Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ
ଅପରାଧ

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡ଼କାୟତି ଯୋଜନା ପଣ୍ଡ
ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଡ଼କାୟତି ଯୋଜନା କରୁ୍ଥିବା ବେଳେ ଏକ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ୍ କୁ କାବୁ କରିବାକୁ ସକ୍ଷମ ହୋଇଛି ଗାଙ୍ଗପୁର ପୋଲିସ୍। ସୂଚନା ପ୍ରକାରେ ଗତକାଲି ଅର୍ଥାତ୍ ସୋମବାର ରାତି ସମୟରେ ମାଆ ବୁଢାକେନ୍ଦୁ ମନ୍ଦିର ପରିସରରେ ଏକ ଡକାୟତ ଗ୍ୟାଙ୍ଗ୍ ଗାଙ୍ଗପୁର ଥାନା ଅଞ୍ଚଳରେ ଡ଼କାୟତି ଯୋଜନା କରୁ୍ଥିବା ନେଇ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଏନେଇ ସେ ଥାନା ଏଏସ୍ଆଇ ୱାଇ.ବି ନାଇଡ଼ୁଙ୍କ ନେତୃତ୍ୱରେ ଏକ ଟିମ୍ କୁ ଘଟଣାର ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏଏସ୍ଆଇ ୱାଇ.ବି ନାଇଡ଼ୁଙ୍କ ନିଜ ଟିମ୍ ସହିତ ମାଆ ବୁଢାକେନ୍ଦୁ ମନ୍ଦିର ପହଞ୍ଚି ଦେଖିଲେ ଏକ ପାଞ୍ଚ ଜଣିଆ ଗ୍ୟାଙ୍ଗ୍ ମନ୍ଦିର ବାହାରେ ସନ୍ଦେହ ଜନକ ଅବସ୍ଥାରେ ବସିଥିବା ବେଳେ ସେମାନଙ୍କ ନିକଟରେ ଏକ ଧଳା ରଙ୍ଗର ଇଣ୍ଡିଗୋ କାର୍ ଅଛି। ପୋଲିସ୍ କୁ ଦେଖି ସେଠାରେ ବସିଥିବା ପାଞ୍ଚ ଜଣ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିବା ବେଳେ ପୋଲିସ୍ ଟିମ୍ ସେମାନଙ୍କୁ କାବୁ କରିନେଇଥିଲେ। କାର୍ ର ଡିକି ଯାଞ୍ଚ୍ ବେଳେ ସେଥିରୁ ଏକ ବଡ଼ ଲୁହା କାତି, ଗୋଟିଏ ଫାର୍ସା, ବିଦେଶୀ ମଦ ବୋତଲ, ଲଙ୍କା ଗୁଣ୍ଡ ଇତ୍ୟାଦି ଥିଲା।

ଏ ସବୁ ଜବତ କରି ପୋଲିସ ଉକ୍ତ ୫ ସନ୍ଦିଗ୍ଧ ଯୁବକ ଯଥା ଭଞ୍ଜନଗର ଅଞ୍ଚଳର ସଞ୍ଜୟ ବେହେରା, ଆକାଶ ବେହେରା, ଗାଙ୍ଗପୁର ଥାନା ଅଞ୍ଚଳର ଅନୀଲ ବେହେରା, ଭୁବନେଶ୍ୱର ଖାରବେଳ ନଗର ଥାନା ଅଞ୍ଚଳର ପପୁନ୍ ପଣ୍ଡା ସହ ଖୋର୍ଦ୍ଧା ନାଚୁଣୀ ଅଞ୍ଚଳର ଜଣେ ଯୁବକକୁ ଥାନାରେ ରଖି ଜେରା କରିବା ପରେ ସେମାନେ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ ବୋଲି ପ୍ରକାଶ କରିଥିଲେ।

ଉକ୍ତ ଯୁବକ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ପୋଲିସ ମାମଲା ନଂ ୫୫୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।

ଗାଙ୍ଗପୁର ପୋଲିସ୍ ପାଞ୍ଚ ଗିରଫ ମାରଣାସ୍ତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025
Latest News

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.