ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ଉପରେ ଆକ୍ରମଣର ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ, ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ ଯାତ୍ରୀ ଅଙ୍କିତ ଦିୱାନଙ୍କୁ ଆକ୍ରମଣ କରି ଆହତ କରିଛନ୍ତି। ରକ୍ତାତ ଅବସ୍ଥାରେ ପୀଡିତ ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରି ଡିଜିସିଏ, ଏୟାର ଇଣ୍ଡିଆ ଏବଂ ଦିଲ୍ଲୀ ପୋଲିସକୁ ଟ୍ୟାଗ୍ କରି ନ୍ୟାୟ ଦାବି କରିଛନ୍ତି। ଏହି ଘଟଣା ପରେ ବିମାନ ସଂସ୍ଥା ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଅଭିଯୁକ୍ତ ପାଇଲଟଙ୍କୁ ନିଲମ୍ବିତ କରିଛି।
ପୀଡିତ ବ୍ୟକ୍ତି ସୋସିଆଲ ମିଡିଆରେ ନିଜର ଅପ୍ରତିକର ପରିସ୍ଥିତି ସେୟାର କରିଛନ୍ତି, ତାଙ୍କ ମୁହଁରୁ ରକ୍ତ ବାହାରିଥିବାର ଏକ ଫଟୋ ସେୟାର କରିଛନ୍ତି। ସେ ପାଇଲଟର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।


