କଟକ :ଚାଉଳିଆଗଞ୍ଜ ଥାନାର IIC ବିଉଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ତାଙ୍କର ମୃତ୍ୟୁ ଶ୍ୱାସରୁଦ୍ଧ କାରଣରୁ ଘଟିଥିବା ଉଲ୍ଲେଖ ରହିଛି। ତେବେ କେଉଁ ପରିସ୍ଥିତିରେ ଶ୍ୱାସରୁଦ୍ଧ ହେଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାରୁ ତଦନ୍ତ ଜାରି ରହିଛି।
ସୂଚନା ଅନୁସାରେ, ବିଉଟି ମହାନ୍ତିଙ୍କ ମୃତଦେହ ଚାଉଳିଆଗଞ୍ଜ ଥାନା ପରିସରରେ ଥିବା ରେଷ୍ଟରୁମ୍ରୁ ଉଦ୍ଧାର କରାଯାଇଥିଲା। ଘଟଣା ପରଠାରୁ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ, ପୁଲିସ ସମସ୍ତ ଦିଗକୁ ନଜରରେ ରଖି ତଦନ୍ତ କରୁଛି।
ତଦନ୍ତର ଅଂଶ ଭାବେ ବିଉଟି ମହାନ୍ତିଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରାଯାଉଛି। ପ୍ରାରମ୍ଭିକ ତଦନ୍ତରେ କଲ୍ ରେକର୍ଡରୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବା ଜଣାପଡ଼ିଛି।
ପୁଲିସ ଘଟଣାର ସମସ୍ତ ଦିଗକୁ ଖତିଆନ କରୁଥିବା ବେଳେ, ପୋଷ୍ଟମର୍ଟମ ରିପୋର୍ଟ, କଲ୍ ଡିଟେଲ୍ସ ଓ ଅନ୍ୟାନ୍ୟ ଫରେନ୍ସିକ୍ ପ୍ରମାଣକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଯାଉଛି। ଘଟଣାର ପ୍ରକୃତ କାରଣ ତଦନ୍ତ ଶେଷ ହେବା ପରେ ହିଁ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।


