ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ କଳାକାଢି ଗ୍ରାମରେ ସୋରଡ଼ା ଅବକାରୀ ବିଭାଗ ପକ୍ଷରୁ ଆତର୍କିତ ଚଢ଼ାଉ କରି ବିଭାଗୀୟ କର୍ମଚାରୀ ସଫଳତା ପାଇଛନ୍ତି। ବିଶ୍ଵସ୍ତ ସୁତ୍ରରୁ ସୂଚନା ପାଇ ଅବକାରୀ ପୋଲିସ ଉକ୍ତ ଗ୍ରାମର ପଛପଟେ ଏକ ଚୋରା ରନ୍ଧା ମାଦ କାରଖାନା ଉପରେ ଚଢ଼ାଉ କରିଥିଲେ ଓ ଉକ୍ତ କାରଖାନାର ମାଲିକ ବିଦ୍ୟାଧର ସ୍ବାଇଁଙ୍କୁ ଘଟଣାସ୍ଥଳରୁ ଅଟକ ରଖି ଜେରା କରିଥିଲେ। ସେ ଚଳାଇଥିବା ରନ୍ଧା ମଦ କାରଖାନାରେ ତଦନ୍ତ କରି ତା’ମଧ୍ୟରେ ମହଜୁଦ ଥିବା ୨୮୦ ଲିଟର ମଦ ଜବତ କରିଛି। ଏହା ସହ ୩୫୦୦ ଲିଟର ପୋଚ ନଷ୍ଟ କରି କିଛି କଞ୍ଚାମାଲ ଓ ସରଞ୍ଜାମ ଜବତ କରି ବିଦ୍ୟାଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।


