Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡକାୟତି ଯୋଜନା ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ପାଞ୍ଚ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ଏକ ବଡ ଡକାୟତ ଯୋଜନାକୁ ପଣ୍ଡ କରିବା ସହ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁନା ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଲିପୁ ପାଇକରାୟ, ମୋହମ୍ମଦ ଖାନ ଓ ଫାରୁକ ଖାନ। ସମସ୍ତଙ୍କ ଘର ଟାଉନ ଥାନା ଅଞ୍ଚଳରେ ବୋଲି ଜଣାପଡିଛି।

ଖବର ମୁତାବକ ଟାଉନ ଥାନା ଅନ୍ତର୍ଗତ ମୋଦି ଗୋଶାଳା ପଡିଆରେ ଆଜି ବଡି ଭୋରରେ ଉକ୍ତ ପାଞ୍ଚ ଅଭିଯୁକ୍ତ ଡକାୟତି ଯୋଜନା କରୁଥିବାର ଖବର ମିଳିଥିଲା। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଅଭିଯୁକ୍ତ ମାନଙ୍କୁ ମାଡି ବସିଥିଲା ପୋଲିସ। ସେମାନଙ୍କ ନିକଟରୁ ଦୁଇ ଗୋଟି ଖଣ୍ଡା ଓ ଦୁଇ ଗୋଟି ଆଇରନ ରଡ଼ ଜବତ କରିଛି ପୋଲିସ।

ଅଭିଯୁକ୍ତମାନେ ବିଳମ୍ବିତ ରାତ୍ରିରେ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଗାଡ଼ିଗୁଡିକରୁ ଲୁଟ ଯୋଜନା କରୁଥିଲେ। ତେବେ ସମସ୍ତ ଅଭିଯୁକ୍ତ ମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାର ପୋଲିସ କହିଛି।

Categories
ଆଜିର ଖବର ରାଜ୍ୟ ଖବର

ବଡ ଧରଣର ଡକାୟତକୁ ପଣ୍ଡ କଲା କଳାହାଣ୍ଡି ପୋଲିସ: ପାଞ୍ଚ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆଭ୍ୟନ୍ତରୀଣ କେଗାଁ ପୋଲିସ ଥାନା ଅଂଚଳରେ ଏକ ବଡ ଧରଣର ଡକାୟତି କରିବାକୁ ପ୍ରସ୍ତୃତି କରୁଥିବା ଡକାୟତ ଦଲକୁ ଗିରଫ କରିବାରେ କେଗାଁ ପୋଲିସ ସଫଳ ହୋଇଥିବା କଳାହାଣ୍ଡି ଏସପି ଡଃ ଶ୍ରବଣ ବିବେକ ଏମ ଙ୍କ ସୂତ୍ରରୁ ପ୍ରକାଶ।

ଗତକାଲି ରାତ୍ରରେ କେଗାଁ ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ଭାଟିପଡା ନିକଟରେ ପାଂଚ ଜଣ ସନ୍ଦିଗ୍ଧ ବ୍ୟକ୍ତି ସନ୍ଦେହ ଜନକ ଅବସ୍ଥାରେ ଥିବା ବେଳେ ସେମାନେ ଏକ ବଡ ଧରଣର ଡକାୟତି ଯୋଜନା କରୁଥିବା ଜାଣିପାରି ଗିରଫ କରିଥିବା କେଗାଁ ପଲିସ ଇନିସପେକ୍ଟର କାହ୍ନୁ ଚରଣ ସ୍ୱାଇଁଙ୍କ ସୂତ୍ରରୁ ପ୍ରକାଶ।

କେଗାଁ ପୋଲିସ ପକ୍ଷରୁ କେଗାଁ ଥାନା କେଶ ନଂ. ୦୨/୨୦୨୧ ଟ/ଝ ୩୯୯/୪୦୨ ଓଚଉ / ଝରମ ୨୮ ଇକ୍ସଜ୍ଞଗ୍ଦ ଇମଗ୍ଧ ଅନୁସାରେ ଏକ କେଶ ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି। ସଂପୃକ୍ତ ଡକାୟତ ଦଳ ରେ ଥିବା ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଥାନା ଅଂଚଲର ବେଲପଡା ଗ୍ରାମର ନିରାକାର ତାଣ୍ଡି (୩୦) ପି. ତୁଳେଶ୍ୱର ତାଣ୍ଡି, ଭାଲୁମୁଣ୍ଡା ଗ୍ରାମର କପିଳାସ ମେହେର (୨୬) ପି. ତବିନ ମେହେର ଓ କଂଟାବାଂଜି ଥାନା ଅଂଚଳର କଂଟାବାଂଜି ଗ୍ରାମର ପ୍ରଶାନ୍ତ ମାଛକୁଣ୍ଡ (୨୫) ପି. ଅଭିମନ୍ୟୁ ମାଛକୁଣ୍ଡ ଏବଂ ନୂଆପଡା ଜିଲ୍ଲା ଖରିଆର ଥାନା ଅମଳାପାଲି ଗ୍ରାମର ମନୋଜ କୁମ୍ଭାର (୩୦) ପି. ଚିନ୍ତାମଣି କୁମ୍ଭାର ଓ ମୋହରା ଗ୍ରାମର ଧର୍ମା ପଟେଲ (୨୭) ପି.ପଦମନ ପଟେଲ ଙ୍କୁ ପୋଲିସ ଗିରଫ କରାଯାଇଥିବା ଜଣାପଡିଛି।

ସେମାନଙ୍କ ପାଖରୁ ମାରୁତି ଜେନ କାର, ଗ୍ୟାସ କଟର, କାତି, ଲାଲ ମରିଚ ପାଉଡର, ପାଂଚ ଟି ମୋବାଇଲ ଓ ଗୋଟିଏ ଖେଲନା ପିସ୍ତଲ ଜବତ କରାଯାଇଥିବା ପ୍ରକାଶ।