ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ କେ ଖରିଡା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଯାହାକି ପୁଜା ସ୍ବାଇଁ ନାମ୍ନୀ ଜଣେ କନ୍ୟା ସନ୍ତାନର ମା କୁ ପ୍ରେମିକ ଚିଣ୍ଟୁ ଗୌଡର ଭାଇ ଟାଙ୍ଗିଆରେ ହାଣି ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ପୋଲିସ ହାତରେ ଧରାପଡିଛି।
ଖବରରୁ ଜଣାପଡିଛି ଯେ, ପ୍ରେମିକ ଜଣକ ବହୁ ଦିନ ହେଲା ପୁଜାକୁ ଭଲପାଇ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଓ ଉଭୟଙ୍କ ଗୋଟିଏ ୩ ବର୍ଷର ଝିଅ ଅଛି। ଏହା ମଧ୍ୟରେ ପ୍ରେମିକ ଯୁବକ ଜଣକ ପୁଜାକୁ ଅବହେଳା ଯୋଗୁଁ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ନ୍ୟାୟ ନମିଳିବାରୁ ନିଜର ଝିଅକୁ ଧରି ଶେଷରେ ପ୍ରେମିକ ଘର ଆଗରେ ଧାରଣା ଦେଇଥିଲେ। ଏହିଭଳି ପରିସ୍ଥିତିରେ ସାମ୍ବାଦିକ ମାନେ ପୁଜାର ସାକ୍ଷାତକାର ନେଇ ଫେରିବା ପରେ ପ୍ରେମିକର ଭାଇ ଟାଙ୍ଗିଆରେ ହାଣି ହତ୍ୟା କରିଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସହ କନ୍ୟା ସନ୍ତାନକୁ ଆଣିଛନ୍ତି ଓ ହତ୍ୟାକାରୀ ଯୁବକକୁ ଉଠାଇ ଆଣି ଥାନାରେ ରଖି ଜେରା କରୁଛନ୍ତି।


