Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ
ଅପରାଧ

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡ଼କାୟତି ଯୋଜନା ପଣ୍ଡ
ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଡ଼କାୟତି ଯୋଜନା କରୁ୍ଥିବା ବେଳେ ଏକ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ୍ କୁ କାବୁ କରିବାକୁ ସକ୍ଷମ ହୋଇଛି ଗାଙ୍ଗପୁର ପୋଲିସ୍। ସୂଚନା ପ୍ରକାରେ ଗତକାଲି ଅର୍ଥାତ୍ ସୋମବାର ରାତି ସମୟରେ ମାଆ ବୁଢାକେନ୍ଦୁ ମନ୍ଦିର ପରିସରରେ ଏକ ଡକାୟତ ଗ୍ୟାଙ୍ଗ୍ ଗାଙ୍ଗପୁର ଥାନା ଅଞ୍ଚଳରେ ଡ଼କାୟତି ଯୋଜନା କରୁ୍ଥିବା ନେଇ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଏନେଇ ସେ ଥାନା ଏଏସ୍ଆଇ ୱାଇ.ବି ନାଇଡ଼ୁଙ୍କ ନେତୃତ୍ୱରେ ଏକ ଟିମ୍ କୁ ଘଟଣାର ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏଏସ୍ଆଇ ୱାଇ.ବି ନାଇଡ଼ୁଙ୍କ ନିଜ ଟିମ୍ ସହିତ ମାଆ ବୁଢାକେନ୍ଦୁ ମନ୍ଦିର ପହଞ୍ଚି ଦେଖିଲେ ଏକ ପାଞ୍ଚ ଜଣିଆ ଗ୍ୟାଙ୍ଗ୍ ମନ୍ଦିର ବାହାରେ ସନ୍ଦେହ ଜନକ ଅବସ୍ଥାରେ ବସିଥିବା ବେଳେ ସେମାନଙ୍କ ନିକଟରେ ଏକ ଧଳା ରଙ୍ଗର ଇଣ୍ଡିଗୋ କାର୍ ଅଛି। ପୋଲିସ୍ କୁ ଦେଖି ସେଠାରେ ବସିଥିବା ପାଞ୍ଚ ଜଣ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିବା ବେଳେ ପୋଲିସ୍ ଟିମ୍ ସେମାନଙ୍କୁ କାବୁ କରିନେଇଥିଲେ। କାର୍ ର ଡିକି ଯାଞ୍ଚ୍ ବେଳେ ସେଥିରୁ ଏକ ବଡ଼ ଲୁହା କାତି, ଗୋଟିଏ ଫାର୍ସା, ବିଦେଶୀ ମଦ ବୋତଲ, ଲଙ୍କା ଗୁଣ୍ଡ ଇତ୍ୟାଦି ଥିଲା।

ଏ ସବୁ ଜବତ କରି ପୋଲିସ ଉକ୍ତ ୫ ସନ୍ଦିଗ୍ଧ ଯୁବକ ଯଥା ଭଞ୍ଜନଗର ଅଞ୍ଚଳର ସଞ୍ଜୟ ବେହେରା, ଆକାଶ ବେହେରା, ଗାଙ୍ଗପୁର ଥାନା ଅଞ୍ଚଳର ଅନୀଲ ବେହେରା, ଭୁବନେଶ୍ୱର ଖାରବେଳ ନଗର ଥାନା ଅଞ୍ଚଳର ପପୁନ୍ ପଣ୍ଡା ସହ ଖୋର୍ଦ୍ଧା ନାଚୁଣୀ ଅଞ୍ଚଳର ଜଣେ ଯୁବକକୁ ଥାନାରେ ରଖି ଜେରା କରିବା ପରେ ସେମାନେ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ ବୋଲି ପ୍ରକାଶ କରିଥିଲେ।

ଉକ୍ତ ଯୁବକ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ପୋଲିସ ମାମଲା ନଂ ୫୫୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।

ପାଞ୍ଚ ଗିରଫ ମାରଣାସ୍ତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026
Latest News

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.