Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି
ଅପରାଧ

ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି

September 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Special enforcement
Special enforcement against overloading and unsuitable vehicles

ଭୁବନେଶ୍ଵର: ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି ରହିଛି। ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ନେତୃତ୍ୱରେ ତିନି ଦିନ ଧରି ରାଜ୍ୟବ୍ୟାପୀ ଆରଟିଓ ଟିମ୍ ଦ୍ଵାରା ଓଭରଲୋଡିଂ ଏବଂ ଫିଟନେସ୍ ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଥିଲା। ତିନି ଦିନରେ ରାଜ୍ୟରେ ଓଭରଲୋଡିଂ ପାଇଁ ୨୭୫ଟି ଗାଡ଼ି ବିରୋଧରେ ଚାଲାଣ କଟିଥିବା ବେଳେ ଗାଡ଼ିର ଫିଟନେସ୍ ଠିକ ନଥିବା ଯୋଗୁ ୫୩୬ ଗାଡ଼ି ବିରୋଧରେ ଚାଲାଣ କଟିଛି। ସମୁଦାୟ ୨,୫୩୨ ଟି ଚାଲାଣ କଟିଛି। ସେହିଭଳି ୪୦୧ଟି ଗାଡ଼ିର ଫିଟନେସ ପ୍ରମାଣ ପତ୍ର ରଦ୍ଦ କରାଯାଇଛି। ୫୬ ଲକ୍ଷ ୩୭ ହଜାର ୬୩୨ ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଛି।

ଓଭରଲୋଡିଂ ବାବଦରେ କଟକ ଆରଟିଓଙ୍କ ଦ୍ଵାରା ୧୪, ସମ୍ବଲପୁରରେ ୨୫, କେନ୍ଦୁଝର ଆରଟିଓରେ ୧୪, ଅନୁଗୁଳରେ ୧୫, ଗଞ୍ଜାମ ଆରଟିଓରେ ୧୪, କଳାହାଣ୍ଡି ଆରଟିଓରେ ୧୩ଟି ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଲାଣ କଟାଯାଇଛି। ସେହିପରି ଫିଟନେସ୍ ଚେକ୍ ରେ କଟକ ଆରଟିଓ ଅଧୀନରେ ୫୦, ଭୁବନେଶ୍ୱର-୧ ଆରଟିଓରେ ୬୮, ଯାଜପୁରରେ ୨୯, ସୋନପୁରରେ ୨୬, ଭଞ୍ଜନଗରରେ ୩୯ଟି, ଖୋର୍ଦ୍ଧା ଏଆରଟିଓଙ୍କ ଦ୍ଵାରା ସଡ଼କରେ ଚାଲିବାକୁ ଉପଯୁକ୍ତ ନ ଥିବ ୩୫ଟି ଗାଡ଼ିର ଚାଲାଣ କଟାଯାଇଛି।

ଜଗତସିଂହପୁର ଆରଟିଓରେ ୬୦ଟି ଫିଟନେସ୍ ପ୍ରମାଣ ପତ୍ର ରଦ୍ଦ ହୋଇଥିବା ବେଳେ ସୋନପୁରରେ ୨୬ଟି, କେନ୍ଦୁଝରରେ ୧୭ଟି, ଅନୁଗୁଳରେ ୧୮ଟି, କୋରାପୁଟରେ ୧୪ ଟି ଗାଡ଼ି ଫିଟନେସ୍ ପ୍ରମାଣ ପତ୍ର ରଦ୍ଦ ହୋଇଛି। ଅନୁଗୁଳ ଆରଟିଓରେ ସର୍ବାଧିକ ୯,୯୮,୫୨୦ଟଙ୍କା ଆଦାୟ କରାଯାଇଥିବା ବେଳେ ଚଣ୍ଡିଖୋଲରେ ୩,୭୯,୨୩୫ ଟଙ୍କା, ଝାରସୁଗୁଡ଼ାରେ ୩,୨୩,୧୯୫ ଟଙ୍କା, ବଲାଙ୍ଗିରରେ ୫,୧୩,୮୩୬ ଟଙ୍କା , କଟକରେ ୨,୫୧,୯୭୫ ଟଙ୍କା, ରାଉରକେଲାରେ ୨,୦୩,୨୦୩ ଟଙ୍କା ଓ ବରବିଲ ଏଆରଟିଓରେ ୪,୩୪,୫୩୮ ଟଙ୍କା ଆଦାୟ କରାଯାଇଛି।

ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ସଚେତନତା ସହ ଏନଫୋର୍ସମେଣ୍ଟକୁ ପ୍ରାଧାନ୍ୟ ଦେଇଛି। ଏଥିପାଇଁ ପ୍ରତି ସପ୍ତାହରେ ବିଭିନ୍ନ ବିଷୟରେ ରାଜ୍ୟ ପରିବହନ ପ୍ରାଧିକରଣ ନେତୃତ୍ୱରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ କରାଯାଉଛି। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ଯେ, ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଆଗକୁ ଆହୁରି କଡ଼ାକଡ଼ି କରାଯିବ ଏବଂ ମୋଟର ଯାନ ଆଇନ ଅନୁଯାୟୀ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତେ ସଡ଼କ ସୁରକ୍ଷା ନିୟମ ଠିକ ଭାବେ ପାଳନ କରିବାକୁ ନିବେଦନ କରାଯାଇଛି।

Special enforcement ନିୟମ ଉଲ୍ଲଂଘନ ବିଭୂତି ଭୂଷଣ ଜେନା ସଡକ ସୁରକ୍ଷା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026

ନୂଆ ବଜାରରେ ପ୍ରବେଶ କଲେ ଭଦ୍ରକ ଜିଲ୍ଲାର ବରକୋଳି ଚାଷୀ: ଆୟ ୨୫% କୁ ବୃଦ୍ଧି

January 10, 2026

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026
Latest News

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026

ନୂଆ ବଜାରରେ ପ୍ରବେଶ କଲେ ଭଦ୍ରକ ଜିଲ୍ଲାର ବରକୋଳି ଚାଷୀ: ଆୟ ୨୫% କୁ ବୃଦ୍ଧି

January 10, 2026

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.