କଲିକତା: ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ଆଜି ଆକ୍ରମଣ କରାଯାଇଛି। ଏହି ଆକ୍ରମଣ କୁଚବିହାର ଜିଲ୍ଲାର ଖାଗଡାବାଡ଼ିରେ ହୋଇଛି। ଟିଏମସି କର୍ମୀମାନେ ଶୁଭେନ୍ଦୁଙ୍କୁ କଳା ପତାକା ଦେଖାଇଥିଲେ। ଚୋର-ଚୋର ସ୍ଲୋଗାନ ଦିଆଯାଇଥିଲା ଏବଂ କିଛି ଗାଡ଼ି ଉପରେ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରାଯାଇଥିଲା। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ପୋଲିସ ଉପସ୍ଥିତିରେ ଏହି ହଙ୍ଗାମା ଜାରି ରହିଥିଲା। ଶହ ଶହ ତୃଣମୂଳ କଂଗ୍ରେସ ସମର୍ଥକ ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ିକୁ ରୋକିବାକୁ ଚେଷ୍ଟା କରିଥିଲେ।