ଭୁବନେଶ୍ଵର: ଆଜି ଆଉ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି। ଅଧିକାରୀଜଣଙ୍କ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ଦ୍ଵାରା ଧରାପଡିଛନ୍ତି। ବର୍ତ୍ତମାନ ଅଭିଯୁକ୍ତ ଅଧିକାରୀଙ୍କୁ ଅଧିକ ତଥ୍ୟ ସଂଗ୍ରହ ପାଇଁ ଜେରା କରୁଛନ୍ତି।
ସୂଚନା ମୁତାବକ ଆଜି ଅର୍ଥାତ୍ ୨୫ ତାରିଖ ଦିନ କିଛି ସମୟ ପୂର୍ବରୁ ଭୁବନେଶ୍ୱରର ସବ-କଲେକ୍ଟର କାର୍ଯ୍ୟାଳୟର ସ୍ୱତନ୍ତ୍ର ସାର୍ଟିଫିକେଟ ସେକ୍ସନର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ (ଜେଆରଏ) ଶ୍ରୀ ସୌରଭ ତ୍ରିପାଠୀଙ୍କୁ ଭିଜିଲାନ୍ସ ଟିମ ଧରିଥିଲେ। ଜଣେ ଅଭିଯୋଗକାରୀଙ୍କଠାରୁ ସେ ଦୀର୍ଘ ଦିନ ଧରି ବିଚାରାଧୀନ ଥିବା ଏକ ସାର୍ଟିଫିକେଟ୍ ମାମଲାରେ ଫାଇଲ୍ ପ୍ରକ୍ରିୟାକରଣ ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ। ଅଭିଯୋଗକାରୀଙ୍କ ଦ୍ୱାରା ଅନେକ ଅନୁରୋଧ ସତ୍ତ୍ୱେ ଶ୍ରୀ ତ୍ରିପାଠି ଫାଇଲ୍ ଆରମ୍ଭ କରିବା ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ରିପୋର୍ଟ କରିଥିଲେ।
ଏହା ପରେ ଏକ ଭିଜିଲାନ୍ସ ଦଳ ଆଜି ଅଭିଯୋଗକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶ୍ରୀ ତ୍ରିପାଠୀଙ୍କୁ ଧରିଥିଲେ। ଅଭିଯୁକ୍ତ ଶ୍ରୀ ତ୍ରିପାଠୀଙ୍କ କବଜାରୁ ସମସ୍ତ ଦାଗି ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଜେଆରଏ ଶ୍ରୀ ତ୍ରିପାଠୀଙ୍କର ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି।