ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତ ଏଡିଇଓ (ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର) ରାକେଶ ସାହୁ ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଆଜି ଅପରାହ୍ନରେ ବାଲୁଗାଁ ଗାନ୍ଧୀଛକ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇ ଦେବା ପାଇଁ ଜନୈକ ବ୍ୟକ୍ତିଙ୍କ ଠାରୁ ୧୨ହଜାର ଟଙ୍କା ଲାଞ୍ଚ ନେଉଥିଲେ ରାକେଶ। ସେହି ସମୟରେ ପୁର୍ବରୁ ଛପି ରହିଥିବା ଖୋର୍ଦ୍ଧା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରି ତାଙ୍କଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଛି।
ବର୍ତ୍ତମାନ ଭିଜିଲାନ୍ସ ଟିମ ବାଣପୁର ବ୍ଲକ କାର୍ଯ୍ୟାଳୟରେ ଅଭିଯୁକ୍ତ ରାକେଶଙ୍କୁ ନେଇ ଜେରା କରୁଥିବା ସୂଚନା ମିଳିଛି। ସୂଚନା ଥାଉକି ରାକେଶ ଗତ ଏକ ବର୍ଷ ହେବ ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତରେ ଏଡିଇଓ ଭାବେ କାର୍ଯ୍ୟରତ ଥିଲେ।
AZORTE’s New Campaign Redefines ‘Mid’ with Khushi Kapoor & Vedang Raina