ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ସଦର ଥାନା କୁଞ୍ଜୁରି ପଞ୍ଚାୟତର ପୋଡପାଟଣା ଗ୍ରାମର ପଦ୍ମନାଭ ସାହୁଙ୍କ ମିକ୍ସଚର ଗୋଦାମ ଉପରେ ଚଢାଉ କରିଥିଲା। ଚଢାଉ ସମୟରେ ଗୋଟିଏ ଅଖା ଭିତରେ ରହିଥିବା ମିକ୍ସଚର ପ୍ୟାକେଟ ଯାଞ୍ଚ ବେଳେ ୬ଟି ପ୍ୟାକେଟ ଭିତରେ ଛୋଟ ଜରି ପ୍ୟାକେଟରେ ବ୍ରାଉନସୁଗାର ଜବତ କରିଛି ଅବକାରୀ ପୋଲିସ।
ଅନ୍ୟପଟେ ତାଙ୍କୁ ମିଥ୍ଯା ଘଟଣାରେ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ଉକ୍ତ ଗ୍ରାମବାସୀ। ଏନେଇ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଅବକାରୀ କାର୍ଯ୍ୟାଳୟ ପହଞ୍ଚି ଅବକାରୀ ଅଧିକ୍ଷକ ଙ୍କ ସହ ଆଲୋଚନା କରିଛନ୍ତି। ସ୍ଥାନୀୟ ଗ୍ରାମବାସୀ ଦୀର୍ଘ ସମୟ ଧରି କାର୍ଯ୍ଯାଳୟ ଘେରାଉ କରିଥିଲେ। ଅବକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ପଦ୍ମନାଭଙ୍କୁ ଯୋଜନାବଦ୍ଧ ଭାବେ ଫସାଇ ଦିଆଯାଇଛି ବୋଲି ବିଧାୟକ କହିଥିବା ବେଳେ ମିକ୍ସର ପ୍ୟାକେଟରୁ ଏତେ ପରିମାଣ ବ୍ରାଉନସୁଗର ଜବତ କୁ ନେଇ ୨ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ।