Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ
ଅପରାଧ

ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ

July 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ତାଙ୍କ ବିରୁଦ୍ଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ତାଙ୍କ ବିରୁଦ୍ଧରେ ଆବେଦନକାରୀ ଆଇନଜୀବୀ ସୀତାରାମ ଅଗ୍ରୱାଲ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ଉକ୍ତ ଅଦାଲତ ଅବମାନନା ମାମଲାକୁ ବିଚାର କରି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନନ୍ଦଙ୍କୁ ଉଚ୍ଚ ନ୍ୟାୟାଳୟ ନୋଟିସ ଜାରି କରିଛନ୍ତି।

ସୂଚନା ଥାଉକି ବାଣପୁର ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡରେ ଏନଏସି କର୍ତ୍ତୃପକ୍ଷଙ୍କ ଦ୍ୱାରା ୨୦୨୩ ମସିହାରେ ଡ୍ରେନେଜ ବ୍ୟବସ୍ଥା ନକରି ବେଆଇନ ଭାବେ ପେଭର ବ୍ଲକ ରୋଡ ନିର୍ମାଣ କରାଯାଇଥିଲା। ଫଳରେ ଆବେଦନକାରୀ ଆଇନଜୀବୀ ଶ୍ରୀ ଅଗ୍ରୱାଲଙ୍କ ଘରେ ବର୍ଷା ଜଳ ପ୍ରବେଶ କରୁଛି। ଏହାକୁ ବିରୋଧ କରି ଆଇନଜୀବୀ ଶ୍ରୀ ଅଗ୍ରୱାଲ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ରିଟ ପିଟିସନ ଦାୟର କରିଥିଲେ। ତିନି ମାସ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଉଚ୍ଚ ନ୍ୟାୟାଳୟ ତତ୍କାଳୀନ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ନିର୍ଦ୍ଦେଶ ପରେ ଏପ୍ରିଲ ୨ ତାରିଖ ୨୦୨୪ ରେ ତତ୍କାଳୀନ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣି ଅଦାଲତ ନିର୍ଦ୍ଦେଶର ଏକ ଅନୁପାଳନ ପତ୍ର ଆବେଦନକାରୀଙ୍କୁ ପଠାଇଥିଲେ, ଯେଉଁଥିରେ ଉକ୍ତ ସମସ୍ୟାର ଏକମାତ୍ର ସମାଧାନ ୧୦ ନମ୍ବର ୱାର୍ଡରେ ଡ୍ରେନ ନିର୍ମାଣ ବୋଲି ଉଲ୍ଲେଖ କରିଥିଲେ। ତେବେ ଉକ୍ତ ୱାର୍ଡକୁ ସଂଲଗ୍ନ ମୁଖ୍ୟ ଡ୍ରେନ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲାପରେ ତୁରନ୍ତ ସେଠାରେ ଏନଏସି ପକ୍ଷରୁ ଡ୍ରେନ ନିର୍ମାଣ କରାଯିବ।

ଉକ୍ତ ବିଷୟ ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଜରିଆରେ ତତ୍କାଳୀନ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣି ଜବାବ ଦାଖଲ କରିଥିଲେ। ତେବେ ଚଳିତ ବର୍ଷ ମଇ ମାସ ସୁଦ୍ଧା ପୂର୍ତ୍ତ ବିଭାଗ ପକ୍ଷରୁ ବାଣପୁର ଏନଏସି ୧୦ ନମ୍ବର ୱାର୍ଡ (ତଳସାହି ଛକ) ସଂଲଗ୍ନ ମୁଖ୍ୟ ରାସ୍ତାରେ ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜାଣିଶୁଣି ୧୦ ନମ୍ବର ୱାର୍ଡରେ ଡ୍ରେନ ନିର୍ମାଣ କାର୍ଯ୍ୟ କରିନାହାନ୍ତି ଯାହାଫଳରେ ଆଇନଜୀବୀ ଶ୍ରୀ ଅଗ୍ରୱାଲ ପୁନର୍ବାର ଏହି ପ୍ରସଙ୍ଗକୁ ନେଇ ଉଚ୍ଚ ନ୍ୟାୟାଳୟରେ ଆଉ ଏକ ରିଟ ପିଟିସନ (ସଂଖ୍ୟା ୧୫୭୧୧/୨୦୨୫) ଦାୟର କରିଥିଲେ।

ଉକ୍ତ ମାମଲାର ଶୁଣାଣି କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜୁନ ୧୭ ତାରିଖରେ ବାଣପୁର ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡରେ ଦୁଇ ସପ୍ତାହ ମଧ୍ୟରେ ଡ୍ରେନ ନିର୍ମାଣ ପାଇଁ ନିଷ୍ପତ୍ତି ବାଣପୁର ତହସିଲଦାରଙ୍କ ଯୁଗ୍ମ ତଦନ୍ତ ରିପୋର୍ଟ ଆଧାରରେ ନେବାକୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଇତି ମଧ୍ୟରେ ଏକ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ପାଳନ ନକରି ଏବଂ ଅଦାଲତ ଅବମାନନା ମାମଲାରୁ ବର୍ତ୍ତିବା ପାଇଁ ଆବେଦନକାରୀ ଆଇନଜୀବୀ ଶ୍ରୀ ଅଗ୍ରୱାଲଙ୍କୁ କିଛି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଥିବା ଏକ ନିଷ୍ପତ୍ତି ପତ୍ର ପ୍ରଦାନ କରିଥିଲେ।

ତେଣୁ ଆବେଦନକାରୀ ତାଙ୍କ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଏକ ଅଦାଲତ ଅବମାନନା ମାମଲା (ସଂଖ୍ୟା ୩୧୮୪/୨୦୨୫) ଦାୟର କରିଥିଲେ। ତେବେ ଉକ୍ତ ମାମଲାକୁ ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦଙ୍କୁ ନୋଟିସ ଜାରି କରିଛନ୍ତି। ଆବେଦନକାରୀଙ୍କୁ ପକ୍ଷରୁ ଉକ୍ତ ମାମଲାକୁ ବରିଷ୍ଠ ଆଇନଜୀବୀ ଜୟଦେବ ବେହେରା ଏବଂ ସନ୍ଦୀପ କୁମାର ମହାପାତ୍ର ପରିଚାଳନା କରୁଛନ୍ତି।

ଅଦାଲତ ଅବମାନନା ନୋଟିସ କାର୍ଯ୍ୟନିର୍ବାହୀ ଅଧିକାରୀ ବାଣପୁର ଏନଏସି
Share. Facebook Twitter LinkedIn Email WhatsApp Copy Link

Related Posts

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025
Latest News

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.