ନୂଆଦିଲ୍ଲୀ: ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରେଫେରେ ମାମଲାରେ ଛତିଶଗଡ଼ କଂଗ୍ରେସ ନେତା ରାମ ଗୋପାଳ ଅଗ୍ରୱାଲଙ୍କୁ ଇଡି ଗିରଫ କରିଛି। ଅଧିକାରୀଙ୍କ ଅନୁଯାୟୀ, ମଦ ବ୍ୟବସାୟରେ ଅନିୟମିତତା ଏବଂ ବେଆଇନ ଟଙ୍କା କାରବାରର ତଦନ୍ତର ଅଂଶ ସ୍ୱରୂପ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ରାମ ଗୋପାଳଙ୍କୁ ଜୁଲାଇ ୧୭ ତାରିଖରେ EOW ଦ୍ୱାରା ଗିରଫ କରାଯାଇଥିଲା। ED ଏବେ ହେପାଜତ ମାଗିଛି, ଯାହାକୁ ଆଜି ମଞ୍ଜୁର କରିଛି। EOW ତାଙ୍କୁ ମଦ ଦୁର୍ନୀତିରେ ମଧ୍ୟ ଗିରଫ କରିଛି ଏବଂ ଓଭରଟାଇମ୍ ଦୁର୍ନୀତିରେ ପଚରାଉଚରା କରିବା ପାଇଁ କୋର୍ଟରୁ ଅନୁମତି ମିଳିଛି। EOW ଦାବି କରୁଛି ଯେ, କଂଗ୍ରେସ ଭବନକୁ ୧୦୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।


