Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦିଲ୍ଲୀରେ ପୁଣି ଲଜ୍ଜା!: ସ୍ଲିପର ବସ୍‌ରେ ୧୬ ବର୍ଷୀୟା ଝିଅକୁ ଗଣଦୁଷ୍କର୍ମ
ଅପରାଧ

ଦିଲ୍ଲୀରେ ପୁଣି ଲଜ୍ଜା!: ସ୍ଲିପର ବସ୍‌ରେ ୧୬ ବର୍ଷୀୟା ଝିଅକୁ ଗଣଦୁଷ୍କର୍ମ

August 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗଣଦୁଷ୍କର୍ମ
ଦିଲ୍ଲୀରେ ପୁଣି ଲଜ୍ଜା!: ସ୍ଲିପର ବସ୍‌ରେ ୧୬ ବର୍ଷୀୟା ଝିଅକୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଦିଲ୍ଲୀର କାଶ୍ମୀର ଗେଟ୍‌ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସ୍ଲିପର ବସ୍‌ରେ ଜଣେ ୧୬ ବର୍ଷୀୟା ଝିଅ ସହିତ ଗଣଦୁଷ୍କର୍ମ କରାଯାଇଛି। ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଗିରଫ କରିଛି।

ଘଟଣାଟି ଅଗଷ୍ଟ ୪ ତାରିଖ ରାତିରେ ଘଟିଥିବା ଜଣାପଡ଼ିଛି। ପୋଲିସ ବସ୍‌ ଡ୍ରାଇଭର କୁଲଦୀପ ଏବଂ କଣ୍ଡକ୍ଟର ସନ୍ଦୀପଙ୍କୁ ଗିରଫ କରିଛି। ପୀଡିତା ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲାର ବାସିନ୍ଦା ଏବଂ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ବୋଲି ଜଣାପଡ଼ିଛି।

ପୋଲିସ ସୂତ୍ର ଅନୁଯାୟୀ, ଛାତ୍ରୀ ଜଣକ ତାଙ୍କ ପରିବାର ଉପରେ ଅସନ୍ତୁଷ୍ଟ ହୋଇ ଘର ଛାଡି ନୋଏଡାରେ ତାଙ୍କ ସମ୍ପର୍କୀୟ ଭାଇଙ୍କ ଘରକୁ ଯାଉଥିଲେ। ପ୍ରବଳ ବର୍ଷା ଏବଂ ଅନ୍ଧାର ଯୋଗୁଁ ଛାତ୍ରୀ ଜଣକ ଭୁଲବଶତଃ ପରି ଚୌକରେ ଓହ୍ଲାଇ ପଡ଼ିଥିଲେ। ଏକ ଖାଲି ସ୍ଲିପର ବସ୍ ସେହି ବାଟ ଦେଇ ଯାଇଥିଲା।

ଛାତ୍ରୀ ବସ୍‌କୁ ଅଟକାଇବାକୁ ସଂକେତ ଦେଇଥିଲେ। ଯାହାପରେ ବସ୍‌ ଅଟକିଥିଲା। ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ବସ୍‌ରେ ଚଢ଼ାଇଲେ ଏବଂ କହିଥିଲେ ଯେ, ସେମାନେ ନୋଏଡା ସେକ୍ଟର ୬୩ ଯାଉଛନ୍ତି। ଅଭିଯୋଗ ହୋଇଛି ଯେ, ବସ୍‌ ଆରମ୍ଭ ହେବାର କିଛି ସମୟ ପରେ, କଣ୍ଡକ୍ଟର ପୀଡିତାଙ୍କ ସହିତ ଯୌନ ନିର୍ଯାତନା ଆରମ୍ଭ କରିଥିଲେ। ପୀଡିତାଙ୍କ ଅନୁଯାୟୀ, ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ପ୍ରତିରୋଧ କଲେ ତାଙ୍କୁ ହତ୍ୟା କରିବାକୁ ସେମାନେ ଧମକ ମଧ୍ୟ ଦେଇଥିଲେ।

ଅଭିଯୁକ୍ତମାନେ ବିଳମ୍ବିତ ରାତିରେ କାଶ୍ମୀର ଗେଟ୍ ବସ୍ ଷ୍ଟାଣ୍ଡ ନିକଟସ୍ଥ ରିଙ୍ଗ ରୋଡ୍‌ରେ ପୀଡିତାକୁ ଛାଡ଼ି ପଳାଇ ଯାଇଥିଲେ। ଭୟଭୀତ ଛାତ୍ରୀ ଜଣକ କାଶ୍ମୀର ଗେଟ୍ ପୋଲିସ ସହିତ ଯୋଗାଯୋଗ କରି ଘଟଣା ବିଷୟରେ ଜଣାଇଥିଲେ। ପୋଲିସ ତିମାରପୁରର ଏକ ବସ୍ ପାର୍କିଂ ସ୍ଥାନରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଘଟଣାରେ ବ୍ୟବହୃତ ସ୍ଲିପର ବସ୍‌କୁ ଜବତ କରିଛି ଏବଂ ଫରେନସିକ୍ ଯାଞ୍ଚ କରୁଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବସ୍‌ରେ ତ୍ରୁଟି ଦେଖାଦେବା ପରେ ଅଭିଯୁକ୍ତମାନେ ବସ୍‌କୁ ମରାମତି ପାଇଁ ସୁରଜପୁରର ଏକ ୱାର୍କସପ୍‌କୁ ନେଇ ଯାଇଥିଲେ। ମରାମତି ପରେ ଡ୍ରାଇଭର ଏବଂ କଣ୍ଡକ୍ଟର ଖାଲି ବସ୍‌କୁ ତିମାରପୁର ନେଇ ଯାଉଥିଲେ। ସେତେବେଳେ ସେମାନେ ପରି ଚୌକରେ ଛାତ୍ରୀଙ୍କୁ ଭେଟିଥିଲେ। ବସ୍ ଟି ପରି ଚୌକରୁ କାଶ୍ମୀର ଗେଟ୍ ପର୍ଯ୍ୟନ୍ତ ପ୍ରାୟ ୪୭ କିଲୋମିଟର ଯାତ୍ରା କରିଥିଲା। ଏହି ସ୍ଲିପର୍ ବସ୍ ରେ ପରଦା ଟଙ୍ଗା ହୋଇଥିଲା। ତେଣୁ ପଦଯାତ୍ରୀମାନଙ୍କୁ ବସ ଭିତରକୁ ଦେଖିପାରିନଥିଲେ।

Delhi News delhi police
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପର ପ୍ରଥମ ମ୍ୟାଚରେ ଇତିହାସ ରଚିଲେ ସ୍ମୃତି ମନ୍ଧାନା: ହାସଲ କଲେ ବଡ଼ ସଫଳତା

August 31, 2026

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

August 31, 2026

ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଲା ପାର୍ଲାମେଣ୍ଟ ଯୁଗ୍ମ କମିଟି

August 31, 2026

ପ୍ରତିଷ୍ଠିତ ଶିଳ୍ପପତି ସୁବ୍ରତ ବାଗଚୀଙ୍କୁ କର୍ଣ୍ଣାଟକ ସରକାର ଦେଲେ ବଡ ଦାୟିତ୍ବ, ସେ ହେବେ……

August 31, 2026
Latest News

ଦିଲ୍ଲୀରେ ପୁଣି ଲଜ୍ଜା!: ସ୍ଲିପର ବସ୍‌ରେ ୧୬ ବର୍ଷୀୟା ଝିଅକୁ ଗଣଦୁଷ୍କର୍ମ

August 31, 2026

ଏସିଆ କପର ପ୍ରଥମ ମ୍ୟାଚରେ ଇତିହାସ ରଚିଲେ ସ୍ମୃତି ମନ୍ଧାନା: ହାସଲ କଲେ ବଡ଼ ସଫଳତା

August 31, 2026

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

August 31, 2026

ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଲା ପାର୍ଲାମେଣ୍ଟ ଯୁଗ୍ମ କମିଟି

August 31, 2026

ପ୍ରତିଷ୍ଠିତ ଶିଳ୍ପପତି ସୁବ୍ରତ ବାଗଚୀଙ୍କୁ କର୍ଣ୍ଣାଟକ ସରକାର ଦେଲେ ବଡ ଦାୟିତ୍ବ, ସେ ହେବେ……

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.