ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୁମାର ପୁର୍ଣିମା ଅପରାହ୍ନରେ ଧରାକୋଟ ଥାନ ଅନ୍ତର୍ଗତ ରେଡ଼ି ଦାମୋଦର ପଲ୍ଲୀ ଗ୍ରାମରେ ପୁର୍ବ ଶତୃତା ଓ ଟଙ୍କା କାରବାରକୁ ନେଇ କାଳିଆ ରେଡି ନାମକ ଜଣେ ଯୁବକକୁ ହତ୍ୟା କରି ଅଭିଯୁକ୍ତ ମାନେ ଚମ୍ପଟ୍ ମାରିଥିଲେ। ଘଟଣାକୁ ନେଇ କାଳିଆଙ୍କ ଭାଇ ସଞ୍ଜୀବ ରେଡ୍ଡୀ ଗତ ୬ ତାରିଖରେ ଧରାକୋଟ ଥାନାରେ ଏତଲା ଦେଇଥିଲେ।
ଏତଲା ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ଚଳାଇ ସେହି ଗ୍ରାମର ରମେଶ ରେଡି ଓ ସୁରେନ୍ଦ୍ର ରେଡି ନାମକ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓ ସେମାନେ ବ୍ୟବହାର କରୁଥିବା ଏକ ମାରୁତି କାର୍ ସହ ଛୁରୀ ଜବତ କରିଛି।