ଡକାୟତି ଯୋଜନା ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ପାଞ୍ଚ ଗିରଫ

Published: Jun 27, 2023, 11:25 pm IST

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ଏକ ବଡ ଡକାୟତ ଯୋଜନାକୁ ପଣ୍ଡ କରିବା ସହ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁନା ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଲିପୁ ପାଇକରାୟ, ମୋହମ୍ମଦ ଖାନ ଓ ଫାରୁକ ଖାନ। ସମସ୍ତଙ୍କ ଘର ଟାଉନ ଥାନା ଅଞ୍ଚଳରେ ବୋଲି ଜଣାପଡିଛି।

ଖବର ମୁତାବକ ଟାଉନ ଥାନା ଅନ୍ତର୍ଗତ ମୋଦି ଗୋଶାଳା ପଡିଆରେ ଆଜି ବଡି ଭୋରରେ ଉକ୍ତ ପାଞ୍ଚ ଅଭିଯୁକ୍ତ ଡକାୟତି ଯୋଜନା କରୁଥିବାର ଖବର ମିଳିଥିଲା। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଅଭିଯୁକ୍ତ ମାନଙ୍କୁ ମାଡି ବସିଥିଲା ପୋଲିସ। ସେମାନଙ୍କ ନିକଟରୁ ଦୁଇ ଗୋଟି ଖଣ୍ଡା ଓ ଦୁଇ ଗୋଟି ଆଇରନ ରଡ଼ ଜବତ କରିଛି ପୋଲିସ।

ଅଭିଯୁକ୍ତମାନେ ବିଳମ୍ବିତ ରାତ୍ରିରେ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଗାଡ଼ିଗୁଡିକରୁ ଲୁଟ ଯୋଜନା କରୁଥିଲେ। ତେବେ ସମସ୍ତ ଅଭିଯୁକ୍ତ ମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାର ପୋଲିସ କହିଛି।

Related posts