Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଗୋ ହତ୍ୟା ରୋକିବାକୁ କାମ କରିବେ ଓଡିଶାରେ ଛୋଟ ବଡ଼ ସମସ୍ତ ହିନ୍ଦୁ ସଂଗଠନ: ଡ଼. ତୋଗାଡ଼ିଆ
ଅପରାଧ

ଗୋ ହତ୍ୟା ରୋକିବାକୁ କାମ କରିବେ ଓଡିଶାରେ ଛୋଟ ବଡ଼ ସମସ୍ତ ହିନ୍ଦୁ ସଂଗଠନ: ଡ଼. ତୋଗାଡ଼ିଆ

September 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ମାଦିକ ସମ୍ମିଳନୀ
ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡ଼. ପ୍ରବୀଣ ଭାଇ ତୋଗାଡ଼ିଆଙ୍କ ସମ୍ମାଦିକ ସମ୍ମିଳନୀ

ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡ଼. ପ୍ରବୀଣ ଭାଇ ତୋଗାଡ଼ିଆଙ୍କ ସମ୍ମାଦିକ ସମ୍ମିଳନୀ
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ତଦନ୍ତ ରିପୋର୍ଟ ପ୍ରକାଶ ଉପରେ ଗୁରୁତ୍ବ

ଭୁବନେଶ୍ଵର: ଓଡିଶାରେ ଛୋଟ ବଡ଼ ସମସ୍ତ ହିନ୍ଦୁ ସଂଗଠନ ମିଳିତ ଭାବେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମଞ୍ଚରେ ଜଡିତ ହୋଇ ଗୋ ହତ୍ୟା ରୋକିବାକୁ କାମ କରିବେ। ଆବଶ୍ୟକ ଆଇନଗତ ସହାୟତା ଯୋଗାଇ ଦେବେ ବୋଲି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧକ୍ଷଅଧ୍ୟକ୍ଷ ଡ଼. ପ୍ରବୀଣଭାଇ ତୋଗାଡ଼ିଆ କହିଛନ୍ତି। ରେଡ଼କ୍ରସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଡ଼. ତୋଗାଡ଼ିଆ କହିଛନ୍ତି, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ତଦନ୍ତ ପୁରୁଣା ସରକାର କରିଥିଲେ। ହେଲେ ଏ ଯାଏଁ ରିପୋର୍ଟ ସାର୍ବଜନୀନ ହୋଇନାହିଁ। ବିଜେପି କ୍ଷମତାକୁ ଆସିବା ପୂର୍ବରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ କହିଥଲେ। ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆମର ପୁରୁଣା ମିତ୍ର, ପୂର୍ବରୁ ସାଥିରେ କାମ କରିଛୁ। ସେ ଏବେ ଭଲ କାମ କରୁଛନ୍ତି। ତେଣୁ ସେ ଗୋହତ୍ୟା ରୋକିବା ପାଇଁ ପଦକ୍ଷେପ ନେବା ସହ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ରିପୋର୍ଟ ସାର୍ବଜନୀନ କରିବେ ବୋଲି ଡ଼. ତୋଗାଡ଼ିଆ କହିଛନ୍ତି।

ସେହିପରି ଡ଼. ତୋଗାଡ଼ିଆ କହିଛନ୍ତି, ଦେଶରେ ହିନ୍ଦୁ ସଂଖ୍ୟା କମୁଥିବା ବେଳେ ମୁସଲମାନ ସଂଖ୍ୟା ବଢୁଛି। ଦୁଇ ସନ୍ତାନ ଆଇନ ସମସ୍ତଙ୍କ ପାଇଁ କଡାକଡି ଭାବେ ଲାଗୁ ହେଉନି। ସମସ୍ତଙ୍କ ପାଇଁ ଏହି ଆଇନ କଡାକଡି ଲାଗୁ ହେଉ ସେ ପର୍ଯ୍ୟନ୍ତ ସମସ୍ତ ହିନ୍ଦୁ ପରିବାର ତିନି ପିଲା ଜନ୍ମ ଦିଅନ୍ତୁ। ଏହା ମୁଁ ସମସ୍ତ ହିନ୍ଦୁଙ୍କୁ ଅନୁରୋଧ କରୁଛି। ତେବେ ଆଗାମୀ ଦିନରେ ଗାଁ ଗାଁରେ ସାପ୍ତାହିକ ହନୁମାନ ଚାଳିଶା କେନ୍ଦ୍ର ଖୋଲିବ। ଖ୍ରୀଷ୍ଟିଆନମାନେ ରବିବାର ଗୀର୍ଜା ଯାଇ ପ୍ରାର୍ଥନା କଲା ଭଳି, ମୁସଲମାନ ମସଜିଦ ଯାଇ ନମାଜ ପାଠ କଲା ଭଳି ହିନ୍ଦୁମାନେ ହନୁମାନ ଚାଳିଶା ପାଠ କରିବେ।

ହନୁମାନ ଚାଳିଶା କେନ୍ଦ୍ର ବହୁବିଦ୍ଧ ସମାଧାନ କେନ୍ଦ୍ର ପାଲଟିବ। ସେଠାରେ ଗରିବ ହିନ୍ଦୁଙ୍କୁ ମାଗଣା ଖାଦ୍ୟ ଦିଆଯିବ। ବର୍ଷରେ ଥରେ ମାଗଣା ଡାଇବେଟିସ ଚେକ ହେବ। ସ୍ୱାସ୍ଥ୍ୟ ପରୀକ୍ଷା ହେବ। ଗରିବ ହିନ୍ଦୁଟିଏ ଆଇନଗତ ସମସ୍ୟାରେ ପଡିଲେ, ସେମାନଙ୍କୁ ମାଗଣା ଆଇନ ପରାମର୍ଶ ଦିଆଯିବ। ଯଦି ଜଣେ ବି ହିନ୍ଦୁ ଅସୁବିଧାରେ ପଡ଼ିବ, ତେବେ ସମସ୍ତ ହନୁମାନ ଚାଳିଶା କେନ୍ଦ୍ରର ଲୋକମାନେ ତାଙ୍କ ନିକଟରେ ପହଂଚି ସାହାଯ୍ୟ କରିବେ। ଭୁବନେଶ୍ୱରରେ ଏବେ ଦୁଇ ଶହ ହନୁମାନ ଚାଳିଶା କେନ୍ଦ୍ର ଅଛି ବୋଲି ଡ଼. ତୋଗାଡ଼ିଆ କହିଛନ୍ତି।

ଅପରପକ୍ଷେ ନବରାତ୍ର ବେଳେ ଯେଉଁଠି ମନ୍ଦିର ଥିବ, ସେଠାରେ ସାମୁହିକ ଶସ୍ତ୍ର ପୂଜା ହେବ। ସାରା ଦେଶରେ ପାଞ୍ଚ ଲକ୍ଷ ଜାଗାରେ ସାମୂହିକ ଶସ୍ତ୍ର ପୂଜା ହେବ। ଏହା ବ୍ୟତୀତ ବିଜୟା ଦଶମୀ ଦିନ ହିନ୍ଦୁମାନେ ଘରେ ଶସ୍ତ୍ର ପୂଜା କରିବେ। ସେହି ଦିନ ସବୁ ହିନ୍ଦୁ ସଂକଳ୍ପ କରିବେ ଆମେ ହିନ୍ଦୁ ବୀର, ବିଜେତା ହେବୁ। ସାମୁହିକ, ସାର୍ବଜନିନ ଶସ୍ତ୍ର ପୂଜନ ହେବ।

ରାଷ୍ଟ୍ରୀୟ ମହିଳା କେନ୍ଦ୍ର “ଓଜସ୍ୱିନୀ” ଦ୍ୱାରା ନବରାତ୍ର ସମୟରେ କନ୍ୟା ପୂଜନ ହେବ। ଦୀପାବଳି ବେଳେ ଗରିବ ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବ। ସାରା ଦେଶରେ ଦଶ ହଜାର ଜାଗାରେ ପୁରୁଣା କପଡା ଏକତ୍ରିତ କରି ଗରିବ ଲୋକଙ୍କୁ ବଣ୍ଟନ କରାଯିବ। ଏହା ଓଜସ୍ୱିନୀ ଦ୍ୱାରା କରାଯିବ। ଦୁର୍ଗାପୂଜା, ଦଶହରା, ରାମ ଲୀଳା ସମେତ ସମସ୍ତ କାର୍ଯ୍ୟକ୍ରମରେ ସାମୁହିକ ଶସ୍ତ୍ର ପୂଜାକୁ ପ୍ରୋତ୍ସାହନ ଦିଆଯିବ ବୋଲି ଡ଼. ତୋଗାଡ଼ିଆ କହିଛନ୍ତି। ସମ୍ମିଳନୀରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଓଡିଶାର ଡ଼. ବଦ୍ରିପ୍ରସାଦ ପଟ୍ଟନାୟକ ବକ୍ତବ୍ୟ ପ୍ରଦାନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ରାମ ଛୋଡ ଭାଈ – ରାଷ୍ଟ୍ରୀୟ ମନ୍ତ୍ରୀ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ମନୋଜ ଦାସ, ସଂଗଠକ ମନୋଜ ସିଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ,ବଜରଙ୍ଗ ଦଳ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଗୋ ହତ୍ୟା ଡ଼. ପ୍ରବୀଣ ଭାଇ ତୋଗାଡ଼ିଆ ସମ୍ମାଦିକ ସମ୍ମିଳନୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.