
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବାଜପେୟୀ ଆରୋଗ୍ୟ ଧାମର ମାଲିକ ଡ଼କ୍ଟର ଭବାନୀ ଶଙ୍କର ଦାଶ ଜଣେ ୧୭ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି। ବୈଦ୍ୟନାଥପୁର ଥାନା ପୋଲିସ ଭବାନୀ ଶଙ୍କର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
ଗତକାଲି ରାତିରେ ଉକ୍ତ ନାବାଳିକାକୁ ଡଃ ଦାସ ଦୁଷ୍କର୍ମ କରିଥିବା ପୀଡ଼ିତାର ମାଉସୀ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଡଃ ଦାସ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଟାଉନ ଏସ୍ ଡି ପି ଓ ଏହି ମାମଲାର ଦାୟିତ୍ୱରେ ଅଛନ୍ତି।
Tags: ଗଞ୍ଜାମ ଜିଲ୍ଲା, ଦୁଷ୍କର୍ମ ଅଭିଯୋଗ