ସୁନ୍ଦରଗଡ଼: ନାବାଳିକାକୁ ଦୁଷ୍କର୍ମ ମାମଲା ୨ ଗିରଫ । ତଳସରା ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଫେରାର ଦୁଇ ଅଭିଯୁକ୍ତଙ୍କୁ ମଙ୍ଗଳବାର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି। କିଛି ଦିନ ତଳେ ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲା। ପୀଡ଼ିତାଙ୍କ ପରିବାର ଥାନାରେ ଏତଲା ଦେବା ପରେ ସେମାନେ ଫେରାର ହୋଇ ଯାଇଥିଲେ। ପୋକ୍ସୋ ଆଇନରେ ମାମଲା ରୁଜୁ କରି ପୁଲିସ ତନାଘନା ଚଲାଇଥିଲା।


