ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା କଦଳିଗଡ଼ ଟୋଲ ଗେଟ ପାଖରୁ ଅବକାରୀ ବିଭାଗ ଆଜି ଏକ କାରରୁ ୨୧ କେଜି ଗଂଜେଇ ଜବତ କରିବା ସହ ଏଥିର ସମ୍ପୃକ୍ତ ଥିବା ଛତିଶଗଡର ଜଣେ ବ୍ୟକ୍ତି ଗିରଫ ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଅବକାରୀ ବିଭାଗ ସୂଚନା ଦେଇଛନ୍ତି।
ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ବୌଦ୍ଧରୁ ରେଢ଼ାଖୋଲ ପଟେ ଏକ କାରରେ (ଓଡ଼ି ୦୨ ଏନ ୩୩୩୪) ଗଂଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ କଦଳୀଗଡ଼ ଟୋଲ ଗେଟ ପାଖରେ ଛକି ରହିଥିଲା।
କାରଟି ଆସିବା ମାତ୍ରେ ଯାଞ୍ଚ କରିବାରୁ ଅବକାରୀ ବିଭାଗ କାର ଟିରୁ ୨୧ଗଂଜେଇ ପାଇଥିଲା। ଗଂଜେଇ ଚାଲାଣ କରୁଥିବା ଛତିଶଗଡ ର ନିର୍ମଳ ରାମ କୁ ଅବକାରୀ ବିଭାଗ ଗିରଫ କରିଥିଲା। ତାଠାରୁ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ତା ନାମରେ କେସ ନଂ ୧୭୬/୨୦୨୫-୨୬ ରେ ମାମଲା ରୁଜୁ କରିଛି ଅବକାରୀ ବିଭାଗ।