ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅଶାନ୍ତ ଗଞ୍ଜାମ ଜିଲ୍ଲାରେ ପୁଣି ଏକ ଗଳିତ ଶବ ଉଦ୍ଧାର କରିଛନ୍ତି ବୈଦ୍ୟନାଥ ପୁର ଥାନା ପୋଲିସ୍। ରେଶମ ନଗରୀ ବ୍ରହ୍ମପୁର ସହରର ବଡଡାକ୍ତରଖାନା ପରିସର ଖେଳ ପଡିଆରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ପଡ଼ିଥିବାର ପୋଲିସ ଖବର ପାଇଥିଲା। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇଛି। ଉଦ୍ଧାର ମୃତଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଥିବା ବେଳେ ତାର ହାତ ଗୋଡ କଟିଥିବା ଯୋଗୁଁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ହେଉଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ ଚଳାଇଛି।