ପ୍ରଦାନ କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ଏସଓପି ମଧ୍ୟ ଜାରିକରିଥିଲେ।

ଏହି ପରିପ୍ରେକ୍ଷୀରେ ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରି ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସ ର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ପାଞ୍ଚ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୧ କେଜି ୧୨ ଗ୍ରାମ ବ୍ରାଉନ ସୁଗାର ଏବଂ ୭୪୮ କେଜି ଗଞ୍ଜେଇ କୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଭାଟିରେ ନଷ୍ଟ କରାଯାଇଛି।

ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୨୪ କେଜି ୪୬୯ ଗ୍ରାମ ବ୍ରାଉନ ସୁଗାର ଏବଂ ୬୩ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ ନଷ୍ଟ କରିଥିବା ବେଳେ ଓଡ଼ିଶା ପୋଲିସ ଆଜି ସୁଦ୍ଧା ୨୯ କେଜିରୁ ଉର୍ଦ୍ଧ ବ୍ରାଉନ ସୁଗାର ଏବଂ ୭୮୨ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ନଷ୍ଟ କରିଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିପୁଳ ପରିମାଣର ବ୍ରାଉନ ସୁଗାର ଏବଂ ଗଞ୍ଜେଇ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା ଏବଂ କୋର୍ଟ ମାଲଖାନାରେ ଠୁଳ ହୋଇ ରହିଛି। ଯାହାକି ଭବିଷ୍ୟତ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ।

ସାଧାରଣତଃ ଏନଡ଼ିପିଏସ ମାମଲାଗୁଡିକର ବିଚାର ପାଇଁ ବହୁ ସମୟ ଲାଗୁଥିବାରୁ ଜବତ ନିଶା ଜାତୀୟ ଦ୍ରବ୍ୟ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟୁଛି। ତେବେ ଜବତ ନିଶା ଜାତୀୟ ଦ୍ରବ୍ୟକୁ ନଷ୍ଟ କରିବା ପାଇଁ ଏକାଧିକ କଟକଣା ଥାଏ ଯାହାଦ୍ୱାରା ପୋଲିସକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଏହି ପରିପ୍ରେକ୍ଷୀରେ ଉକ୍ତ ସମସ୍ୟାର ସମାଧାନ ପାଇଁ ପୁର୍ବରୁ ଏସଟିଏଫ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏକ ଆବେଦନ କରିଥିଲା। ଏହାକୁ ଗୁରୁତ୍ୱ ଦେଇ ଉଚ୍ଚ ନ୍ୟାୟାଳୟ ଜବତ ନିଶା ଦ୍ରବ୍ୟ ଗୁଡିକୁ ନଷ୍ଟ କରିବା ପାଇଁ ୩୧.୦୧.୨୨ ରେ ଏକ ରାୟ ପ୍ରଦାନ କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ଏସଓପି ମଧ୍ୟ ଜାରିକରିଥିଲେ।

ଏହି ପରିପ୍ରେକ୍ଷୀରେ ଡ଼ିଆଇଜି ଜେ.ଏନ ପଙ୍କଜ, କ୍ରାଇମବ୍ରାଞ୍ଚ ଏସପି କଟକ, ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରି ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସ ର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ଦୁଇ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୧ କେଜି ବ୍ରାଉନ ସୁଗାର ଏବଂ ୧୯୯୨ କେଜି ଗଞ୍ଜେଇ କୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଭାଟିରେ ନଷ୍ଟ କରାଯାଇଛି।

ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୨୨ କେଜି ୫୬୯ ଗ୍ରାମ ବ୍ରାଉନ ସୁଗାର ଏବଂ ୩ ୮ କୁଇଣ୍ଟାଲ ୯ କେଜି ଗଞ୍ଜେଇ ନଷ୍ଟ କରିଥିବା ବେଳେ ଓଡ଼ିଶା ପୋଲିସ ଆଜି ସୁଦ୍ଧା ୨୭ କେଜିରୁ ଉର୍ଦ୍ଧ ବ୍ରାଉନ ସୁଗାର ଏବଂ ୫୩୫ କୁଇଣ୍ଟାଲ ଗଞ୍ଜେଇ ନଷ୍ଟ କରିଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା : ଛଅ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ଛତ୍ରମା ଅଞ୍ଚଳରେ ଚଢ଼ାଉ କରି ଛଅ ଲକ୍ଷରୁ ଉର୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି। ଖବର ମୁତାବକ ଗଜପତି ରୁ ଭୁବନେଶ୍ୱର ଅଭିମୁଖେ ଏକ ଗଞ୍ଜେଇ ବୋଝେଇ ମିନି ଟ୍ରକ ଆସୁଥିବାର ଖବର ପାଇଥିଲା ଅବକାରୀ ବିଭାଗ।

ଅବକାରୀ ଅଧିକ୍ଷକ ଯଶକେତନ ବରିହାଙ୍କ ନିର୍ଦେଶକ୍ରମେ ଅବକାରୀ ଉପଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା ଏବଂ ଜାତୀୟ ରାଜପଥରେ ଛପି ରହିଥିଲା ଏହି ଟିମ। ଶେଷରେ ଛତ୍ରମା ଗ୍ରାମ ରୋଡ଼ରେ ମିନି ଟ୍ରକକୁ ଠାବ କରି ଅଟକାଇଥିଲା ଅବକାରୀ ବିଭାଗ। ଗାଡ଼ିରୁ ୧୨୫ କେଜି ଗଞ୍ଜେଇ ଏବଂ ନକଦ ୫୬ ହଜାର ୫୦୦ ଟଙ୍କା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ଗିରଫ ଅଭିଯୁକ୍ତ ମାନେ ହେଲେ ଗଜପତି ଜିଲ୍ଲା ମୋହନା ଥାନା ବୁଡ଼ୁନି ଗ୍ରାମର ସୁଜୟ ମଲ୍ଲିକ(୨୯) ଏବଂ ପୁରି ଜିଲ୍ଲା ଡେଲାଙ୍ଗ ଥାନା ଆଙ୍କୋଇ ଗ୍ରାମର ଶ୍ରୀଧର ପାତ୍ର(୬୬) । ଜବତ ଗଞ୍ଜେଇର ମୂଲ୍ୟ ୬ ଲକ୍ଷ ୩୦ ହଜାର ହେବ ବୋଲି ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୪୬/୨୨-୨୩ ରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା, ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ, ଜିଲ୍ଲା ଭ୍ରାମ୍ୟମାଣ ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଜେସ ଏବଂ ଅନ୍ୟ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜବତ ହୋଇଥିବା ବିପୁଳ ପରିମାଣର ବ୍ରାଉନସୁଗାରକୁ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା ଏବଂ କୋର୍ଟ ମାଲଖାନାରେ ଠୁଳ ହୋଇ ରହିଛି। ଯାହାକି ଭବିଷ୍ୟତ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ।

ସାଧାରଣତଃ ଏନଡ଼ିପିଏସ ମାମଲାଗୁଡିକର ବିଚାର ପାଇଁ ବହୁ ସମୟ ଲାଗୁଥିବାରୁ ଜବତ ନିଶା ଜାତୀୟ ଦ୍ରବ୍ୟ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟୁଛି। ତେବେ ଜବତ ନିଶା ଜାତୀୟ ଦ୍ରବ୍ୟକୁ ନଷ୍ଟ କରିବା ପାଇଁ ଏକାଧିକ କଟକଣା ଥାଏ ଯାହାଦ୍ୱାରା ପୋଲିସକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଏହି ପରିପ୍ରେକ୍ଷୀରେ ଉକ୍ତ ସମସ୍ୟାର ସମାଧାନ ପାଇଁ ପୁର୍ବରୁ ଏସଟିଏଫ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏକ ଆବେଦନ କରିଥିଲା। ଏହାକୁ ଗୁରୁତ୍ୱ ଦେଇ ଉଚ୍ଚ ନ୍ୟାୟାଳୟ ଜବତ ନିଶା ଦ୍ରବ୍ୟ ଗୁଡିକୁ ନଷ୍ଟ କରିବା ପାଇଁ ୩୧.୦୧.୨୨ ରେ ଏକ ରାୟ ପ୍ରଦାନ କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ଏସଓପି ମଧ୍ୟ ଜାରିକରିଥିଲେ।

ଏହି ପରିପ୍ରେକ୍ଷୀରେ ଏସଟିଏଫ ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରି ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସ ର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଗତକାଲି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ଛଅ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୭ କେଜି ୩୫୬ ଗ୍ରାମ ବ୍ରାଉନ ସୁଗାରକୁ ନଷ୍ଟ କରାଯାଇଥିଲା।

ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଗତ ୩ ବର୍ଷ ମଧ୍ୟରେ ଏସଟିଏଫ ଦ୍ୱାରା ଜବତ ହୋଇଥିବା ପାଖାପାଖି ୪ ହଜାର ୫୦୦ କୁଇଣ୍ଟାଲ ଗଞ୍ଜେଇ ଏବଂ ୧୦୪ କେଜି ବ୍ରାଉନ ସୁଗାର ଅଦ୍ୟାବଧି ବିଭିନ୍ନ ଥାନା ଓ କୋର୍ଟର ମାଲଖାନାରେ ଠୁଳ ହୋଇ ପଡ଼ିରହିଥିବାର ଏସଟିଏଫ କହିଛି। ତେବେ ଏସବୁକୁ ଆସନ୍ତା ୩ ରୁ ୬ ମାସ ମଧ୍ୟରେ ନଷ୍ଟ କରିବା ପାଇଁ ଏସଟିଏଫ ଲକ୍ଷ୍ୟ ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା ବାଲୁଗାଁ ଆରପିଏଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଖଲିକୋଟ ରେଳ ଷ୍ଟେସନରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସମେତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖବର ମୁତାବକ ଗତକାଲି ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଖଲ୍ଲିକୋଟ ରେଳ ଷ୍ଟେସନ ପରିସରରେ ବେଆଇନ ନିଶା ଜାତୀୟ ଦ୍ରବ୍ୟ କାରବାର ବିରୋଧରେ ଚଢ଼ାଉ କରାଯାଇଥିବା ବେଳେ ଉକ୍ତ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଜଣେ ମହିଳା ଓ ପୁରୁଷ ଦୁଇ ଗୋଟି ବ୍ୟାଗ ସହ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ଆରପିଏଫର ସନ୍ଦେହ ହେବାରୁ ସେମାନଙ୍କ ତାଲାସି ନିଆଯାଇଥିଲା।

ତାଲାସି ବେଳେ ଉଭୟ ବ୍ୟାଗରୁ ୨୭.୮୩୩ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା ଯାହାର ମୂଲ୍ୟ ୨ ଲକ୍ଷ ୭୮ ହଜାର ୩୩୦ ଟଙ୍କା ହେବ। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଭଦ୍ରକ ଜିଲ୍ଲା ନନ୍ଦିଗାଁ ଅଞ୍ଚଳର ଅନନ୍ତ ଦାସ (୪୭) ଏବଂ ସୁକାନ୍ତି ଦାସ (୩୭)। ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଆଜି ଉଭୟ ଅଭିଯୁକ୍ତ ଏବଂ ଜବତ ଗଞ୍ଜେଇ କୁ ବାଲୁଗାଁ ଆରପିଏଫ ବ୍ରହ୍ମପୁର ଜିଆରପି କୁ ହସ୍ତାନ୍ତର କରିଛି।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଜିଆରପି ୨୦ (ଖ) ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୪୨/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ, ଦୁଇ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ। ମୋହନଗିରି ଅଞ୍ଚଳରୁ ଏକ ପିକ୍ଅପ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ମଦନପୁର ରାମପୁର ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିବା ପ୍ରକାଶ।

ମୋହନଗିରି ଅଞ୍ଚଳରୁ ଏକ ପିକ୍ଅପ ଭ୍ୟାନର ଗୁପ୍ତ ଚ୍ୟାମ୍ବରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଏମ୍. ରାମପୁର ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଏହାପରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା ପୋଲିସ୍। ଏହି ଟିମ୍ ଏମ୍. ରାମପୁର ନିକଟରେ ପିକ୍ଅପ ଭ୍ୟାନକୁ କାବୁ କରିବାକୁ ସକ୍ଷମ ହୋଇଥିଲା। ପିକ୍‌ଅପ ଭ୍ୟାନରୁ ପୋଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପିକ ଅପ ଭ୍ୟାନର ଗୁପ୍ତ ଚ୍ୟାମ୍ବରରୁ ୭୦ ଟି ପ୍ୟାକେଟରେ ୬୯.୭୩ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ବାରାମ୍ବାର କଳାହାଣ୍ଡି ଜିଲ୍ଲାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କୌଣସିମତେ ପୋଲିସ ସେମାନଙ୍କୁ ଗିରଫ କରିଥିବା ନଜିର ରହିଛି। ଏହାସତ୍ତ୍ବେ ଜିଲ୍ଲାରେ ଗଞ୍ଜେଇ ଚାଲାଣକାରୀଙ୍କ ମନରେ ଭୟ ନଥିବା ଦେଖାଯାଇଛି। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାୁନୁଷ୍ଠାନ ନିଆଯିବ ବୋଲି କଳାହାଣ୍ଡି ପୋଲିସ ଏସପି ଶ୍ରବଣ ବିବେକ ଏମ ପ୍ରକାଶ କରିଛନ୍ତି।

ପୋଲିସ ଏ ସମ୍ପର୍କରେ ମ ରାମପୁର ଥାନା କେଶ ନଂ ୧୮୪/୧୧.୦୯.୨୧ ଏନଡିପିଏସ ଆଇନ ଧାରା ୨୦(ii)(C) ଅନୁସାରେ କେଶ ରୁଜୁ କରି ଏସ ଆଇ ଜୟ ଦେବ ତାରିଣୀ ତଦନ୍ତ କରୁଥିବା ଜଣା ପଡ଼ିଛି। ମ ରାମପୁର ଥାନା ଅଞ୍ଚଳରୁ ରାୟପୁର କୁ ଚାଲାଣ କରାଯାଇ ସେଠାରେ ଏହି ଗଞ୍ଜେଇ ବିକ୍ରି କରା ଯିବାର ଯୋଜନା ହୋଇଥିବାର ପ୍ରାଥମିକ ତଦନ୍ତରୁ ପୋଲିସ ଜାଣି ପାରିଥିବା ପ୍ରକାଶ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

୧୮ କେଜି ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କଲା ବାଲୁଗାଁ ଆରପିଏଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ବଡି ଭୋରରୁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ବାଲୁଗାଁ ରେଳ ଷ୍ଟେସନରେ କୋଭିଡ଼ ନିୟମ ଉଲ୍ଲଂଘନ, ନିଶାଦ୍ରବ୍ୟ ଚୋରା ଚାଲାଣ ଏବଂ ଅସାମାଜିକ କାର୍ଯକଳାପ ବିରୁଦ୍ଧରେ ଏକ ଦିନିକିଆ ସ୍ଵତନ୍ତ୍ର ସତର୍କ ଯାଞ୍ଚ କରଯାଇଥିଲା।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ରେଳ ଷ୍ଟେସନ ଏବଂ ସମସ୍ତ ଯାତ୍ରୀବାହୀ ଗାଡିର ଖାନ ତଲାସି କରାଯାଇଥିଲା। ଯାଞ୍ଚ ସମୟରେ ଆରପିଏଫ ଟିମ ବାଲୁଗାଁ ଷ୍ଟେସନର ଦକ୍ଷିଣ ଭାଗରେ ଦୁଇଜଣ ଯୁବକଙ୍କୁ ଦୁଇ ଗୋଟି ବ୍ୟାଗ ସହ ସନ୍ଦେହଜନକ ଅବସ୍ଥାରେ ଧରି ପଚରାଉଚରା କରିଥିଲେ।

ତେବେ ହଠାତ ଯୁବକ ଦ୍ୱୟ ଉକ୍ତ ସ୍ଥାନରୁ ଖସିପଳାଇବାକୁ ଚେଷ୍ଟା କରୁଥିବାବେଳେ ଆରପିଏଫ ଟିମ ସେମାନଙ୍କୁ କାବୁ କରିନେଇଥିଲେ। ଯୁବକ ଦ୍ଵୟ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ଏବଂ ସେମାନେ କୋଦଳା ଅଞ୍ଚଳରୁ ସୁରାଟକୁ ରେଳ ଯୋଗେ ନିଶାଦ୍ରବ୍ୟ ଚୋରାଚାଳାଣ କରୁଥିବାର ଆରପିଏଫ ଆଗରେ ପ୍ରକାଶ କରିଥିଲେ।

ଆରପିଏଫ ସହାୟକ ସୁରକ୍ଷା ଅଧିକ୍ଷକ ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ସଂନ୍ଦିଗ୍ଧ ବ୍ୟାଗ ଦୁଇଟିର ତଲାସୀ କଲାବେଳେ ଆରପିଏଫ କର୍ମଚାରୀମାନେ ପ୍ରାୟ ୧୮ କେଜି ଗଞ୍ଜେଇ ପାଇଥିଲେ। ତେବେ ଆରପିଏଫ ଥାନା ଅଧିକାରୀ ଶ୍ରୀ ଚଣ୍ଡରାୟ ଉକ୍ତ ଗଞ୍ଜେଇ ଜବତ କରିବାସହ ସମ୍ପୃକ୍ତ ଦୁଇ ଯୁବକଙ୍କ ବିରୁଦ୍ଧରେ ଖୋର୍ଦ୍ଧା ଜିଆରପି କେସ ନମ୍ବର ୪୬ ରେ ମାମଲା ରୁଜୁକରି ବିହିତ କାର୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଉକ୍ତ ଚଢ଼ାଉରେ ବାଲୁଗାଁ ଆରପିଏଫ ଥାନା ଉପ ନିରୀକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ସହ ଉପନିରୀକ୍ଷକ ଜୟକୁମାର ସିକେ, ପ୍ରଧାନ ଆରକ୍ଷୀ ଲୋକନାଥ ବେହେରା, ଆରକ୍ଷୀ ସନତ କୁମାର ପ୍ରଧାନ, ଉଦ୍ଧବ ନାୟକ, ଅଲେଖ ବେହେରା ଏବଂ ପ୍ରଦୀପ କୁମାର ପଣ୍ଡା ଆଦି ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

9 ମାସ ମଧ୍ୟରେ 1954 କୁଇଣ୍ଟାଲ୍‌ ଗଞ୍ଜେଇ ଜବତ

ଭୁବନେଶ୍ୱର: ଗଞ୍ଜେଇ ଓ ବ୍ରାଉନସୁଗାର ବିରୋଧରେ ଅଭିଯାନ ଜାରି ରହିବ । ଚାଲାଣ ରୋକିବାକୁ ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ ।  ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ସେପ୍ଟେମ୍ବର ଯାଏ 1054 କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି ।  ଅର୍ଥାତ୍‌ 9 ମାସ ମଧ୍ୟରେ 1054 କୁଇଣ୍‌ଟାଲ ଗଞ୍ଜେଇ ଜବତ ହୋଇଛି ।  ଗତ 10 ବର୍ଷର ଡାଟା ଦେଖିଲେ ବର୍ଷକୁ ହାରାହାରି 312 କୁଇଣ୍ଟାଲ୍‌ ଗଞ୍ଜେଇ ଜବତ ହୋଇଛି । ଗତ 5 ବର୍ଷର ହାରାହାରି ଦେଖିଲେ ବର୍ଷକୁ 414 କୁଇଣ୍‌ଟାଲ୍‌ ଗଞ୍ଜେଇ ଜବତ ହୋଇଛି । କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ମଧ୍ୟରେ 1054 କୁଇଣ୍‌ଟାଲ୍‌ ଗଞ୍ଜେଇ ଜବତ ହୋଇଛି ।  କୋରାପୁଟରୁ 413, ମାଲକାନଗିରିରୁ 240, ଗଜପତିରୁ 126 କୁଇଣ୍‌ଟାଲ୍‌ ଗଞ୍ଜେଇ ଜବତ ହୋଇଛି । ଏହି ତିନି ଜିଲ୍ଲାର ଏସ୍‌ପିଙ୍କୁ ଡିଜିପିଙ୍କ ପକ୍ଷରୁ ପ୍ରଶଂସା ପତ୍ର ପଠାଯାଇଛି ।